Advertisment

ମାନିବାକୁ ପଡ଼ିବ ଏମିତି ବୁଦ୍ଧି ! ହେୟାର କ୍ଲିପ୍‌ରେ ଲୁଚାଇ ନେଉଥିଲେ ସୁନା, ଏୟାରପୋର୍ଟରେ ଧରାପଡ଼ିଲେ...

ହେୟାର କ୍ଲିପ୍‌କୁ ରୋଡିୟମ୍‌ କୋଟିଂ କରି ସୁନା ଲୁଚାଇ ନେବାବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଏହାବ୍ୟତୀତ ତାଙ୍କ ଲଗେଜ୍‌ରୁ ଅନ୍ୟାନ୍ୟ ଅଳଙ୍କାର ଯଥା ମୁଦି, ଚୁଡ଼ି ମଧ୍ୟ ମିଳିଛି।

author-image
Rajalaxmi Sahoo
Gold Rs 21 Lakh Concealed With Rhodium Coated Hair Clip Seized At Hyderabad Airport

Gold Rs 21 Lakh Concealed With Rhodium Coated Hair Clip Seized At Hyderabad Airport

ହେୟାର କ୍ଲିପ୍‌କୁ ରୋଡିୟମ୍‌ କୋଟିଂ କରି ସୁନା ଲୁଚାଇ ନେବାବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଏହାବ୍ୟତୀତ ତାଙ୍କ ଲଗେଜ୍‌ରୁ ଅନ୍ୟାନ୍ୟ ଅଳଙ୍କାର ଯଥା ମୁଦି, ଚୁଡ଼ି ୨୨ କ୍ୟାରେଟ୍‌ ଓ ୧୮ କ୍ୟାରେଟ୍‌ର ମଧ୍ୟ ମିଳିଛି। ହାଇଦ୍ରାବାଦ ବିମାନବନ୍ଦରରୁ କଷ୍ଟମ ଅଧିକାରୀ ସମ୍ପୃକ୍ତ ଯାତ୍ରୀଙ୍କ ନିକଟରୁ ୩୯୭ ଗ୍ରାମ ମୂଲ୍ୟର ସୁନା ଜବତ କରିଛନ୍ତି। ଯାହାର ମୂଲ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ସୋମବାର ଦିନ ଇଣ୍ଡିଗୋ ବିମାନରେ ଶାରଜାହରୁ ଆସୁଥିବା ହାଇଦ୍ରାବାଦ ବିମାନବନ୍ଦରରୁ ଯାତ୍ରୀ ଜଣକ ଧରାପଡ଼ିଛନ୍ତି। ଏନେଇ ଟ୍ୱିଟ୍‌ କରି ହାଇଦ୍ରାବାଦ ଜିଏସ୍‌ଟି ଓ କଷ୍ଟମସ୍‌ ଜୋନ୍‌ ସୂଚନା ଦେଇଛି। ଏହାସହ ଘଟଣାର ତଦନ୍ତ ଚାଲିଛି।

ସୂଚନାଥାଉ କି, ମେ’ ୧୬ରେ ଜେଦ୍ଦାହରୁ ଆସିଥିବା ଜଣେ ଯାତ୍ରୀଙ୍କୁ ହାଇଦ୍ରାବାଦ ବିମାନବନ୍ଦରରୁ ଗିରଫ କରାଯାଇଥିଲା। ଏହାସହ ତାଙ୍କ ନିକଟରୁ ୪୦୩ ଗ୍ରାମର ସୁନା ଜବତ କରାଯାଇଥିଲା ଯାହାର ମୂଲ୍ୟ ୨୧ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ହାଇଦ୍ରାବାଦ କଷ୍ଟମ କହିଛି।

Advertisment
Gold Seized
Advertisment
Advertisment