gold rate today
ଏବେ ଚାଲିଛି ବିବାହର ଋତୁ । ଆପଣ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ କେତେ ରହିଛି ସୁନାର ଦାମ୍ । ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୩୦୦ ଟଙ୍କା ଓ ୫୧,୬୦୦ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୪୦୦ ଟଙ୍କା ଓ ୪୮,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି ।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୫,୧୪୦ ଟଙ୍କା ଓ ୪୯,୪୩୦ ଟଙ୍କା ହୋଇଛି। ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୫,୫୩୫ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୬୭୫ ଟଙ୍କା ଥିବା ରେକର୍ଡ ହୋଇଛି । ସେହିପରି ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୪୦୦ ଟଙ୍କା ଓ ୫୦,୧୦୦ ଟଙ୍କା ରହିଛି ।
Gold Necklesସେହିପରି ଆଜି ରୁପା ମୂଲ୍ୟ ମଧ୍ୟ କମ୍ ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୯୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640261438.jpg)