Advertisment

ହ୍ରାସ ପାଇଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦର ଦାମ୍

ଆଜି ମଧ୍ୟ ଭାରତୀୟ ବଜାରରରେ ସୁନାର ଦରଦାମ୍ ହ୍ରାସ ପାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହର ମାନଙ୍କରେ ସୁନାର ଦରଦାମ୍ ରେ କିଛିଟା ପରିବର୍ତ୍ତନ ଆସିଛି ।

ଅଦ୍ୟତନ ହୋଇଛି
Gold Rate Today

Gold Rate Today

Advertisment

ନୂଆଦିଲ୍ଲୀ: ଆଜି ମଧ୍ୟ ଭାରତୀୟ ବଜାରରରେ ସୁନାର ଦରଦାମ୍ ହ୍ରାସ ପାଇଛି । ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୩,୫୫୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୫୫୦ ଟଙ୍କା ରହିଛି। ଦେଶର ପ୍ରମୁଖ ସହରମାନଙ୍କରେ ସୁନାର ଦରଦାମ୍ ରେ କିଛିଟା ପରିବର୍ତ୍ତନ ଆସିଛି । ନୂଆଦିଲ୍ଲୀରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୬୦୦ ଟଙ୍କା ଓ ୫୦,୮୪୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୬,୪୯୦ ଟଙ୍କା ଓ ୪୭,୪୯୦ ଟଙ୍କା ଥିବା ରେକର୍ଡ କରାଯାଇଛି ।

Advertisment

ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୪,୧୮୦ ଟଙ୍କା ଓ ୪୮,୭୧୦ ଟଙ୍କା ହୋଇଛି । ଏହାଛଡ଼ା ବୂର୍ବ ଭାରତ କୋଲକୋତାରେ ଯଥାକ୍ରମେ ୪୬,୯୦୦ ଟଙ୍କା ଓ ୪୯,୬୦୦ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୪,୯୧୬ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୯,୦୦୦ ଟଙ୍କା ଥିବା ରେକର୍ଡ ହୋଇଛି ।

Advertisment

ଆଜି ରୁପାର ଦରଦାମ୍ କିନ୍ତୁ ସ୍ଥିର ରହିଛି । ଆଜି ରୁପା କିଲୋଗ୍ରାମ ପ୍ରତି ୬୪,୬୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି । ଯଦି ଆପଣ ସୁନାର ଶୁଦ୍ଧତା ଚେକ୍‌ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍‌ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ।

New Delhi Gold Rate Today
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ