Advertisment

ଅଭାବନୀୟ ଘଟଣା: ଦୋଳି ଖେଳିବା ବେଳେ ପଶିଗଲା ଚୁଟି, ମୁଣ୍ଡରୁ ଚମଡ଼ା ଉତୁରିଗଲା...

ରାମ ଦୋଳି ଖେଳୁଥିବା ବେଳେ ପଶିଗଲା ଚୁଟି, ମୁଣ୍ଡରୁ ଚମଡ଼ା ଉତୁରିଗଲା। ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସହ ଏହି ଅଭାବନୀୟ ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Girl's Hair Gets Stuck In Giant Wheel, Scalp Comes Off

Girl's hair gets stuck in giant wheel, scalp comes off

ରାମ ଦୋଳି ଖେଳୁଥିବା ବେଳେ ପଶିଗଲା ଚୁଟି, ମୁଣ୍ଡରୁ ଚମଡ଼ା ଉତୁରିଗଲା। କର୍ଣ୍ଣାଟକରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କ ସହ ଏହି ଅଭାବନୀୟ ଘଟଣା ଘଟିଛି। ଏଥିରେ ନାବାଳିକା ଗୁରୁତର ଆହତ ହୋଇଛନ୍ତି। ରବିବାର ଦିନ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ  ଏହି ଘଟଣା ଘଟିଥିଲା। ଆହତ ଯୁବତୀଙ୍କ ନାଁ ଶ୍ରୀବିଦ୍ୟା।

Advertisment

ପୋଲିସ୍‌ ସୂଚନା ଅନୁସାରେ, ଘଟଣା ପରେ ଯୁବତୀଙ୍କ ମୁଣ୍ଡ ଚମଡ଼ାର କିଛି ଅଂଶ ବାହାରି ଆସିଥିଲା। ସେହି ସମୟରେ ଏପରି ଲାଗିଲା ସତେ ଯେମିତି ସେ ୱିଗ୍‌(ନକଲି ଚୁଟି) ଲଗାଇଥିଲେ।ବର୍ତ୍ତମାନ ନାବାଳିକା ଜଣକ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଆଧାରରେ, ପୋଲିସ୍‌ ରାମ ଦୋଳିର ମାଲିକ ରମେଶଙ୍କୁ ଗିରଫ କରିଛି। ମାଣ୍ଡ୍ୟା ଜିଲ୍ଲା ହୋସାବୁଦାନୁରୁରେ ତାଙ୍କ ଘର। 

ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ନାବାଳିକା ଦୋଳିରେ ବସି ଖେଳୁ ଥିବାବେଳେ ହଠାତ୍‌ ତାଙ୍କ ମୁଣ୍ଡ ଚୁଟି ଦୋଳି ଚକରେ ପଶି ଯାଇଥିଲା। ଏହାର ମାତ୍ର କିଛି ସେକେଣ୍ଡ ପରେ ତାଙ୍କ ମୁଣ୍ଡରୁ ଚମଡ଼ା ଉତୁରି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଯୁବତୀଙ୍କ ମୁଣ୍ଡ ଚମଡ଼ାର କିଛି ଅଂଶ ଏପରି ବାହାରି ଆସିଥିଲା ସତେ ଯେମିତି ଲାଗିଲା ସେ ସେ ୱିଗ୍‌(ନକଲି ଚୁଟି) ଲଗାଇଥିଲେ।  ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏହାସହ ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି। 

Advertisment

ଦେଖନ୍ତୁ ଭିଡିଓ | ବ୍ରେକ୍ ଡ୍ୟାନ୍ସ ଦୋଳିକୁ ସାବଧାନ୍

Advertisment
Advertisment