/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656321658.jpg)
Girl changed gender
ପ୍ରେମ ପାଇଁ ଲିଙ୍ଗ ପରିବର୍ତ୍ତନ କଲେ ଯୁବତୀ । ଝିଅରୁ ପୁଅ ପାଲଟିଗଲେ । ଉତ୍ତରପ୍ରଦେଶର ପ୍ରୟାଗରାଜରେ ଦୁଇ ଜଣ ଝିଅ ପ୍ରେମରେ ପାଗଳ ହୋଇ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି । ଡାକ୍ତରୀ ଦଳ ଯୁବତୀଙ୍କ ଉପର ଅଂଶକୁ ଅପରେସନ୍ କରି ପରିବର୍ତ୍ତନ କରିଛନ୍ତି । କିଛି ମାସ ପରେ ଅନ୍ତିମ ଅସ୍ତ୍ରୋପଚାର ହେବ, ଯେଉଁଥିରେ ତାଙ୍କ ଶରୀରର ଅନ୍ୟ ଅଙ୍ଗଗୁଡ଼ିକର ମଧ୍ୟ ପରିବର୍ତ୍ତନ ହେବ । ତେବେ ଡାକ୍ତରଙ୍କ କହିବା ଅନୁସାରେ ଦେଢ଼ ବର୍ଷ ପରେ ଯୁବତୀ ଜଣକ ସମ୍ପୂର୍ଣ୍ଣ ଜଣେ ଯୁବକରେ ପରିଣତ ହୋଇଯିବେ ।
ପ୍ରୟାଗରାଜର ଗଙ୍ଗାପାର ଅଞ୍ଚଳରେ ରହୁଥିବା ଦୁଇ ଯୁବତୀ ପରସ୍ପରକୁ ଭଲ ପାଉଥିଲେ । ତେବେ ପରିବାର ଲୋକେ ଏକଥା ଜାଣିବା ପରେ ଉଭୟଙ୍କ ଉପରେ ନଜର ରଖିଥିଲେ । ଉଭୟ ଯୁବତୀଙ୍କୁ ବହୁତ ବୁଝାସୁଝା କରିଥିଲେ, ହେଲେ ସେମାନେ କେହି କାହାକୁ ଛାଡ଼ିବାକୁ ନାରାଜ ଥିଲେ । ପ୍ରେମରେ ପାଗଳ ଦୁଇ ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀ ଲିଙ୍ଗ ପରିବର୍ତ୍ତନ କରିବାକୁ ସ୍ଥିର କରିଥିଲେ । ତା’ପରେ ସେ ପ୍ରୟାଗରାଜର ଏସଆରଏନ ହସ୍ପିଟାଲରେ ପହଞ୍ଚି ଡାକ୍ତରଙ୍କ ପରାମର୍ଶ ପରେ ଲିଙ୍ଗ ପରିବର୍ତ୍ତନ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ ।
ଡକ୍ଟର ମୋହିତ ଜୈନଙ୍କ ଅନୁଯାୟୀ, ବର୍ତ୍ତମାନ ସଂପୃକ୍ତ ଯୁବତୀଙ୍କ ଶରୀରରେ କେବଳ ପରିବର୍ତ୍ତନ ହେବ ନାହିଁ ବରଂ ତାଙ୍କର ହାବଭାବରେ ମଧ୍ୟ ପରିବର୍ତ୍ତନ ହେବ। କିଛି ଦିନ ଭିତରେ ଯୁବତୀଙ୍କର ଦାଢ଼ି ନିଶ ମଧ୍ୟ ଉଠିବ । ଯୁବତୀଙ୍କୁ ଟେଷ୍ଟୋଷ୍ଟେରନ୍ ହରମୋନ୍ ଥେରାପି ଦିଆଯିବ, ଯାହାଦ୍ୱାରା ଭିତରରୁ ତାଙ୍କର ପୁରୁଷତ୍ୱ ଜାଗ୍ରତ ହେବ ।
ସେହିପରି ଅସ୍ତ୍ରୋପଚାର କରିଥିବା ଡାକ୍ତର କହିଛନ୍ତି, ଲିଙ୍ଗ ପରିବର୍ତ୍ତନ ପରେ ସନ୍ତାନ ପ୍ରସବ କରିପାରିବେନି ସଂପୃକ୍ତ ଯୁବତୀ । ବର୍ତ୍ତମାନ ପ୍ରଥମ ଅପରେସନ୍ କରାଯାଇଛି । ଏହି ସମ୍ପୂର୍ଣ୍ଣ ଅପରେସନ୍ ଚକ୍ର ପ୍ରାୟ ୧୮ ମାସ ମଧ୍ୟରେ ସମାପ୍ତ ହେବ । ତେବେ ପ୍ରାଥମିକ ଅପରେସନ ପରେ ଲିଙ୍ଗ ପରିବର୍ତ୍ତନ କରିଥିବା ଝିଅକୁ ଡିସଚାର୍ଜ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)