Advertisment

ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ସଜବାଜ; ପ୍ରଭୁ ଶ୍ରୀରାମଙ୍କ ପାଇଁ ଆସୁଛି ସ୍ୱତନ୍ତ୍ର ଉପହାର

ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ ।

ଅଦ୍ୟତନ ହୋଇଛି
Ayodhya Ram Mandir Consecration

Ram Mandir

Advertisment

ଆସନ୍ତା ୨୨ ତାରିଖରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ସମୟ ଯେତିକି ପାଖୋଉଛି, ଭକ୍ତଙ୍କ ଉତ୍କଣ୍ଠା ବଢିବା ସହ ଆୟୋଜକଙ୍କ ତୟାରି ବି ସେତିକି ତୀବ୍ର ହେଉଛି । ସେପଟେ ରାମଲାଲାଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ବିଭିନ୍ନ ଉପହାର ଆସୁଛି । ଏହି କ୍ରମରେ ଉତ୍ତରପ୍ରଦେଶ କନୌଜର ଜିସି ତିୱାରୀ ନାମକ ବ୍ୟକ୍ତି ଶ୍ରୀରାମଙ୍କ ପାଇଁ ଆଣିଛନ୍ତି ସ୍ୱତନ୍ତ୍ର ଅତର, ଧୂପକାଠି ଓ ଚନ୍ଦନ କାଠ ।

Advertisment

ପ୍ରଥମ ଥର ପାଇଁ ପଦ୍ମଫୁଲରୁ ପ୍ରସ୍ତୁତ ହୋଇଛି ଏହି ସ୍ୱତନ୍ତ୍ର ତନ୍ତ୍ର ଅତର । ସେହିପରି ମଧ୍ୟପ୍ରଦେଶ ରତଲାମରୁ ଆସିଛି ରୂପା ଦୀପ । ରତଲାମର ଶୈଳେନ୍ଦ୍ର ସୋନି ୫ କେଜି ରୂପାରେ ତିଆରି ଏହି ଦୀପ ପ୍ରଦାନ କରିଛନ୍ତି । ଦୀପର ବୈଶିଷ୍ଟ୍ୟ ହେଉଛି, ଏଥିରେ ଥରେ ଘିଅ ଢାଳିଲେ ୭୨ ଘଣ୍ଟା ପର୍ଯ୍ୟନ୍ତ ଜଳିପାରିବ।

ଅଧିକ ପଢ଼ନ୍ତୁ: ଯାତ୍ରା ବେଳେ ବି ଖୋଲାଯିବନି ଶ୍ରୀରାମଙ୍କ ଆଖିରୁ ପଟ୍ଟି, ଜାଣନ୍ତୁ କାରଣ...

Advertisment

ସେହିପରି ଦୀପକୁ ଏଭଳି ଭାବେ ଡିଜାଇନ କରାଯାଇଛି ଯେ ସେଥିରୁ ଧୂଆଁ ବାହାରିବ ନାହିଁ, ଯାହା ଦ୍ୱାରା ଗର୍ଭଗୃହ କାରୁକାର୍ଯ୍ୟ ପ୍ରତି କୌଣସି ବିପଦ ସୃଷ୍ଟି ହେବ ନାହିଁ । ସମସ୍ତ ସାମଗ୍ରୀ ଗୁଡିକୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ ଗ୍ରହଣ କରିଛନ୍ତି ।

ଅଧିକ ପଢ଼ନ୍ତୁ: କେମିତି ଦେଖାଯିବେ ରାମଲାଲା ? ପୂରା ବିବରଣୀ ଦେଇଛନ୍ତି ଚମ୍ପତ ରାୟ...

Advertisment
Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ