Advertisment

‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା’

ଗୁଲାମନବୀ, ରାହୁଲ ଗାନ୍ଧିଙ୍କୁ ଟାର୍ଟେଟ କରିବା ସହ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା।

ଅଦ୍ୟତନ ହୋଇଛି
Senior leader Ghulam Nabi Azad resigns from Congress

Senior leader Ghulam Nabi Azad resigns from Congress

Advertisment

CWC ବୈଠକ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କଂଗ୍ରେସକୁ ବାଏ ବାଏ କରିଛନ୍ତି। ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟ ପଦରୁ ଗୁଲାମନବୀ ଇସ୍ତଫା ଦେଇଛନ୍ତି। ନିକଟରେ ସେ ଜମ୍ମୁ-କାଶ୍ମୀର କ୍ୟାମ୍ପେନ୍ କମିଟି ଅଧ୍ୟକ୍ଷ ପଦ ଛାଡ଼ିଥିଲେ। ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ପାଖକୁ ୫ ପୃଷ୍ଠାର ଇସ୍ତଫା ପତ୍ର ଗୁଲାମନବୀ ପଠାଇଛନ୍ତି। 

Advertisment

ଇସ୍ତଫା ପତ୍ରରେ ସେ ନିଜ କ୍ଷୋଭ ପ୍ରକାଶ କରିବା ସହ କଂଗ୍ରେସକୁ ତାଙ୍କ ସମୟରେ ଦେଇଥିବା ସେବା ବାବଦରେ ଉଲ୍ଲେଖ କରିଛନ୍ତି। ଏହାସହ ଗୁଲାମନବୀ, ରାହୁଲ ଗାନ୍ଧିଙ୍କୁ ଟାର୍ଟେଟ କରିବା ସହ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା। ୨୦୧୩ ମସିହା ଜାନୁଆରୀରେ ରାହୁଲ କଂଗ୍ରେସ ଉପସଭାପତି ହେବା ପରେ ସେ ଦଳକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେଲେ। କଂଗ୍ରେସରେ ରହି ଆସିଥିବା ମତବିନିମୟ ବ୍ୟବସ୍ଥାକୁ ସେ(ରାହୁଲ ଗାନ୍ଧି) ଶେଷ କରିଦେଲେ। ସୋନିଆ ସଭାପତି ଥିଲେ ବି ରାହୁଲ ହିଁ ସର୍ବେସର୍ବା। ବରିଷ୍ଠଙ୍କୁ କୋଣଠେସା କରି ନିର୍ଦ୍ଦିଷ୍ଟ କୋଟେରୀ ଦ୍ୱାରା CWC ପରିଚାଳିତ ହେଉଥିବା ଗୁଲାମନବୀ ଆଜାଦ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ‘ରାହୁଲ ସରକାରୀ ଅଧ୍ୟାଦେଶକୁ ସର୍ବସାଧାରଣରେ ଚିରିବା ଘଟଣା ସବୁଠୁ ବଡ଼ ଅପରିପକ୍ୱତା। ରାଷ୍ଟ୍ରପତିଙ୍କ ଦ୍ୱାରା ପାସ୍ ହୋଇଥିବା ଅଧ୍ୟାଦେଶକୁ ରାହୁଲ ଚିରି ଦେଇଥିଲେ। ରାହୁଲଙ୍କ ପିଲାଳିଆମୀ ଅନେକ ସମୟରେ ଅଡ଼ୁଆରେ ପକାଉଥିଲା।’ ଜି-୨୩ ଅସନ୍ତୁଷ୍ଟ ନେତା ଭାବେ ତାଲିକାର ଆଗରେ ଗୁଲାମନବୀ ଥିଲେ। ସୂଚନାଥାଉ କି, ୫ଟି ରାଜ୍ୟରେ ନିକଟରେ ହୋଇଥିବା ର୍ନିବାଚନ ବିପର୍ଯ୍ୟୟ ପରେ ଦଳୀୟ ସଂଗଠନର ପୁନର୍ଗଠନ ବିଷୟରେ ଆଲୋଚନା କରିବା ପାଇଁ ଘନ ଘନ ବୈଠକ କରି ଚର୍ଚ୍ଚାରେ ଥିଲା ଜି-୨୩। ପୂର୍ବରୁ କପିଲ ସିବଲ, ଆନନ୍ଦ ଶର୍ମା, ଜୟବୀର ଶେରଗିଲ ପଦ ଛାଡିଥିଲେ।

Advertisment
Ghulam Nabi Azad Congress Senior Leader Ghulam Nabi Azad Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ