ଫଳ ଜୁସ୍‌ରେ ମିଶାଉଥିଲେ ପରିସ୍ରା; ଦୋକାନୀକୁ ନିର୍ଦ୍ଧୁମ୍‌ ପିଟିଲେ ଜନତା...

ଆପଣ ବାଟରେ ଥିବା ଜୁସ୍‌ ଦୋକାନରୁ କେବେ ପିଇଛନ୍ତି କି ? ଯଦି ଏମିତି ପିଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଜୁସ୍‌ରେ ଜଣେ ଦୋକାନୀ ମିଶାଉଛନ୍ତି ପରିସ୍ରା ।

fruit juices mixed with urine

ଆପଣଙ୍କୁ ଜୁସ୍‌ ପିଇବାକୁ ଭଲ ଲାଗେ କି ? ଆପଣ ବାଟରେ ଥିବା ଜୁସ୍‌ ଦୋକାନରୁ କେବେ ପିଇଛନ୍ତି କି ? ଯଦି ଏମିତି ପିଉଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଏମିତି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜୁସ୍‌ରେ ଜଣେ ଦୋକାନୀ ମିଶାଉଛନ୍ତି ପରିସ୍ରା ।  ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ।  

ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶର ଗାଜିଆବାଦ ଅଞ୍ଚଳର ଏକ ଦୋକାନରେ । ଦୋକାନୀ ଜଣକ ଫଳ ରସରେ ପରିସ୍ରା ମିଶାଇ ଗ୍ରାହକଙ୍କୁ ଦେଉଥିଲେ । ତେବେ ଘଟଣା ଜଣାପଡ଼ିବା ପରେ ଦୋକାନୀକୁ ଗିରଫ କରିଛି ପୋଲିସ । ଦୋକାନରୁ ୧ ଲିଟରୁ ଅଧିକ ପରିସ୍ରା ଜବତ ମଧ୍ୟ କରିଛି ପୋଲିସ । ଘଟଣା ଜଣାପଡ଼ିବା ପରେ ଏଥିରେ ରାଗି ଯାଇ ଲୋକ ଦୋକାନୀକୁ ପ୍ରବଳ ମାତ୍ରରେ ମାଡ଼ ମଧ୍ୟ ମାରିଛନ୍ତି । 

ଗତ କିଛି ଦିନ ହେବ ଫଳ ରସ ପିଇବାକୁ ଦୋକାନକୁ ଆସୁଥିବା ଲୋକମାନେ ମଧ୍ୟ ଅଭିଯୋଗ କରିଥିଲେ ଯେ, ସେମାନେ ଫଳ ରସ ପିଇବା ସମୟରେ ଲୁଣିଆ ଲୁଣିଆ ଅନୁଭବ କରୁଥିଲେ ବୋଲି । କିନ୍ତୁ ଜାଣି ନଥିଲେ ଯେ ସେମାନଙ୍କୁ ପରିସ୍ରା ମିଶାଇ ଏମିତି ଦେଉଥିବେ ବୋଲି । 

ଶୁକ୍ରବାର ଦିନ ଜଣେ ବ୍ୟକ୍ତି ଜୁସ୍‌ ପିଇବା ପାଇଁ ଦୋକାନରେ ପହଞ୍ଚି ପିଇବା ପରେ ଜୁସ୍‌ରେ କିଛି ମିଶା ହୋଇଛି ବୋଲି ଅନୁଭବ କରିଥିଲେ । ଯେତେବେଳେ ଦୋକାନୀଙ୍କୁ ଏ ବିଷୟରେ ପଚରିଥିଲେ, ସେ କହିଥିଲେ ଯେ ଜୁସ୍‌ର ସ୍ୱାଦ ହିଁ ଏମିତି । କିନ୍ତୁ ବ୍ୟକ୍ତି ଜଣଙ୍କର ସନ୍ଦେହ ବଢିଥିଲା, ସେ ଦୋକାନ ଭିତରକୁ ଗଲେ । ଦୋକାନ ଭିତରେ ଏକ ବୋତଲରେ ମଣିଷ ପରିସ୍ରା ପାଇଥିଲେ । ଏହା ପରେ ଦୋକାନୀଙ୍କୁ ପ୍ରବଳ ମାଡ଼ ମାରିଥିଲେ ଲୋକ । ଯାହାଫଳରେ ଦୋକାନୀ ଜଣଙ୍କ ସ୍ବୀକାର କରିଥିଲେ ଯେ, ଜୁସ୍‌ରେ ପରିସ୍ରା ମିଶାଇ ବିକ୍ରି କରୁଛନ୍ତି ବୋଲି ।  

 

ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା । ଏହାପରେ ହଠାତ୍‌ ଉକ୍ତ ଦୋକାନ ଉପରେ ଚଢ଼ାଉ କରି ପୋଲିସ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ ୧ ଲିଟର ପରିସ୍ରା ଥିବା ବେଳେ ତାହାକୁ ଜବତ କରାଯାଇଛି । ଏନେଇ ଦୋକାନୀଙ୍କୁ ପଚରାଉଚରା କରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।