Advertisment

ଜଏନିଂ ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଭିଆଇପି ଡିମାଣ୍ଡ, ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍‌ ଚାଟ୍‌....

ସାମ୍ନାକୁ ଆସିଥିବା ହ୍ୱାଟ୍ସଆପ୍‌ ଚାଟ୍‌ରେ ସେ ଅଧିକାରୀ ଜଣଙ୍କୁ କହୁଛନ୍ତି ଯେ, ‘ମୁଁ ଜୁନ୍‌ ୩ରେ ଯୋଗଦେବା ପୂର୍ବରୁ ଦୟାକରି କ୍ୟାବିନ୍‌ ଓ ଗାଡ଼ି ବ୍ୟବସ୍ଥା କର । ପରେ ସମୟ ମିଳିବ ନାହିଁ ।

ଅଦ୍ୟତନ ହୋଇଛି
Pooja Khedkar Wants House Car Before Joining

Pooja Khedkar

Advertisment

ପୁଣି ଚର୍ଚ୍ଚାରେ IAS ପୂଜା ଖେଡକର । ପ୍ରଥମେ କ୍ଷମତାର ଅପବ୍ୟବହାର ଆଉ ଏବେ ଜଏନ କରିବା ପୂର୍ବରୁ ନିଜ ପାୱାର ଦେଖାଇବାକୁ ନେଇ ଚର୍ଚ୍ଚାରେ ଏହି IAS ଅଧିକାରୀ । କ୍ଷମତାର ଅପବ୍ୟବହାର ଅଭିଯୋଗରେ ମହାରାଷ୍ଟ୍ର ପ୍ରୋବେସନାରୀ ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କୁ ବଦଳି କରାଯାଇଥିଲା । ତେବେ ଟ୍ରାନ୍ସଫର୍‌ ପରେ ପୁଣେରେ ଆସିଷ୍ଟାଣ୍ଟ କଲେକ୍ଟର ଭାବରେ ଯୋଗଦେବା ପୂର୍ବରୁ ପୂଜା ଖେଡକାର ନିଜ ପାଇଁ ଅଲଗା କାର୍ଯ୍ୟାଳୟ, କାର ଏବଂ ଘର ମାଗିଥିଲେ ବୋଲି କଲେକ୍ଟର ଅଫିସ୍‌ର ଜଣେ ଅଧିକାରୀଙ୍କ ସହ ତାଙ୍କ ହ୍ୱାଟସ୍ ଆପ୍ ଚାଟ୍ ସାମ୍ନାକୁ ଆସିଛି । ଜୁନ୍‌ ୩ ପୂର୍ବରୁ ଏହି ସବୁ ବ୍ୟବସ୍ଥା କରିବାକୁ କଲେକ୍ଟର ଅଫିସର ସେହି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୂଜା ।

Advertisment

ସାମ୍ନାକୁ ଆସିଥିବା ହ୍ୱାଟସ୍‌ ଚାଟ୍‌ରେ ସେ ଅଧିକାରୀ ଜଣଙ୍କୁ କହୁଛନ୍ତି ଯେ, ‘ମୁଁ ଜୁନ୍‌ ୩ରେ ଯୋଗଦେବା ପୂର୍ବରୁ ଦୟାକରି କ୍ୟାବିନ୍‌ ଓ ଗାଡ଼ି ବ୍ୟବସ୍ଥା କର। ପରେ ସମୟ ମିଳିବ ନାହିଁ । ଯଦି ଏହା ସମ୍ଭବ ନୁହେଁ ମୋତେ ଜଣାନ୍ତୁ, ମୁଁ ସେହି ଅନୁଯାୟୀ କଲେକ୍ଟର ସାରଙ୍କ ସହ କଥା ହେବି’।

ପୂଜା ଖେଡକରଙ୍କ ଏଭଳି ଦାବିକୁ ନେଇ ପୁଣେ ଜିଲ୍ଲାପାଳ ଡ.ସୁହାସ ଦିୱାସ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ପୁଣେରେ ଖେଡକରଙ୍କ ପ୍ରଶିକ୍ଷଣ ଜାରି ରଖିବା ଅନୁଚିତ ବୋଲି ସେ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ । ଏହାପରେ ପୁଣିଥରେ ଟ୍ରେନି ଆଇଏଏସ୍‌ ଅଧିକାରୀ ପୂଜା ଖେଡକରଙ୍କୁ ମହରାଷ୍ଟ୍ର ସରକାର ବଦଳି କରିଛନ୍ତି । ଏବେ ସେ ୱାଶିମ୍ ଜିଲ୍ଲାର ​​ସହାୟକ ଜିଲ୍ଲାପାଳ ଭାବରେ କାର୍ଯ୍ୟ କରିବେ ।

Advertisment

ମିଳିଥିବା ସୂଚନା ଅନୁସାରେ ପ୍ରୋବେସନ ଅବଧି ସମୟରେ ଭିଆଇପିଙ୍କ ଉଦ୍ଧିଷ୍ଟ ସ୍ୱତନ୍ତ୍ର ସୁବିଧା ଦାବି କରିଥିଲେ ପୂଜା । କିନ୍ତୁ ନିୟମ ଅନୁସାରେ, ଜଣେ ପ୍ରୋବେସନ୍ ଅଧିକାରୀଙ୍କୁ ଭିଆଇପିଙ୍କ ଉଦ୍ଦିଷ୍ଟ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦିଆଯାଏ ନାହିଁ।

ଏହା ପୂର୍ବରୁ ମଧ୍ୟ ନିଜ ପଦର ଅପବ୍ୟବହାର ନେଇ ସେ ବେଶ୍‌ ଚର୍ଚ୍ଚାରେ ରହିଥିଲେ । ସେ ନିଜର ବ୍ୟକ୍ତିଗତ ଅଡି କାରରେ ମଧ୍ୟ ନାଲି-ନୀଳ ବତୀ ଲଗାଇବା ସହ ଭିଆଇପି ନମ୍ବର ପ୍ଲେଟ ବ୍ୟବହାର କରିଥିଲେ, ଯାହା ପ୍ରଶାସନିକ କ୍ଷେତ୍ରରେ ହଇଚଇ ସୃଷ୍ଟି କରିଥିଲା। କେବଳ ଏତିକି ନୁହେଁ ପୂଜା ଖେଡକର ତାଙ୍କ ବ୍ୟକ୍ତିଗତ କାରରେ ମଧ୍ୟ 'ମହାରାଷ୍ଟ୍ର ସରକାର' ବୋର୍ଡ ରଖିଥିଲେ।

Advertisment

ମହାରାଷ୍ଟ୍ର କ୍ୟାଡରର ୨୦୨୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ପୂଜା ଖେଡକର ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଜାଲ ପ୍ରମାଣ ପତ୍ର ଦେଇଥିବା ଅଭିଯୋଗ ହୋଇଥିଲା । UPSC ପରୀକ୍ଷା ପାସ୍‌ କରିବା ପାଇଁ ନକଲି ଅକ୍ଷମତା ଏବଂ ପଛୁଆ ବର୍ଗ (ଓବିସି) ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହୋଇଥିଲା ।

ଏମିତି କି ସେ ମାନସିକ ରୋଗ ପ୍ରମାଣପତ୍ର ମଧ୍ୟ ଦାଖଲ କରିଥିଲେ । ଏପ୍ରିଲ୍ ୨୦୨୨ରେ, ତାଙ୍କୁ ତାଙ୍କର ଅକ୍ଷମତା ଯାଞ୍ଚ କରିବାକୁ AIIMSରେ ଡାକ୍ତରୀ ପରୀକ୍ଷା କରିବାକୁ କୁହାଯାଇଥିଲା। ତେବେ ଖେଡକର ଭିନ୍ନ ଭିନ୍ନ କାରଣ ଦର୍ଶାଇ ୬ ଥର ଡାକ୍ତରୀ ପରୀକ୍ଷା କରିବାକୁ ମନା କରିଦେଇଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ ଜାତୀୟ ଗଣମାଧ୍ୟମର କିଛି ସାମ୍ବାଦିକ ଏ ବାବଦରେ ପୂଜାଙ୍କୁ ପଚାରିବାରୁ ସେ ଏବେ କିଛି କହିବାକୁ କ୍ଷମତାପ୍ରାପ୍ତ ନୁହଁନ୍ତି ବୋଲି କହିଥିଲେ।

IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ