Advertisment

କାଳ ହେଲା ହିଣ୍ଡେନବର୍ଗ ରିପୋର୍ଟ, ବିଶ୍ୱ ଧନୀ ତାଲିକାର ୭ ନମ୍ବର ସ୍ଥାନକୁ ଖସିଲେ ଆଦାନୀ

ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି

ଅଦ୍ୟତନ ହୋଇଛି
Gautam Adani Slips to 7th in Global Rich List

Gautam Adani

Advertisment

ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଏସିଆର ସବୁଠୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ସଂପତ୍ତିର ପରିମାଣ ୨୨.୫ ମିଲିୟନ ଡଲାର ହ୍ରାସ ପାଇଥିବା ଜଣାପଡ଼ିଛି । ଫଳରେ ମାତ୍ର ୨ ଦିନ ଭିତରେ ସେ ବିଶ୍ୱର ଧନୀ ତାଲିକାରେ ୩ ନମ୍ବର ସ୍ଥାନରୁ ୭ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ।

Advertisment

ଗତ ସେପ୍ଟେମ୍ବର ୨୦୨୨ରେ ଆଦାନୀ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି ଭାବେ ବିବେଚିତ ହୋଇଥିଲେ । ଫୋର୍ବସ ଡାଟା ଅନୁଯାୟୀ ଜାନୁଆରୀ ୨୦୨୩ ସୁଦ୍ଧା ତାଙ୍କ ମୋଟ ସଂପତ୍ତିର ପରିମାଣରେ ଶତକଡ଼ା ୧୯ ଭାଗ ହ୍ରାସ ପାଇଛି ।

ଆଦାନୀ ଏବେ ୭ ନମ୍ବର ସ୍ଥାନକୁ ଖସିବା ପରେ ଧନୀ ତାଲିକାରେ ମାଇକ୍ରୋସଫ୍‌ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ତଳକୁ ଖସି ଆସିଛନ୍ତି । ପ୍ରଥମ ଥର ପାଇଁ ଆଦାନୀଙ୍କ ସଂପତ୍ତିରେ ଏଭଳି ବୃହତ୍ ହ୍ରାସ ପାଇଛି । କଂପାନୀର ସେୟାର ମୂଲ୍ୟ ହ୍ରାସ ପାଇବା ପରେ ଏଭଳି ବିପର୍ଯ୍ୟୟ ଘଟିଥିବା କୁହାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ଦେଶର ୫ ପ୍ରତିଶତ ଧନୀଙ୍କ ପାଖରେ ରହିଛି ଭାରତର ୬୦ ପ୍ରତିଶତ ସମ୍ପତ୍ତି : ଅକ୍ସଫାମ୍ ରିପୋର୍ଟ

ହିଡେନ୍‌ବର୍ଗ ରିପୋର୍ଟ ଆଦାନୀ ଗ୍ରୁପ୍ କଂପାନୀ ଉପରେ ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ଆଣିଛି । ମ୍ୟାନିପୁଲେସନ କରି କଂପାନୀର ଧନୀ ତାଲିକାର ଉପରକୁ ଯାଇଥିବା ଏହି ରିପୋର୍ଟରେ କୁହାଯାଇଛି ଏବଂ ଏଭଳି କାର୍ଯ୍ୟ ଦୀର୍ଘ ଦିନ ଧରି ଚାଲିଛି ।

Advertisment

ସୂଚନାଯୋଗ୍ୟଯେ, ଦୀର୍ଘ ଦୁଇ ବର୍ଷର ଅନୁସନ୍ଧାନ ପରେ କଂପାନୀ ଏହି ରିପୋର୍ଟ ପ୍ରକାଶ କରିଛି । ତେବେ ପୂର୍ବରୁ ବିଶ୍ୱର ଧନୀ ତାଲିକାରେ ଆଦାନୀ ଦ୍ରୁତ ଗତିରେ ଉପରକୁ ଉଠୁଥିଲେ । ଗତବର୍ଷ ସେପ୍ଟେମ୍ବରରେ ସେ ଏସିଆର ସବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଥିଲେ।

ଏପ୍ରିଲରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ତାଙ୍କର ନେଟ ୱର୍ଥ ୧୦୦ ବିଲିୟନ ଡଲାର ଟପିଥିଲା । ପରେ ସେ ବିଲ୍‌ ଗେଟ୍ସଙ୍କୁ ପଛରେ ପକାଇ ୪ର୍ଥ ସ୍ଥାନରେ ରହିବା ପରେ ଅଗଷ୍ଟରେ ୩ୟ ସ୍ଥାନକୁ ଉଠିଥିଲେ ।

ତେବେ ହିଣ୍ଡେନବର୍ଗ ରିପୋର୍ଟର ଷ୍ଟକ୍ ମ୍ୟାନିପୁଲେସନ ଅଭିଯୋଗ ପରେ ଆଦାନୀ ଗ୍ରୁପ୍ ୭ ନମ୍ବର ସ୍ଥାନକୁ ଖସି ଆସିଛି। ଏଠି କହି ରଖୁଛୁ ଯେ,ଏ ସମସ୍ତ ଅଭିଯୋଗକୁ ଆଦାନୀ ଗ୍ରୁପ୍ ପକ୍ଷରୁ ଖଣ୍ଡନ କରାଯାଇଛି ।

Gautam Adani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ