Advertisment

ଅମ୍ବାନୀଙ୍କୁ ପଛରେ ପକାଇ ଆଦାନୀ ସବୁଠୁ ବଡ଼ ଧନୀ

ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୋଟ ସମ୍ପତ୍ତି ୬୬୫ ନିୟୁତ ଡଲାର ବୃଦ୍ଧି ପାଇଛି ।

ଅଦ୍ୟତନ ହୋଇଛି
Gautam Adani

Gautam Adani

Advertisment

ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ, ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ପୁଣି ପଛରେ ପକାଇ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହୋଇଛନ୍ତି । ଅଦାନୀ ବିଶ୍ୱ ଧନୀ ତାଲିକାର ଶ୍ରେଷ୍ଠ ୧୨ରେ ମଧ୍ୟରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ ଅମ୍ବାନୀ ଏହି ତାଲିକାର ୧୩ ତମ ସ୍ଥାନରେ ରହିଛନ୍ତି ।

Advertisment

ଏହି ଉତ୍ଥାନ ସହ ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀ ଏବେ ଏସିଆର ଏକ ନମ୍ବର ଧନୀ ପାଲଟିଛନ୍ତି । ଗତ ବର୍ଷ ତୁଳନାରେ ଉଭୟ ଆଦାନୀ ଏବଂ ଅମ୍ବାନୀଙ୍କ ରାଙ୍କିଙ୍ଗରେ ଉନ୍ନତି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗୌତମ ଆଦାନୀଙ୍କ ସମ୍ପତ୍ତି ୭.୬ ଆରବ ଡଲାର ବୃଦ୍ଧି ପାଇଛି । ଅନ୍ୟପଟେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୯୭ ଆରବ ଡଲାର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ତାଙ୍କର ମୋଟ ସମ୍ପତ୍ତି ୬୬୫ ନିୟୁତ ଡଲାର ବୃଦ୍ଧି ପାଇଛି ।

ଗୌତମ ଆଦାନୀଙ୍କ ସମ୍ପତ୍ତି ବୃଦ୍ଧିର କାରଣ କ’ଣ?

୩ ଜାନୁୟାରୀ ୨୦୨୪ରେ ଆଦାନୀ-ହିନ୍ଦେନବର୍ଗ ମାମଲାରେ ସୁପ୍ରିମକୋର୍ଟ ଆଦାନୀ ଗ୍ରୁପ୍‌କୁ କ୍ଲିନ୍‌ ଚିଟ୍‌ ଦେବା ପରେ ଏଭଳି ସ୍ଥିତି ଉପଜୁଛି । ଗୌତମ ଆଦାନୀଙ୍କ କମ୍ପାନୀର ସେୟାର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତାଙ୍କର ସମ୍ପତ୍ତିର ମୂଲ୍ୟ ବୃଦ୍ଧି ସହ ଏବେ ସେ ଭାରତର ଏକ ନମ୍ବର ଧନୀ ପାଲଟିଛନ୍ତି । ଆଦାନୀ-ହିନ୍ଦେନବର୍ଗ ମାମଲାରେ SEBI ଦ୍ୱାରା କରାଯାଇଥିବା ତଦନ୍ତକୁ ସନ୍ତୋଷଜନକ ବୋଲି କହି ସୁପ୍ରିମକୋର୍ଟ ମାର୍କେଟ ନିୟାମକ SEBI କୁ ମୋଟ ୨୪ ଟି ମଧ୍ୟରୁ ବାକି ଥିବା ୨ ଟି ମାମଲାର ଯାଞ୍ଚ ପାଇଁ ଅତିରିକ୍ତ ୩ ମାସ ସମୟ ଦେଇଛନ୍ତି ।

Advertisment
Adani Ambani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ