• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପଞ୍ଜାବ ଲୁଧିଆନାରେ ଘଟିଲା ଅଘଟଣ । ଗ୍ୟାସ୍‌ ଲିକ୍‌ କାରଣରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଅଛନ୍ତି । ଗିୟାସପୁରାର ଏକ ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଯୋଗୁଁ ଏହି ଅଘଟଣ ଘଟିଛି । ଉଦ୍ଧାର କାର୍ଯ୍ୟରେ NDRF ସାମିଲ ହୋଇଛନ୍ତି । ଡାକ୍ତରୀ ଟିମ୍‌ ମଧ୍ୟ ପହଞ୍ଚିସାରିଛନ୍ତି । କେଉଁ ପ୍ରକାର ଗ୍ୟାସ୍‌ ଲିକ୍‌ ଯୋଗୁଁ ମୃତ୍ୟୁ ହୋଇଛି, ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ପ୍ରଭାବିତ ଅଞ୍ଚଳକୁ ନ ଯିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଏହି ଘଟଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଟ୍ୱିଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ପୋଲିସ୍, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଏନ୍‌ଡିଆରଏଫ(NDRF) ଟିମ ଘଟଣାସ୍ଥଳରେ ଉପସ୍ଥିତ ଥିବା ସେ ଲେଖିଛନ୍ତି। ତା’ସହିତ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ଗଣମାଧ୍ୟମକୁ ଲୁଧିଆନାର ସବ୍‌ ଡିଭିଜିନାଲ୍‌ ମାଜିଷ୍ଟ୍ରେଟ୍‌ ସ୍ୱାତୀ ତିୱାନା କହିଛନ୍ତି, ନିଶ୍ଚୟ ଏହା ‌ଗୋଟାଏ ଗ୍ୟାସ୍‌ ଲିକ୍‌ ଘଟଣା । ଅଘଟଣସ୍ଥଳରେ ଉଦ୍ଧାର ଅଭିଯାନ ଚାଲିଛି । ଏହି ଘଟଣାରେ ୧୧ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ୧୧ଜଣ ଅସୁସ୍ଥ ହୋଇପଡ଼ିଛନ୍ତି । କି ପ୍ରକାରର ଗ୍ୟାସ୍‌ ଓ ତାହା କେଉଁଠୁ ଲିକ୍‌ ହୋଇଛି ସେ କଥା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ତାହା ତଦନ୍ତ କରିବ।