Advertisment

ହାଲୁକା ପବନ ସାଙ୍ଗକୁ ସନ୍ଧ୍ୟାର ସହର... ଶିକାରାରେ ବୁଲିଲେ G20 ଅତିଥି

G20 ବୈଠକ ମଧ୍ୟରେ ଶିକାରାର ମଜା ନେଲେ ବିଦେଶୀ ଅତିଥି

ଅଦ୍ୟତନ ହୋଇଛି
G20 Summit 2023 Delegates

G20 delegates take shikara ride at Srinagar's Dal Lake

Advertisment

ଆଜି କାଶ୍ମୀରରେ ଜି -୨୦ ବୈଠକର ଦ୍ୱିତୀୟ ଦିନ । ବୈଠକରେ ଯୋଗଦେବା ପାଇଁ ୨୯ଟି ଦେଶର ୬୧ ପ୍ରତିନିଧି (G20 Delegates) ଜାମ୍ମୁ କାଶ୍ମୀରରେ ପହଞ୍ଚିଛନ୍ତି । ଜି-୨୦ରେ ଯୋଗଦେବାକୁ ଆସିଥିବା ଅତିଥିମାନଙ୍କୁ ଭାରତୀୟ ପରମ୍ପରା ଏବଂ ସଂସ୍କୃତି ଅନୁଯାୟୀ ସ୍ୱାଗତ କରାଯାଇଛି । ତେବେ ସୁନ୍ଦୀର କାଶ୍ମୀରର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଭାରତ ଆସିଥିବା ବିଦେଶୀ ଅତିଥିମାନେ ଶିକାରା(Shikara Ride )ରେ ବୁଲାବୁଲି କରିଛନ୍ତି । ଭାରତର ଭୂସ୍ୱର୍ଗ ବୋଲାଉଥିବା କାଶ୍ମୀରର ସୌନ୍ଦର୍ଯ୍ୟ ଉପରେ କେତେ ଯେ ବହି ଲେଖାଯାଇଛି ଏବଂ ଚଳଚ୍ଚିତ୍ର ତିଆରି ହୋଇଛି । ସ୍ୱିଜରଲ୍ୟାଣ୍ଡ, ମାଲଦ୍ୱୀପ କିମ୍ବା କୌଣସି ବିଦେଶୀ ପର୍ଯ୍ୟଟନ ସ୍ଥାନ ତୁଳନାରେ କାଶ୍ମୀର ଅଧିକ ସୁନ୍ଦରୀ ।

Advertisment

ଅଧିକ ପଢ଼ନ୍ତୁ: ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଗୁପଚୁପ୍‌ ଖାଇଲେ ମୋଦି

Advertisment

କାଶ୍ମୀର ଆସିଥିବା ବିଦେଶୀ ଅତିଥିମାନେ ଶ୍ରୀନଗରର ଡାଲ୍‌ ହ୍ରଦ(Shikara Ride )ରେ ଶିକାରାରେ ବୁଲାବୁଲି କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ତାଙ୍କ ମୁହଁରେ ହସ ଦେଖି ଜଣାପଡ଼ୁଛି, ସେମାନେ ଏହାକୁ ଖୁବ୍‌ ଉପଭୋଗ କରିଛନ୍ତି ।  ଶିକରା ଏକ ଡଙ୍ଗା ପରି, ଯାହାକୁ ଅତି ସୁନ୍ଦର ଭାବରେ ସଜାଯାଇଥାଏ । ଏଥିରେ ଲାଗିଥିବା ରଙ୍ଗୀନ ଲାଇଟ୍‌ ବୁଲିବାର ମଜାକୁ ଦୁଇଗୁଣ କରୁଥିବା ବେଳେ ରାତିରେ ଆହୁରି ସୁନ୍ଦର କରିଦିଏ ।

G20 Delegates Enjoy Shikara Ride(G20 Delegates Enjoy Shikara Ride)

ଜାମ୍ମୁ କାଶ୍ମୀରକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ମଧ୍ୟରେ ଶିକାରାରେ ଭ୍ରମଣ କରିବା ପାଇଁ ଅହେତୁକ ଦୁର୍ବଳତା ଦେଖିବାକୁ ମିଳେ । ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ନିଶ୍ଚିତ ଭାବରେ ଶିକାରାରେ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ହ୍ରଦ ମଝିରେ ଏକ ସଜ୍ଜିତ ଡଙ୍ଗାରେ ବସି ସୁନ୍ଦୀର କାଶ୍ମୀରର ସୌନ୍ଦର୍ଯ୍ୟକୁ ଅନୁଭବ କରିବା ଏକ ନିଆରା ଅନୁଭୂତି । ହାଲୁକା ପବନ ସାଙ୍ଗକୁ ଧୀରେ ଧୀରେ ଚାଲୁଥିବା ଡଙ୍ଗା ଓ ସନ୍ଧ୍ୟାର ସହର . . ..ଲାଗିବ ଯେପରି ସ୍ୱପ୍ନର ରାଇଜରେ ପହଞ୍ଚି ଯାଇଛନ୍ତି . . . ।

Advertisment

ସୂଚନାଯୋଗ୍ୟ ଗତକାଲି ଠାରୁ କାଶ୍ମୀରର ଶ୍ରୀନଗରରେ ଆରମ୍ଭ ହୋଇଛି ଜି-୨୦ ବୈଠକ । ହେଲେ ଭାରତର ଉଭୟ ପଡ଼ୋଶୀ ଚୀନ ଓ ପାକିସ୍ତାନ ଏହାକୁ ପ୍ରବଳ ବିରୋଧ କରୁଛନ୍ତି । ବିଶେଷ କରି ଶ୍ରୀନଗରରେ ଏହାକୁ ଆୟୋଜନ କରିବାକୁ ପାକିସ୍ତାନ ଆପତ୍ତି କରିଛି । ଏହାକୁ ନେଇ ପାକିସ୍ତାନ ମଧ୍ୟ ମିଛ ପ୍ରଚାର ଆରମ୍ଭ କରିଦେଇଛି । ସେହିପରି ଚୀନ ଏଥିରେ ଯୋଗ ଦେବାକୁ ମନା କରିଦେଇଛି ।

G20 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ