Advertisment

Full Pension For All Retired HC Judges: ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସମସ୍ତ ହାଇକୋର୍ଟ ବିଚାରପତିଙ୍କୁ ପୂର୍ଣ୍ଣକାଳୀନ ପେନସନ

ଅବସରପ୍ରାପ୍ତ ସମସ୍ତ ହାଇକୋର୍ଟ ବିଚାରପତିଙ୍କୁ ସମ୍ପୂର୍ଣ୍ଣ ପେନସନ ମିଳିବା ନେଇ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ମିଳିବ ପୂରା ପେନସନ । ଏଣିକି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍‌ ପାର୍ଥକ୍ୟ ରହିବ ନାହିଁ ।

ଅଦ୍ୟତନ ହୋଇଛି
All HC Judges To Get Full Pension

All HC Judges To Get Full Pension

Advertisment

ବିଚାରପତିଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସର୍ବୋଚ୍ଚ ଅଦାଲତ । ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ ପାଇବେ । CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ମିଳିବ ପୂର୍ଣ୍ଣ ପେନସନ । ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନସନ ପାଇବେ ବୋଲି ସ୍ପଷ୍ଟ କରାଯାଇଛି । ଏଣିକି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍‌ ପାର୍ଥକ୍ୟ ରହିବ ନାହିଁ । 

Advertisment

ସର୍ବୋଚ୍ଚ ଅଦାଲତ କହିଛନ୍ତି, ବିଚାରପତି ମାନଙ୍କ ମଧ୍ୟରେ ଭେଦଭାବ ସମ୍ବିଧାନର ଧାରା-୧୪ର ଉଲଘଂନ କରୁଛି । ତେଣୁ ସମସ୍ତ ହାଇକୋର୍ଟ ବିରାରପତିଙ୍କୁ ପୂର୍ଣ୍ଣ ପେନସନ ଦିଆଯାଇବା ନେଇ ଆମେ ବିଚାର କରିଛୁ । ସେହିପରି ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ଭେଦଭାବ ହେବା ବି ଠିକ୍ କଥା ନୁହେଁ । ସେହିପରି ଅତିରିକ୍ତ ବିଚାରପତିମାନଙ୍କ ପରିବାରବର୍ଗଙ୍କୁ ମଧ୍ୟ ସମାନ ଭାବେ ସୁବିଧା ସୁଯୋଗ ମିଳିବ । 

ଅଧିକ ପଢନ୍ତୁ : ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ  ବି.ଆର. ଗବାଇ; ଆଜି ଶପଥ ପାଠ କରାଇବେ ରାଷ୍ଟ୍ରପତି...

Advertisment
Supreme Court Pensioners High Court CJI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ