Advertisment

ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ

ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୩ ଟଙ୍କା ହ୍ରାସ ପାଇଛି।

ଅଦ୍ୟତନ ହୋଇଛି
Fuel Prices Cut In Maharashtra

Fuel Prices Cut In Maharashtra

Advertisment

ଆହୁରି ଶସ୍ତା ହେଲା ପେଟ୍ରୋଲ ଓ ଡିଜେଲ ଦର। ମହାରାଷ୍ଟ୍ରରେ ପେଟ୍ରୋଲ ଦର ଲିଟର ପିଛା ୫ ଟଙ୍କା ହ୍ରାସ ପାଇଥିବା ବେଳେ ଡିଜେଲ ଲିଟର ପିଛା ୩ ଟଙ୍କା ହ୍ରାସ ପାଇଛି। ଆଜି ରାଜ୍ୟ କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ନିଆଯାଇଛି। 

Advertisment

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ କ୍ଷମତାକୁ ଆସିବା ପରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ନେଇ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠୁ ଏହି ନୂଆ ଦର ଲାଗୁ ହେବ। ଆଜି ମହାରାଷ୍ଟ୍ରରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ଥିବାବେଳେ ଡିଜେଲ ୯୭ ଟଙ୍କା ରହିଛି। ତୈଳ ଦର ହ୍ରାସ ପରେ ଆସନ୍ତାକାଲିଠୁ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ଓ ଡିଜେଲ ଲିଟର ପିଛା ୯୪ ଟଙ୍କା ହେବ। ତୈଳ ଦର ଉପରେ ଭାଟ୍‌ ହ୍ରାସ ନେଇ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘୋଷଣା କରିଥିଲେ। 

ସୂଚନାଥାଉ କି, କିଛି ଦିନ ପୂର୍ବେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ଲିଟର ପିଛା ୯ ଟଙ୍କା ୫୦ ପଇସା କମାଇ ଥିବାବେଳେ, ଡିଜେଲ ଉପରୁ ଲିଟର ପିଛା ୭ ଟଙ୍କା କମାଇଥିଲେ। ଫଳରେ ପେଟ୍ରୋଲ ଓ ଡିଜେଲ ଦର ଶସ୍ତା ହୋଇଥିଲା।

Advertisment
Petrol Price Fuel Price Diesel Price Fuel Price In Maharashtra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ