Advertisment

ଆହୁରି କମିବ ତେଲ ଦର !

ଏପରି ପଦକ୍ଷେପରେ ଆଗେଇ ଆସିଥିଲା ଆମେରିକା। ଭାରତ ସମେତ ଚାଇନା ଓ ଜାପାନକୁ ମଧ୍ୟ ଆମେରିକା ଏଥିପାଇଁ ଅନୁରୋଧ କରିଥିଲା। ଏବେ ସମସ୍ତେ ମିଳିତ ଭାବେ ରଣନୀତିକ ତୈଳ ଭଣ୍ଡାରରୁ ଅଶୋଧିତ ତେଲ ରିଲିଜ୍ କରିବେ।

Petrol Price Hike

Petrol Price Hike

Advertisment

ନୂଆଦିଲ୍ଲୀ: ଆହୁରି କମିବ ତେଲ ଦର। ବଜାରରେ ତୈଳ ଦର୍ କମ୍ କରିବା ପାଇଁ ପ୍ରମୁଖ ରାଷ୍ଟ୍ରର ମିଳିତ ପ୍ରୟାସ। ଭାରତ, ଆମେରିକା, ଚୀନ, ଜାପାନ, ଦ.କୋରିଆ, ବ୍ରିଟେନ୍‌ ଆରମ୍ଭ ହୋଇଛି ମିଳିତ ଉଦ୍ୟମ। ଦାମ୍ କମ୍ ପାଇଁ ଗଚ୍ଛିତ ତୈଳ ଭଣ୍ଡାରରୁ ଅଧିକ ତୈଳ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ପକ୍ଷରୁ ୫ ନିୟୁତ ବ୍ୟାରେଲ୍ ଅଶୋଧିତ ତୈଳ ଛାଡ଼ିବାକୁ ନିଷ୍ପତ୍ତି ନିଆଯାଇଛି।  ଅଶୋଧିତ ତୈଳର ଦାମ ବଢ଼ିବା ଯୋଗୁ ଏବେ ବି ଅନେକ ସ୍ଥାନରେ ପେଟ୍ରୋଲର ଲିଟର ପିଛା ୧୦୦ ଟଙ୍କା ଉପରେ ରହିଛି। ଉତ୍ପାଦନକାରୀ ରାଷ୍ଟ୍ର ଆମଦାନକାରୀ ରାଷ୍ଟ୍ରର ପ୍ରସ୍ତାବ ନ ରଖିବାରୁ ଏଭଳି ପଦକ୍ଷେପ ନିଆଯାଇଛି। 

Advertisment

ଭାରତ ଏବେ ଆମେରିକା ଓ ଚାଇନା ଭଳି ଆର୍ଥିକସ୍ତରରେ ମଜବୁତ ଥିବା ଦେଶଗୁଡ଼ିକ ସହ ମିଶି ବଜାରକୁ ଅଧିକ ପରିମାଣର ଅଶୋଧିତ ତୈଳ ଆଣିବାକୁ ଚାହୁଁଛି। ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଏହି ନିଷ୍ପତ୍ତି ଅନୁଯାୟୀ କାମ ଆରମ୍ଭ ହେବ। ଭାରତର ରଣନୀତି ଭଣ୍ଡାରରୁ ବାହାରୁ ଥିବା ଅଶୋଧିତ ତେଲକୁ ମାଙ୍ଗାଲୁରୁ ରିଫାଇନାରୀ ଆଣ୍ଡ ପେଟ୍ରୋକେମିକାଲ ଲିଃ(ଏମଆରପିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିଃ(ଏଚପିସିଏଲ)କୁ ବିକ୍ରି କରାଯିବ। ଏହି ଦୁଇ ସରକାରୀ ତୈଳ ରିଫାଇନାରୀ ୟୁନିଟ ରଣନୀତିକ ତେଲ ଭଣ୍ଡାର ସହ ପାଇପଲାଇନ ଜରିଆରେ ଯୋଡ଼ି ହୋଇଛନ୍ତି।

ଏପରି ପଦକ୍ଷେପରେ ପ୍ରଥମେ ଆଗେଇ ଆସିଥିଲା ଆମେରିକା। ଭାରତ ସମେତ ଚାଇନା ଓ ଜାପାନକୁ ମଧ୍ୟ ଆମେରିକା ଏଥିପାଇଁ ଅନୁରୋଧ କରିଥିଲା। ଏବେ ସମସ୍ତେ ମିଳିତ ଭାବେ ରଣନୀତିକ ତୈଳ ଭଣ୍ଡାରରୁ ଅଶୋଧିତ ତେଲ ରିଲିଜ୍ କରିବେ।

Advertisment

ଏହି ନିଷ୍ପତ୍ତି ନେବା ପୂର୍ବରୁ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିଥିଲେ। ବୈଠକରେ ତୈଳ ମାର୍କେଟିଂ ସହ ଜଡ଼ିତ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହି ୫୦ ଲକ୍ଷ ଅଶୋଧିତ ତୈଳକୁ ଆମେରିକା, ଚାଇନା, ଜାପାନ ଓ ଦକ୍ଷିଣ କୋରିଆ ଭଳି ଦେଶ ସହ ସମାନ୍ତରଳ ଭାବେ ଭଣ୍ଡାରରୁ ରିଲିଜ କରାଯିବ।

Petrol-Diesel Price New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ