Advertisment

ପାଣିରେ ଉବୁଟୁବୁ ହାଇଦ୍ରାବାଦ,କ୍ୟାଫେ ଭିତରେ ଆଣ୍ଠୁଏ ଉଚ୍ଚର ପାଣି

ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଂଚଳରେ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସଂଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା ।

ଅଦ୍ୟତନ ହୋଇଛି
Heavy rain fall in Hydrabad

Heavy rain fall in Hydrabad

Advertisment

ହାଇଦ୍ରାବାଦ: ବର୍ଷାରେ ଭାସିଲା ହାଇଦ୍ରାବାଦ ସହର । ସଂପୂର୍ଣ୍ଣ ସହର ଜଳମଗ୍ନ ହୋଇ ପଡିଛି । ସହରରେ ୧୦ରୁ ୧୨ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ସରୁରନଗର ଅଂଚଳରେ୍ ସବୁଠାରୁ ଅଧିକ ୧୩ ସେଣ୍ଟିମିର ବର୍ଷା ରେକର୍ଡ କରାଯାଇଛି । ଗତକାଲି ସଂଧ୍ୟାରୁ ରାତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ହାଇଦ୍ରାବାଦ ଓଲ୍ଡ ସିଟି ସହ ତଳିଆ ଅଂଚଳ ଜଳ ମଗ୍ନ ହୋଇ ପଡିଥିଲା । ତେବେ ବର୍ଷା ପରେ ବନସ୍ଥଳୀପୁରମ ଅଂଚଳରେ ୨ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି ।

Advertisment

ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର ଲାଗି ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି । ଚିନ୍ତଲକୁଣ୍ଟା ଅଂଚଳରେ ଗୋଟିଏ ଲୋକ ପାଣି ସୁଅରେ ଭାସି ଯାଇଥିଲା ତେବେ ଲୋକେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ । ସହରର ବାନାସ୍ଥାଲିପୁରମରେ ଭାସି ଯାଇଥିବା ଦୁଇ ଜଣ ଲୋକଙ୍କର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନଥିବା ପୋଲିସ କହିଛି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି ।

Advertisment

ଲୋକଙ୍କ ଘର ଭିତରକୁ ପଶିଯାଇଥିଲା ବର୍ଷା ପାଣି ବିଭିନ୍ନ ସାହିରେ ପାଣି ପଶିଯିବା ସହ ଦୋକାନ ଗୁଡିକରେ ମଧ୍ୟ ପାଣି ପଶି ଯାଇଥିଲା । ବର୍ଷା ପାଣିର ସୁଅରେ ଏକ ମାଲବାହୀ ଅଟୋ ମଧ୍ୟ ଭାସି ଯାଇଥିଲା ପ୍ରବଳ ବର୍ଷାରୁ ନାଳ ଗୁଡିକରେ ନଦୀ ସୁଅ ଭଳି ପାଣି ଚାଲିଥିଲା ।

ସେହିପରି ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ ପାଣି ଲହରୀ ଭାଙ୍ଗୁଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ହାଇଦ୍ରାବାର ଓଲ୍ଡ ସିଟିରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ ଭିତରେ ବର୍ଷା ଜଳ ପ୍ରବେଶ କରିବା ଦ୍ୱାରା ସାଂଘାତିକ ସ୍ଥିତି ସୃଷ୍ଟି କରିଛି, ତା’ର ଭିଡିଓ ଜାରି କରିଛି । ବର୍ଷା ପାଣି ରେଷ୍ଟୁରାଣ୍ଟରେ ପ୍ରବେଶ କରିବାରୁ ଲୋକମାନେ ଚେୟାର ଉପରେ ଗୋଡ଼କୁ ଟେକି ଖାଦ୍ୟ ଖାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

Advertisment

Hyderabad Heavy Rain Fall In Hyderabad
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ