Advertisment

ଇଲେକ୍ଟୋରାଲ ବଣ୍ଡ: ନୂଆ ଡାଟା ରିଲିଜ୍ କଲେ ECI, ଜାଣନ୍ତୁ ବିଜେଡିକୁ ମିଳିଛି କେତେ...

ସୁପ୍ରିମକୋର୍ଟଙ୍କଠାରୁ ପାଇଥିବା ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି କମିଶନ। ଏହି ଡାଟା ସବୁ କମିଶନ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ।

ଅଦ୍ୟତନ ହୋଇଛି
Electoral Bonds

Electoral Bonds

Advertisment

ଇଲେକ୍ଟୋରାଲ ବଣ୍ଡ ଜରିଆରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା ଘଟଣାରେ ନୂଆ ତଥ୍ୟ ରିଲିଜ କଲେ ନିର୍ବାଚନ କମିଶନ। ଏହି ତଥ୍ୟକୁ ନିର୍ବାଚନ କମିଶନ ତାଙ୍କ ୱେବସାଇଟରେ ଅପଲୋଡ କରିଛନ୍ତି। ସୁପ୍ରିମକୋର୍ଟଙ୍କଠାରୁ ପାଇଥିବା ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି କମିଶନ। ଏହି ଡାଟା ସବୁ କମିଶନ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କ ନିକଟରେ ଦାଖଲ କରିଥିଲେ। ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏହି କପି ଏବଂ ଏହାର ଡିଜିଟାଲ ଭର୍ସନ କମିଶନଙ୍କୁ ଫେରାଇ ଦେଇଥିଲେ। ନିର୍ବାଚନ ଆୟୋଗ ଏହି ରେକର୍ଡକୁ ନିଜର ୱେବସାଇଟରେ ଅପଲୋଡ୍ କରିଛନ୍ତି। ନିର୍ବଚାନ କମିଶନ ଏକ ପ୍ରେସ ରିଲିଜ ଜରିଆରେ ଏହି ସୂଚନା ଦେଇଛନ୍ତି।

Advertisment

ଗତ ଫେବ୍ରୁଆରୀ ୧୫ରେ ନିର୍ବାଚନୀ ବଣ୍ଡ ସ୍କିମକୁ ଅଣ ସାମ୍ବିଧାନିକ ବୋଲି ରାୟ ଦେଇଥିଲେ ସୁପ୍ରିମକୋର୍ଟ । ଏହା ସହ ବଣ୍ଡ ଜାରି କରିବା ତୁରନ୍ତ ବନ୍ଦ କରିବାକୁ SBIକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଏହାପରେ ସୁପ୍ରମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଭାରତୀୟ ଷ୍ଟେଟ ବ୍ୟାଙ୍କ ।

Advertisment

ସୁପ୍ରିମକୋର୍ଟଙ୍କ ଠାରୁ ପାଇଥିବା ନିର୍ବାଚନୀ ବଣ୍ଡ ତଥ୍ୟକୁ ସାର୍ବଜନୀନ କରିଛନ୍ତି ନିର୍ବାଚନ କମିଶନ। ଏହି ତଥ୍ୟ ଅନୁଯାୟୀ ବିଜେପି ୬ ହଜାର ୯୮୫ କୋଟି ଟଙ୍କାର ବଣ୍ଡ ଏନକ୍ୟାସ୍‌ କରିଛି। ଏଥି ମଧ୍ୟରୁ ସର୍ବାଧିକ ୨୦୧୯-୨୦ରେ ୨ ହଜାର ୫୫୫ କୋଟି ମିଳିଛି। ସେହିପରି କଂଗ୍ରେସ ୧୩୩୪ କୋଟି ଟଙ୍କା ବଣ୍ଡ ମାଧ୍ୟମରେ ରିଡିମ୍ କରିଛି। ବିଜେଡି ୯୪୪.୫ କୋଟି ଟଙ୍କାର ବଣ୍ଡ ଏନକ୍ୟାସ କରିଥିବା କମିଶନଙ୍କ ଡାଟାରେ ଉଲ୍ଲେଖ ରହିଛି। ସଦ୍ୟ ପ୍ରକାଶିତ ତଥ୍ୟରେ କେବଳ ବଣ୍ଡର ତାରିଖ, ନାମ, ବଣ୍ଡ ସଂଖ୍ୟା, ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଶାଖା ପ୍ରଦାନ, ପ୍ରାପ୍ତ ତାରିଖ ଏବଂ ଋଣ ତାରିଖର ପ୍ରାଥମିକ ତଥ୍ୟ ଦର୍ଶାଯାଇଛି। ଏହା ବଣ୍ଡର ଅନନ୍ୟ ସଂଖ୍ୟା ପ୍ରକାଶ କରି ନାହିଁ।

BJD Election Commission Electoral Bonds
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ