ହାତରେ ଭୋଟ୍ କାଳି ଲାଗିଥିଲେ ମାଗଣା ମିଳିବ ବିୟର-ଦୋସା-କଫି

ପିଜା ବର୍ଗର ଦୋକାନୀ ଡିସ୍‌କାଉଣ୍ଟ ଦେବେ କହିଛନ୍ତି । କେହି କେହି ବିୟର କମ୍ପ୍ଲିମେଣ୍ଟାରୀ ଦେବେ ବୋଲି ବି କହିଛନ୍ତି । ଆଉ କିଛି ଦୋକାନୀ କଫି ସମ୍ପୂର୍ଣ୍ଣ ମାଗଣା କରିଛନ୍ତି ।

Free Dosa

ଶୁକ୍ରବାର କର୍ଣ୍ଣାଟକରେ ଭୋଟ । ୧୪ ସିଟ୍‌ରେ ମତଦାନ କରିବେ କର୍ଣ୍ଣାଟକ ଭୋଟର । ହେଲେ ଆମେ ଏଠି ରାଜନୀତି କିମ୍ବା କୌଣସି ନେତାଙ୍କ ବିଷୟରେ କିଛି କହିବାକୁ ଚାହୁଁନୁ । ଏଠି ଆମେ ସାଧାରଣ ଲୋକଙ୍କ କଥା କହୁଛୁ । ଯେଉଁମାନେ ଭୋଟରଙ୍କ ନିଦ ଭାଙ୍ଗିବା ପାଇଁ କରିଛନ୍ତି ପ୍ରୟାସ । ଏକ ଅଭିନବ ଢ଼ଙ୍ଗରେ ସେମାନେ କର୍ଣ୍ଣାଟକ ଭୋଟରଙ୍କୁ ନିଦରୁ ଉଠାଇ ଭୋଟ ଦେବା ପାଇଁ ସଚେତନ କରିଛନ୍ତି । ଯାହା ଏବେ ପୂରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସାଧାରଣତଃ ଆମ ସମସ୍ତଙ୍କ ମନରେ ଧାରଣା ଥାଏ ଯେ, ସହରରେ ରହୁଥିବା ଲୋକ ଅଧିକ ଶିକ୍ଷିତ । ଆଉ ଏହା ମଧ୍ୟ ଆମେ ଜାଣିଛନ୍ତି, ସହର ଗୁଡ଼ିକରେ ରହୁଥିବା ଲୋକ ଭୋଟ ଦେବାକୁ ଯାଆନ୍ତି ନାହିଁ । ଗାଁ ବା ରୁରାଲ ଅଞ୍ଚଳରେ ଯେଉଁ ପରିମାଣର ଭୋଟ୍ ପୁଲିଂ ହୋଇଥାଏ, ସେହି ତୁଳନାରେ ସହରୀ ଲୋକ ଭୋଟ ଦେବାକୁ ଯାଇ ନଥାନ୍ତି ।

ତେଣୁ ଏଭଳି ସହରୀ ଲୋକଙ୍କ ମନରେ ମତଦାନ ପାଇଁ ଆଗ୍ରହ ସୃଷ୍ଟି କରିବା ଉଦେଶ୍ୟରେ କିଛି ରେଷ୍ଟୁରାଣ୍ଟ ମାଲିକ ତଥା ଟ୍ରାନ୍ସପୋର୍ଟ ବ୍ୟବସାୟୀ ଓ ଅନ୍ୟ ବ୍ୟବସାୟୀ ହାତ ମେଳାଇଛନ୍ତି । ଆଉ ଅଭିନବ ଉପାୟରେ ସେମାନଙ୍କୁ ସଚେତନ କରିବାକୁ ଚେଷ୍ଟା କରିଛନ୍ତି । ଯେମିତିକି ଦୋସା ଦୋକାନୀ ଭୋଟ ଦେଲେ ମାଗଣା ଦୋସା ଦେବେ ବୋଲି କହିଛନ୍ତି । ଆଉ ପିଜା ବର୍ଗର ଦୋକାନୀ ଡିସ୍‌କାଉଣ୍ଟ ଦେବେ ବୋଲି କହିଛନ୍ତି । କେହି କେହି ବିୟର କମ୍ପ୍ଲିମେଣ୍ଟାରୀ ଦେବେ ବୋଲି ବି କହିଛନ୍ତି । ଆଉ କିଛି ଦୋକାନୀ କଫି ସମ୍ପୂର୍ଣ୍ଣ ମାଗଣା କରିଛନ୍ତି ।

ଅନ୍ୟପଟେ ବୁରାହାଟ ବାଙ୍ଗଲୋର ହୋଟେଲ ଆସୋସିଏସନ୍‌କୁ କର୍ଣ୍ଣାଟକ ହାଇକୋର୍ଟ ଡିସକାଉଣ୍ଟରେ ଭୋଟରଙ୍କୁ ମିଲ୍‌ ଦେବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ତେବେ ଏହି ସବୁ ଅଫର କେବଳ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦେଶ୍ୟରେ । କାରଣ ବାଙ୍ଗଲୋର ସହରରେ ପୁଲିଂ ପ୍ରତିଶତ ସବୁବେଳେ ଖୁବ କମ୍ ରହିଥାଏ ।

ଜଣେ ବର୍ଗର ଦୋକାନୀ ପ୍ରଥମ ଶହେ ଭୋଟରଙ୍କୁ ୩୦ ପ୍ରତିଶତ ଡିସ୍‌କାଉଣ୍ଟ ଦେବେ ବୋଲି ଘୋଷଣା କରିଛନ୍ତି । ଯେଉଁମାନେ ଇଲେକ୍ସନ ଦିନ ଭୋଟ ଦେଇ ସାରିବା ପରେ ଦୋକାନକୁ ଆସି ହାତରେ କାଳି ଲାଗିଥିବା ଦେଖାଇବେ, ସେମାନଙ୍କ ମଧ୍ୟରୁ ପ୍ରଥମ ଶହେ ଜଣଙ୍କୁ ମିଳିବ ପ୍ରତି ବର୍ଗର ପିଛା ୩୦ ପ୍ରତିଶତ ରିହାତି ।

ସେହିଭଳି ଓଣ୍ଡ୍ରେଲା ହଲିଡେ’ ମଧ୍ୟ ଭୋଟର ମାନଙ୍କୁ ୧୫ ପ୍ରତିଶତ ଡିସକାଉଣ୍ଟ ଦେବ ବୋଲି କହିଛି । ଏମିତିକି ପ୍ରଥମ ୫୦ ଭୋଟର ଅତିଥିଙ୍କୁ ବିୟର ମାଗଣା ଦେବ ବୋଲି ଘୋଷଣା କରିଛି ।