Advertisment

ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଇମାନୁଏଲ ମାକ୍ରନ୍

ରାଜସ୍ଥାନର ସର୍ବପୁରାତନ ତଥା ୨୫୦ ବର୍ଷ ପୂର୍ବର ଜାନକୀଲା- ମୋହନଲାଲ୍ ଦୋକାନ ବୁଲି କିଛି ସାମଗ୍ରୀ କିଣିବେ।

ଅଦ୍ୟତନ ହୋଇଛି
France President Emmanuel Macron In India

Modi - Macron

Advertisment

ଦେଶର ୭୫ତମ ସାଧାରଣତନ୍ତ୍ର ଦିବସରେ ଚଳିତ ବର୍ଷ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନ। ଆଜି ଫ୍ରାନ୍ସ ରାଷ୍ଟ୍ରପତି ଦେଶର ପିଙ୍କ ସିଟି ରାଜସ୍ଥାନରେ ଜୟପୁରରେ ପହଞ୍ଚିଛନ୍ତି। ଏହା ପୂର୍ବରୁ ଭାରତ-ଫ୍ରାନ୍ସ ପ୍ରେଣ୍ଡସିପ୍ ପୋଷ୍ଟରେ ଛାଇଯାଇଥିଲା ଜୟପୁର ସହର। ଭାରତ-ଫ୍ରାନ୍ସ ମଧ୍ୟରେ ବନ୍ଧୁତା ସଂପର୍କକୁ ୨୫ ବର୍ଷ ପୂରିବା ଅବସରରେ ଏମାନୁଏଲ ମାକ୍ରନ ଆଜି ଜୟପୁର ସହରରେ ପହଞ୍ଚି ଅମର ଦୁର୍ଗ, ଜନ୍ତର ମନ୍ତର, ହାଓ୍ୱା ମହଲ ବୁଲିବେ। ଏହାସହ ରାଜସ୍ଥାନର ସର୍ବପୁରାତନ ତଥା ୨୫୦ ବର୍ଷ ପୂର୍ବର ଜାନକୀଲା- ମୋହନଲାଲ୍ ଦୋକାନ ବୁଲି କିଛି ସାମଗ୍ରୀ କିଣିବେ।

Advertisment

ଆସନ୍ତାକାଲି ନୂଆଦିଲ୍ଲୀରେ ପାଳନ ହେବାକୁ ଥିବା ୭୫ତମ ସାଧାରଣତନ୍ତ୍ର ଦିବସରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ସେ ଜୟପୁରରେ ପହଂଚିବା ପରେ ରାଜ୍ୟପାଳ କଲରାଜ ମିଶ୍ର ଏବଂ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ତାଙ୍କୁ ସ୍ୱାଗତ କରିଥିଲେ। ଅନ୍ୟପକ୍ଷରେ, ଉତ୍ତରପ୍ରଦେଶ ବୁଲନ୍ଦସହର ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଜୟପୁରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି। 

Republic Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ