Child Death
କାର୍ ଭିତରେ ଖେଳୁଥିଲେ କୁନି କୁନି ଶିଶୁ, କାର୍ ହଠାତ ଲକ୍ ହୋଇଯିବା ପରେ ତା’ ଭିତରେ ଅଣନିଃଶ୍ବାସ ହୋଇ ଆଖିବୁଜିଲେ ୪ ଜଣ। ନା କେହି ଜାଣିପାରିଲେ ସେହି ସମୟରେ, ନା କେହି ଉଦ୍ଧାର କରିପାରିଲେ ଜୀବନ୍ତ। ଏହି ଅଭାବନୀୟ ଏବଂ ବିଚଳିତ କଲା ଭଳି ଘଟଣା ଘଟିଛି, ଗୁଜରାଟର ଆମ୍ରେଲି ଜିଲ୍ଲା ରାନ୍ଧିଆ ଗାଁରେ। ଗତ ଶନିବାର ଏହି ଘଟଣା ଘଟିଛି।
ମୃତ ଶିଶୁ ମାନଙ୍କ ବୟସ ୨ରୁ ୭ ବର୍ଷ। ଜାତୀୟ ମିଡ଼ିଆରୁ ମିଳିଥିବା ସୂଚନା ଅନୁଯାୟୀ, ଭରତ ମନ୍ଦାନି ନାମକ ଜଣେ ଫାର୍ମ ହାଉସ୍ ମାଲିକଙ୍କ କାରରେ ଘଟିଛି ଏହି ଅଘଟଣ। ଦୁଃଖଦ କଥା ହେଉଛି, ମୃତ ଶିଶୁମାନେ ହେଲେ ଭରତ ମନ୍ଦାନିଙ୍କ ଫାର୍ମ ହାଉସରେ କାମ କରୁଥିବା ଶ୍ରମିକ ଦମ୍ପତିଙ୍କର।
ଏହି କାର୍ ନିକଟରେ ନିଜ ପିଲା ମାନଙ୍କୁ ସକାଳ ପ୍ରାୟ ସାଢ଼େ ୭ଟାରେ ଛାଡ଼ି ଫାର୍ମ ହାଉସ ଭିତରକୁ କାମ କରିବାକୁ ଯାଇଥିଲେ ଏହି ଶ୍ରମିକ ଦମ୍ପତ୍ତି। ଆଉ ସଂଧ୍ୟାରେ ଫେରିଲାବେଳକୁ ଦେଖିଲେ କାର୍ ଭିତରେ ଚାଲିଯାଇଛି ୪ ଶିଶୁଙ୍କ ଜୀବନ। ତେଣୁ ପ୍ରାଥମିକ ତଦନ୍ତରୁ ଆଶଙ୍କା କରାଯାଉଛି, କାର୍ ଭିତରେ ପଶି ଏହି ଶିଶୁମାନେ ଖେଳୁଥିବାବେଳେ କାର୍ ଲକ୍ ହୋଇଯିବାରୁ ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ହୋଇଯାଇଛି। ଏହି ଘଟଣାରେ ଆମ୍ରେଲି ପୋଲିସ ୪ ଶିଶୁଙ୍କ ମୃତଦେହକୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730742502.jpg)