Advertisment

ମନ୍ତ୍ରୀଙ୍କ ତ୍ରିରଙ୍ଗା ଶୋଭାଯାତ୍ରା ବେଳେ ପଶିଗଲା ଗାଈ

ତ୍ରିରଙ୍ଗା ଯାତ୍ରା ସମୟରେ ଏକ ଗାଈ ହଠାତ ପସି ଯାଇ ଗୁଜୁରାଟ୍‌ ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କୁ ଧକ୍କା ମାରିଥିଲା ।

author-image
Manoranjan Behera
ଅଦ୍ୟତନ ହୋଇଛି
Cow

Cow

ଚାଲିଥିଲା ଶୋଭାଯାତ୍ରା, ପଶିଗଲା ଗାଇ। ଗୁଜରାଟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଶନିବାର ଗୁରୁତର ଭାବେ ଆହତ ହୋଇଛନ୍ତି। ତ୍ରିରଙ୍ଗା ଯାତ୍ରା ସମୟରେ ଏକ ଗାଈ ହଠାତ୍‌ ପଶି ଯାଇ ତାଙ୍କୁ ଧକ୍କା ମାରିଥିଲା । ଯାହା ଫଳରେ ତାଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ଏହି ଘଟଣା ପରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ତେବେ ଏହି ଦୁର୍ଘଟଣା ସମୟର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ନିତିନ ପଟେଲ ତାଙ୍କ ହାତରେ ତ୍ରିରଙ୍ଗା ପତାକା ଧରି ରାଲିର ଆଗରେ ରହିଥିଲେ । ଏହି ସମୟରେ, ଗୋଟିଏ ଗାଈ ରାଲି ଆଡକୁ ଦୌଡ଼ି ଆସି ଧକ୍କା ଦେଇଥିଲା । ଗାଈ ଧକ୍କା ଦେବା କ୍ଷଣି ନିତିନ ରାସ୍ତାରେ ପଡ଼ିଯାଇଥିଲେ ।

ଗୁଜୁରାଟର କଂଗ୍ରେସ ନେତା ସରଲ ପଟେଲ ମଧ୍ୟ ଏହି ଘଟଣାକୁ ନେଇ ଟ୍ୱିଟର୍‌ ପେଜ୍‌ରେ ଏକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଗାଈଟି ଧକ୍କା ହେବା ମାତ୍ରେ ନିତିନ ପଟେଲ ତଳେ ପଡ଼ିଥିବାର ଦେଖିବାକୁ ମିଳିଛି । 

Advertisment

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଆମ୍ ଆଦମୀ ପାର୍ଟି ଏକ ଟ୍ୱିଟ ମାଧ୍ୟମରେ ନିତିନଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଏହି ଭିଡିଓ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ମଧ୍ୟ କିଛି ପ୍ରଶ୍ନ ପଚାରିଛନ୍ତି । ଆମ୍ ଆଦମୀ ପାର୍ଟି ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଏଭଳି ଘଟଣା ପାଇଁ କିଏ ଦାୟୀ ବୋଲି ପ୍ରଶ୍ନ କରାଯାଇଛି ।

Viral Video
Advertisment
Advertisment