Advertisment

ପୁଣି ବିଶ୍ୱ ସମ୍ମୁଖରେ ପାକିସ୍ତାନକୁ ଶକ୍ତ ଚାପୁଡ଼ା, ମୁଖା ଖୋଲିଦେଲା ଭାରତ

ଆତଙ୍କବାଦ ପ୍ରସଙ୍ଗରେ ଗତକାଲି ଜାତିସଂଘରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ବେଳେ ପାକ୍‌ର ମୁଖା ଖୋଲିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।

ଅଦ୍ୟତନ ହୋଇଛି
Pakistan News

Foreign Minister S Jaishankar takes veiled jibe at Pakistan at UN

Advertisment

ପାକିସ୍ତାନକୁ ପୁଣି ବିଶ୍ୱ ସମ୍ମୁଖରେ ଶକ୍ତ ଚାପୁଡ଼ା। ଆତଙ୍କବାଦ ପ୍ରସଙ୍ଗରେ ଗତକାଲି ଜାତିସଂଘରେ ବୈଦେଶିକ ମନ୍ତ୍ରୀ ସ୍ତରୀୟ ଆଲୋଚନା ବେଳେ ପାକ୍‌ର ମୁଖା ଖୋଲିଥିଲେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର।

Advertisment

ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ୍‌ ଭୁଟୋ ଜରଦାରୀ ଜାତିସଂଘର ନିୟମ ପାଳନ ତଥା ଗଣତନ୍ତ୍ର ନେଇ ନିଜ ଅଭିଭାଷଣ ରଖିଥିଲେ। ଏହାସହ କାଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଟାଗେର୍ଟ କରିଥିଲେ। ଏହାପରେ ପାକିସ୍ତାନକୁ ଗଣତନ୍ତ୍ରର ପାଠ ପଢ଼ାଇଥିଲେ ଜୟଶଙ୍କର।

ଅଧିକ ପଢ଼ନ୍ତୁ: ପାକିସ୍ତାନର ପ୍ଲାନ୍‌କୁ ଭଣ୍ଡୁର କଲା ଆମେରିକା : ପରମାଣୁ ଜ୍ଞାନକୌଶଳ ବିକିବାକୁ ଯୋଜନା କରିଥିଲେ ଶେହବାଜ ସରକାର

Advertisment

ବିଶ୍ୱର ଟପ୍ ଆତଙ୍କବାଦୀ ଓସାମା ବିନ୍ ଲାଦେନ୍‌କୁ ଆଶ୍ରୟ ଦେବା ରାଷ୍ଟ୍ର ଅନ୍ୟକୁ କହିବା ପୂର୍ବରୁ ଭାବୁ ବୋଲି ଜୟଶଙ୍କର କହିଥିଲେ। ଗଣତନ୍ତ୍ର ଓ ଜାତିସଂଘର ଆଢ଼ୁଆଳରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାକୁ ଚେଷ୍ଟା କରାନଯାଉ। ଏହାସହ ଆତଙ୍କବାଦକୁ ଉଚିତ୍ ରାସ୍ତା ପ୍ରମାଣିତ କରିବାକୁ ଅନ୍ତର୍ଜାତୀୟ ଫୋରମ୍‌ର ବ୍ୟବହାର କରାନଯାଉ ବୋଲି ମଧ୍ୟ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଥିଲେ। ଚୀନର ନାଁ ନନେଇ ବି କଡ଼ା ସମାଲୋଚନା କରାଯାଇଛି।

ଅନ୍ୟପକ୍ଷେ, ଗତକାଲି ଜାତିସଂଘର ହେଡକ୍ୱାର୍ଟର୍ସ ନ୍ୟୁୟର୍କରେ ଅନାବରଣ ହୋଇଛି ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି। ୟୁଏନ୍ ଜେନେରାଲ୍ ଆଣ୍ଟେରିଓ ଗୋଟେରିସ୍ ଓ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏହାର ଉଦ୍‌ଘାଟନ କରିଛନ୍ତି।

Advertisment
S. Jaishankar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ