Advertisment

୩ ଇଞ୍ଚ ଉଚ୍ଚତା ବଢାଇବା ପାଇଁ ବ୍ୟାଙ୍କରୁ ଉଠାଇଲେ ୬୦ ଲକ୍ଷ ଋଣ

ସୁନ୍ଦର ଦିଶିବା ପାଇଁ କିଏ ବା ନ ଚାହେଁ ? ହେଲେ ଯାହାର ଚେହେରା ଯେମିତି ସେ ସେମିତି ହିଁ ଦିଶିବ। ତଥାପି ସୁନ୍ଦର, ଆଉ ସ୍ମାର୍ଟ ଦିଶିବା ପାଇଁ ସମସ୍ତେ ନିଜ ଉପାର୍ଜନର ବେଶ୍‌ କିଛି ଭାଗ ନିଶ୍ଚୟ ବଜେଟ୍‌ରେ ରଖୁଥିବେ। ପାର୍ଲର ଫିସ, କସ୍‌ମେଟିକ୍‌ ରେଟ କହିବ ଏହି ବଜେଟ କେତେ। ହେଲେ ଉଚ୍ଚତା ବଢାଇବାକୁ ଜଣେ ବ୍ୟକ୍ତି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ, ତାହା ପୁଣି ଋଣ କରି ! ଏକଥା ଶୁଣିଲେ ଆପଣ ବିଶ୍ୱାସ କରିବେ ?

ଅଦ୍ୟତନ ହୋଇଛି
cosmetic surgery cost 60 lakh

ପ୍ରତ୍ୟେକ ମଣିଷକୁ ଭଗବାନ ଭିନ୍ନ ଭିନ୍ନ ରୂପ ଦେଇଛନ୍ତି। ହେଲେ ଭଗବାନଙ୍କର ଏ ରୂପ ପସନ୍ଦ ନ ଥିଲା ଏହି ବ୍ୟକ୍ତିଙ୍କର। ତେଣୁ ସେ ନିଜ ଉଚ୍ଚତା ବଢାଇବାର ଇଚ୍ଛାକୁ ରୋକି ପାରି ନ ଥିଲେ। ଶେଷରେ ନିଷ୍ପତି ନେଲେ ଉଚ୍ଚତା ବଢାଇବେ। ୩ ଇଞ୍ଚ ଉଚ୍ଚତା ବଢାଇବା ପାଇଁ ସେ ବ୍ୟାଙ୍କରୁ ନେଇଥିଲେ ୬୦ ଲକ୍ଷ ଟଙ୍କା ଋଣ। ଏହି ଖବର ଏବେ ସୋଶିଆଲ ମିଡିଆରେ ନିଆଁ ପରି ଭାଇରାଲ ହୋଇଛି।

ଏହି ବ୍ୟକ୍ତିଙ୍କ ନାମ ଜନ ଲବଲେଡ(John Lovedale)। ଆମେରିକାରେ ରହୁଥିବା ଏହି ବ୍ୟକ୍ତି ଜଣକ ନିଜ ଉଚ୍ଚତା ୩ ଇଞ୍ଚ ବଢାଇବା ପାଇଁ ବ୍ୟାଙ୍କରୁ ଋଣ ନେଇଛନ୍ତି ୭୫ ହଜାର ଡଲାର ଅର୍ଥାତ ୬୦ ଲକ୍ଷ ଟଙ୍କାର ଋଣ। ଏହି ଋଣ ଟଙ୍କା ସେ କିସ୍ତିରେ ୫ ବର୍ଷ ଭିତରେ ସୁଝିବେ। ଏହି ଅର୍ଥରେ ସେ ନିଜର ଅସ୍ତ୍ରୋପଚାର କରାଇବେ। ତେବେ ଏହି ବ୍ୟକ୍ତିଙ୍କ ଉଚ୍ଚତା ଏବେ କେତେ ଜାଣିଲେ ଆପଣ ଆହୁରି ଆଶ୍ଚର୍ଯ୍ୟ ହୋଇଯିବେ। ଏବେ ଜନ ଲବଲେଡଙ୍କ ଉଚ୍ଚତା ରହିଛି ୫ ଫୁଟ ୧୧ ଇଞ୍ଚ। ତଥାପି ସେ ଆହୁରି ୩ ଇଞ୍ଚ ଅଧିକ ଉଚ୍ଚତା ବଢାଇବାକୁ ଚାହୁଁଛନ୍ତି। ଯଦି ତାଙ୍କର ଅସ୍ତ୍ରୋପଚାର ସଫଳ ହୁଏ ତେବେ ତାଙ୍କର ଉଚ୍ଚତା ହେବ ୬ ଫୁଟ ୧ ଇଞ୍ଚ।

Advertisment

ଏ ନେଇ ଜନ କହିଛନ୍ତି, ଦୁନିଆର ଡେଙ୍ଗା ଲୋକଙ୍କୁ ଲୋକେ ଏକ ଭିନ୍ନ ଦୃଷ୍ଟିରେ ଦେଖନ୍ତି। ତେଣୁ ସେ ଆଉ ଟିକିଏ ଅଧିକ ଡେଙ୍ଗା ହେବାକୁ ଚାହୁଁଛନ୍ତି। ସୋଶିଆଲ ମିଡିଆରୁ ସେ ଏପରି ଅସ୍ତ୍ରୋପଚାର ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏ ସମ୍ପର୍କରେ ସବିଶେଷ ଜାଣିବା ପରେ ଅସ୍ତ୍ରୋପଚାର ପାଇଁ ନିଷ୍ପତ୍ତି ନେଇଥିଲେ।

ଏଠି କହି ରଖିବୁ, ଆମେରିକାରେ ଅନେକ ଲୋକ ଏପରି ଅପରେଶନ କରିଛନ୍ତି। ଏହାକୁ କସ୍‌ମେଟିକ ଲେଗ ଲେନ୍ଥନିଂ ସର୍ଜରୀ କୁହାଯାଏ। ଏହି ସର୍ଜରୀରେ ମଣିଷର ଜଂଘର ହାଡକୁ ଭାଙ୍ଗି ଆଡ୍‌ଜଷ୍ଟେବୁଲ୍‌ ମେଟାଲ ନେଲ୍‌ସ ଲଗାଯାଏ। ଏହି ପ୍ରକ୍ରିୟା ପାଇଁ କିଛି ମାସ ଲାଗିଥାଏ।

Advertisment
Cosmetic Surgery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ