/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669564979.jpeg)
foot-over bridge collapse
ଭୁଶୁଡ଼ି ପଡ଼ିଲା ରେଲୱେ ଷ୍ଟେସନ୍ ଫୁଟ୍ ଓଭରବ୍ରିଜ୍ । ମହାରାଷ୍ଟ୍ର ଚନ୍ଦ୍ରପୁର ଷ୍ଟେସନର ଫୁଟ୍ ଓଭରବ୍ରିଜର ଗୋଟିଏ ଅଂଶ ଖସି ଯାଇଛି । ଫଳରେ ୨୦ରୁ ଅଧିକ ଲୋକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେଥିରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
Advertisment
ଆଜି ଅପରାହ୍ଣରେ ଲୋକେ ଫୁଟ୍ ଓଭରବ୍ରିଜ୍ ଦେଇ ଯାଆସ କରୁଥିବା ବେଳେ ଏପରି ଘଟଣା ଘଟିଛି । ଦୁର୍ଘଟଣା ପରେ ଚନ୍ଦ୍ରପୁର ଷ୍ଟେସନରେ ଟ୍ରେନର ରୁଟକୁ ପରିବର୍ତ୍ତନ କରାଯାଇଛି । ତୁରନ୍ତ ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ଓ ରେଲୱେ ଅଧିକାରୀ ପହଞ୍ଚି ମରାମତି କରୁଛନ୍ତି ।
ବ୍ରିଜ ଭୁଶୁଡ଼ିବା ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ଏହି ଘଟଣା ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଘଟିଥିଲା । ଘଟଣା ପରେ ତୁରନ୍ତ ଆହତମାନଙ୍କୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଆରମ୍ଭ ହୋଇଛି । ରେଳବାଇ ପକ୍ଷରୁ ଗୁରୁତରଙ୍କ ପାଇଁ ୧ ଲକ୍ଷ ଟଙ୍କା ଏବଂ ସରଳ ଅଳ୍ପ ଆଘାତ ପାଇଁ ଲୋକଙ୍କୁ ୫୦,୦୦୦ ଟଙ୍କା ଚିକିତ୍ସା ସହାୟତା ଘୋଷଣା କରାଯାଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)