Advertisment

Pregnancy: ଆଶ୍ଚର୍ଯ୍ୟ! ଗର୍ଭରେ ନୁହେଁ, ଯକୃତରେ ବଢୁଛି ସନ୍ତାନ

ଜଣେ ମହିଳାଙ୍କ ପେଟରେ ଦୁଇ ସପ୍ତାହ ଧରି ଯନ୍ତ୍ରଣା ହେବା ଯୋଗୁଁ ସେ ଡାକ୍ତରଙ୍କୁ ଦେଖାଇବା ପରେ ଜଣା ପଡିଥିଲା ଯେ, ତାଙ୍କ ଗର୍ଭରେ ନୁହେଁ, ବରଂ ଯକୃତରେ ଏକ ଭ୍ରୁଣ ୧୨ ସପ୍ତାହ ଧରି ବଢୁଛି।

pregnancy

pregnancy

Advertisment

ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ବିରଳ ଗର୍ଭାବସ୍ଥା ମାମଲା ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ୩୦ ବର୍ଷୀୟ ମହିଳା, ଦୀର୍ଘଦିନ ଧରି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ ଏବଂ ଶେଷରେ ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖାଇବାକୁ ନିଷ୍ପତ୍ତି ନେଇଥିଲେ। ଚିକିତ୍ସା ପ୍ରକ୍ରିୟା ବେଳେ ଏମଆରଆଇ ସ୍କାନରୁ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଏକ ୧୨ ସପ୍ତାହର ଭ୍ରୁଣ ତାଙ୍କ ଗର୍ଭାଶୟରେ ନୁହେଁ, ବରଂ ତାଙ୍କ ଯକୃତରେ ଥିଲା। ଭ୍ରୁଣଟି ତାଙ୍କ ଯକୃତର ଡାହାଣ ପଟେ ମିଳିଥିଲା, ଯାହାକି ଡାକ୍ତର କେକେ ଗୁପ୍ତା, ଯିଏ ତାଙ୍କ ପରୀକ୍ଷା କରିଥିଲେ, ସେ ନିଶ୍ଚିତ କରିଥିଲେ। ସ୍କାନ ସମୟରେ ସେ ଭ୍ରୁଣର ହୃଦସ୍ପନ୍ଦନ ମଧ୍ୟ ଚିହ୍ନଟ କରିଥିଲେ।

Advertisment

ଏହି ମହିଳା ବୁଲନ୍ଦଶହରର ବାସିନ୍ଦା, ଜଣେ ଗୃହିଣୀ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ତାଙ୍କ ସ୍ୱାମୀ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ପ୍ରାୟ ଦୁଇ ମାସ ଧରି ସେ ଅଜଣା ପେଟ ଯନ୍ତ୍ରଣା ଏବଂ ବାନ୍ତି ସମସ୍ୟାରେ ପୀଡ଼ିତ ଥିଲେ। ଅନେକ ଡାକ୍ତରଙ୍କୁ ଦେଖାଇ ଏବଂ ବିଭିନ୍ନ ସ୍ଥାନରେ ଚିକିତ୍ସା ନେଇଥିଲେ ମଧ୍ୟ ତାଙ୍କୁ କୌଣସି ଆରାମ ମିଳି ନଥିଲା। ଏକ ଘରୋଇ କ୍ଲିନିକରେ ଏମଆରଆଇ ସ୍କାନ କରିବା ପରେ ପ୍ରକୃତ କାରଣ ଜଣାପଡ଼ିଥିଲା।

ରିପୋର୍ଟ ଅନୁଯାୟୀ, ଭାରତରେ ଏପରି କୌଣସି ମାମଲା ପୂର୍ବରୁ ରିପୋର୍ଟ ହୋଇ ନାହିଁ। ଏହା ଏକ ଅତ୍ୟନ୍ତ ବିରଳ ଘଟଣା, ଯାହା ବିଶ୍ୱରେ ମାତ୍ର ୧୮ଟି ମାମଲା ରିପୋର୍ଟ ହୋଇଛି। ଏପରି ଗର୍ଭାବସ୍ଥାକୁ ଇଣ୍ଟ୍ରାହେପାଟିକ୍ ଏକ୍ଟୋପିକ ଗର୍ଭାବସ୍ଥା କୁହାଯାଏ।

Advertisment

ଡାକ୍ତର ଆହୁରି ମଧ୍ୟ କହିଥିଲେ ଯେ ଏପରି ଗର୍ଭାବସ୍ଥା ୧୪ ସପ୍ତାହରୁ ଅଧିକ ସମୟ ଧରି ରଖାଯାଇ ପାରେ ନାହିଁ କାରଣ ଏହା ମା’ଙ୍କ ଜୀବନ ପାଇଁ ଗମ୍ଭୀର ବିପଦ ସୃଷ୍ଟି କରିପାରେ। ଜୀବନଘାତୀ ଜଟିଳତା ରୋକିବା ପାଇଁ ସାଧାରଣତଃ ଅସ୍ତ୍ରୋପଚାର ମାଧ୍ୟମରେ ଏହାକୁ ହଟାଇବାକୁ ପରାମର୍ଶ ଦିଆଯାଏ। ତେବେ ଉକ୍ତ ମହିଳାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ (ଏମ୍ସ)କୁ ପଠାଯାଇଥିଲା।

ଅଧିକ ପଢ଼ନ୍ତୁ: ବନ୍ଦ ହେଲା ଅକ୍ସିଜେନ ଯୋଗାଣ, ହଠାତ୍ ଚାଲିଗଲା ଜଣକ ପରେ ଜଣକ ଜୀବନ

Pregnant Woman Pregnancy Uttarpradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ