Advertisment

ପଶ୍ଚିମବଙ୍ଗରେ ଭୟଙ୍କର ଘୂର୍ଣ୍ଣିଝଡ଼; ୫ ମୃତ, ୩ଶହରୁ ଊର୍ଦ୍ଧ୍ୱ ଆହତ

ପଶ୍ଚିମବଙ୍ଗରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହ ଜଣ ଗୁରୁତର ଆହତ ହୋଇଛନ୍ତି । ଜଲପାଇଗୁଡ଼ି ଜିଲ୍ଲାରେ ଏହି ଅଘଟଣ ଘଟିଛି ।

ଅଦ୍ୟତନ ହୋଇଛି
West Bengal Storm

Bengal storm

Advertisment

ପଶ୍ଚିମବଙ୍ଗରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଶହ ଜଣ ଗୁରୁତର ଆହତ ହୋଇଛନ୍ତି । ଜଲପାଇଗୁଡ଼ି ଜିଲ୍ଲାରେ ଏହି ଅଘଟଣ ଘଟିଛି । ଘୂର୍ଣ୍ଣିବଳୟ ଏତେ ଭୟଙ୍କର ଥିଲା ଯେ କିଛି ମିନିଟ ଭିତରେ ସବୁ କିଛି ଆଖି ଆଗରେ ଧ୍ୱଂସ ହୋଇଯାଇଥିଲା । ପାଖରେ ଥିବା ଘର ଦ୍ୱାର ଭାଙ୍ଗିଯିବା ସହ, ଯାନବାହନ, ଗଛପତ୍ର ସବୁ କିଛି ନଷ୍ଟ ହୋଇଯାଇଥିଲା ।

Advertisment

ପବନ ଏତେ ଜୋରରେ ପ୍ରବାହିତ ହୋଇଥିଲା ଯେ ଯାହା ସାମ୍ନାରେ ପଡ଼ିଲା ତାହା ଉଡ଼ିଗଲା । ବଡ଼ ବଡ଼ ଗଛ କ୍ଷଣିକ ଭିତରେ ଉପୁଡ଼ି ପଡ଼ିଲା । ଘୂର୍ଣ୍ଣିବଳୟର ପ୍ରଭାବ ପାଖ ଜିଲ୍ଲା ଆଲିପୁରଦୁଆରେ ବି ଦେଖିବାକୁ ମିଳିଥିଲା । ଘୂର୍ଣ୍ଣିଝଡ଼ରେ ଆହତଙ୍କ ମଧ୍ୟରୁ ୩୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଘଟଣା ସ୍ଥଳରେ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । 

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତମାନଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି । କ୍ଷତିଗ୍ରସ୍ତଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାନାର୍ଜୀ । 

Advertisment

Thunderstorm Cyclonic Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ