Advertisment

ମଝି ଆକାଶରେ ଅଘଟଣର; ବଞ୍ଚିଗଲେ ୨୦୦ ଯାତ୍ରୀ

ପୁଣି ବାର୍ଡ ହିଟ୍ ଆତଙ୍କ। ଉଡ଼ାଣ ଭରୁ ଭରୁ ବିମାନରେ ନିଆଁ। ପାଇଲଟ୍‌ଙ୍କ ଉପସ୍ଥିତି ବୁଦ୍ଧି ୨୦୦ ଯାତ୍ରୀଙ୍କୁ ବଞ୍ଚେଇଦେଲା।

author-image
Pramod Behera
Fire in flight save 200 people

Fire in flight save 200 people

ଜରୁରୀ ଅବତରଣ ବେଳେ ବିମାନର ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି। ପୂରା ବିମାନ ବନ୍ଦରରେ ନିଶ୍ୱାସ ଅଟକି ଗଲା ଭଳି ସ୍ଥିତି ଉପୁଜିଛି। ବିମାନରେ ୨୦୦ ଯାତ୍ରୀ ଥିବାବେଳେ ଲାଗିଯାଇଥିଲା ନିଆଁ। ହେଲେ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସମସ୍ତେ ରକ୍ଷା ପାଇଯାଇଛନ୍ତି।

Advertisment

ସମୟ ଠିକ୍ ୧୨ଟା ୧୦ରେ ପାଟନାସ୍ଥିତ ଜୟପ୍ରକାଶ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ସ୍ପାଇସ୍ ଜେଟର ବିମାନ ବୋଇଙ୍ଗ-୭୩୭। ହେଲେ ଟେକ୍ଅପ୍‌ର ମାତ୍ର କେଇ ମିନିଟ୍ ଭିତରେ ବିମାନର ବାମ ଡେଣାରେ ବାର୍ଡ ହିଟ୍ କାରଣରୁ ନିଆଁ ଲାଗି ଯାଇଥିଲା, ହେଲେ ନିର୍ଦ୍ଦିଷ୍ଟ ଭାବେ ବିମାନର କ’ଣ କ୍ଷତି ଘଟିଛି ଜାଣି ନ ପାରି ବି କିଛି ଗୋଟେ ବଡ଼ ସମସ୍ୟା ଅନୁଭବ କରି ତୁରନ୍ତ ଏଟିସିକୁ ସହାୟତା ପାଇଁ ପାନ୍ ପାନ୍‌ର କଲ୍ ଦେଇ ମଝି ଆକାଶରୁ ପୁଣି ପାଟ୍‌ନା ଲେଉଟି ଆସିବାର ନିଷ୍ପତ୍ତି ନେଇଥିଲେ ବିମାନର ଅଭିଜ୍ଞ ପାଇଲଟ୍ କ୍ୟାପ୍ଟେନ୍ ମୋନିକା ଖାନ୍ନା। ଏହି ସମୟରେ ବିମାନର କ୍ଷତିଗ୍ରସ୍ତ ଗୋଟିଏ ଇଞ୍ଜିନକୁ ବନ୍ଦ କରିଦିଆଗଲା ଏବଂ ସିଙ୍ଗିଲ୍ ଇଞ୍ଜିନ୍‌ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କଲା ବିମାନ।

ଏହା ଭିତରେ ବିମାନର ଡେଣାରୁ ନିଆଁ ଓ ଧୂଆଁ ଆସୁଥିବା ଦେଖି କିଛି ଲୋକ ପୋଲିସକୁ ଖବର ଦେବା ପରେ ପୋଲିସ୍ ମଧ୍ୟ ତୁରନ୍ତ ଏନେଇ ଏୟାରପୋର୍ଟ ଅଥରିଟିକୁ ଜଣାଇ ଦେଇଥିଲା।

Advertisment

ତେବେ ଦୁର୍ଘଟଣାଗ୍ରସ୍ତ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଇ ୨୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ପାଇଲଟ୍ କ୍ୟାପ୍ଟେନ୍ ମୋନିକା ଖାନ୍ନାଙ୍କ ଉପସ୍ଥିତ ବୁଦ୍ଧି ଓ ତତ୍କାଳ ପଦକ୍ଷେପକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଡିଜିସିଏ ଏବେ ଦୁର୍ଘଟଣାର ତଦନ୍ତ କରୁଥିବା ବେଳେ କମ୍ପାନୀ ପକ୍ଷରୁ ଡିଜିସିଏକୁ ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡର ଓ କକ୍‌ପିଟ୍ ଭଏସ୍ ରେକର୍ଡର ପଠାଇ ଦିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

Spice Jet Mishap
Advertisment
Advertisment