Advertisment

ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଆଁ

ଟ୍ରେନ୍‌ରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ।

ଅଦ୍ୟତନ ହୋଇଛି
Fire Mishap On Train

Fire Mishap On Train

Advertisment

ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଗାଡ଼ି ନଂ- ୧୨୯୯୩ ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଲାଗିଲା ନିଁଆ । ମହାରାଷ୍ଟ୍ରର ନନ୍ଦୁରବର ଷ୍ଟେସନକୁ ପଶୁଥିବା ବେଳେ ଲାଗିଲା ନିଆଁ । ଏକ୍ସପ୍ରେସ୍ ଟ୍ରେନର ପ୍ୟାଣ୍ଟ୍ରି କାର୍‌ରେ ନିଆଁ ଲାଗିଥିବା ସୂଚନା । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ନିଆଁ ଲିଭିବା ପରେ ପ୍ୟାଣ୍ଟ୍ରି କାରକୁ ଟ୍ରେନରୁ ଅଲଗା କରାଯାଇଛି । ଟ୍ରେନ୍‌ରେ ଅଗ୍ନିକାଣ୍ଡ ନେଇ ୱେଷ୍ଟର୍ଣ୍ଣ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । 

Advertisment

ତେବେ ଦୁଇ ଦିନ ପୂର୍ବରୁ ମଧ୍ୟ ଆନ୍ୟ ଏକ ଟ୍ରେନ୍‌ରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଥିଲା । ଏକ ପାସେଞ୍ଜର ଟ୍ରେନ୍‌କୁ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ଜାଳିଦେଇଥିଲେ । ଯାହାକି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସୂଚନାଅନୁସାରେ, Railway Recruitment Board ର ନନ୍‌-ଟେକ୍ନିକାଲ୍‌ ପପୁଲାର କ୍ୟାଟେଗୋରୀ(RRB-NTPC) ପରୀକ୍ଷାକୁ ନେଇ ବିହାରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭକାରୀମାନେ ଏକ ପାସେଞ୍ଜର ଟ୍ରେନ୍‌ ଜାଳି ଦେବାସହ ଗୟାରେ ଅନ୍ୟ ଏକ ଟ୍ରେନ୍‌ ଉପରକୁ ପଥରମାଡ଼ କରିଥିଲେ । 

Advertisment

ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ବହୁ ସଂଖ୍ୟକ ପୋଲିସ୍‌ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରଣ କରିପାରିନଥିଲେ । ବିକ୍ଷୋଭକାରୀମାନେ ଅନେକ ଜିନିଷ ଭଙ୍ଗାରୁଜା କରିବା ସହ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହାସହ ଅନେକ ଟ୍ରେନ୍‌କୁ ଟାର୍ଗେଟ୍‌ କରି ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି କରିଥିଲେ। ପୋଲିସ୍‌ ଟ୍ରାକ୍‌ କ୍ଲିୟର କରିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଗିରଫ କରିଛି। 

Train Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ