Advertisment

FIR against Ranveer Allahbadia: ବିବାଦ ପରେ ଭୁଲ ମାଗିଲେ ୟୁଟ୍ୟୁବର୍‌ ରଣବୀର ଆହ୍ଲାବାଦିଆ

ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ, ସମୟ ରାଇନା, ଅପୂର୍ବା ମଖିଜାଙ୍କ ସମେତ ସମ୍ପୃକ୍ତ ସୋ'ର ଆୟୋଜକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନ ଓ ମହାରାଷ୍ଟ୍ର ମହିଳା କମିଶନରେ ମଧ୍ୟ ଅଭିଯୋଗ ହୋଇଛି।

Ranveer Allahbadia

Ranveer Allahbadia

Advertisment

ଅଶୋଭନୀୟ ମନ୍ତବ୍ୟ ଦେଇ ବିବାଦରେ ଛନ୍ଦିହେବା ପରେ ଭୁଲ୍ ମାଗିଲେ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆ। ଷ୍ଟାଣ୍ଡଅପ୍ କମେଡିଆନ୍ ସମୟ ରାଇନାଙ୍କ ୟୁଟ୍ୟୁବ୍ ସୋ' ଇଣ୍ଡିଆଜ୍ ଗଟ୍ ଲେଟେଣ୍ଟରେ ଯୋଗଦେଇ ବାପା-ମାଆ ସଂପର୍କରେ ଅତ୍ୟନ୍ତ ଅରୁଚିକର ଓ ଅଶ୍ଳୀଳ ମନ୍ତବ୍ୟ ରଖିଥିଲେ ରଣବୀର।

Advertisment

ସେହି ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ କହିଛନ୍ତି, ମୁଁ ଏଭଳି କହିବା ଉଚିତ ନଥିଲା। ମୁଁ ଏଥିପାଇଁ ଦୁଃଖିତ ବୋଲି ଏକ ଭିଡିଓ ପୋଷ୍ଟରେ କହିଛନ୍ତି ରଣବୀର। ଏଭଳି ମନ୍ତବ୍ୟ ପଛରେ କୌଣସି ଯଥାର୍ଥତା ଦର୍ଶାଇବାକୁ ଚାହୁଁନି। କେବଳ କ୍ଷମା ପ୍ରାର୍ଥନା କରୁଛି। ମଣିଷ ଭାବେ ମୋତେ ଆପଣମାନେ କ୍ଷମା କରିବେ ବୋଲି ମୁଁ ଭାବୁଛି। ଏଥିସହ ଶୋ ନିର୍ମାତାଙ୍କୁ ଭିଡିଓର ସେହି ଅଂଶ ହଟାଇବାକୁ ଦାବି କରିଛନ୍ତି ରଣବୀର।

ସେପଟେ ଭିଡିଓ ଭାଇରାଲ୍ ହେବା ପରେ ରଣବୀର ଆହ୍ଲାବାଦିଆ, ସମୟ ରାଇନା, ଅପୂର୍ବା ମଖିଜାଙ୍କ ସମେତ ସମ୍ପୃକ୍ତ ସୋ'ର ଆୟୋଜକଙ୍କ ବିରୋଧରେ ଥାନାରେ ଏତଲା ହୋଇଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ଜାତୀୟ ମାନବାଧିକାର କମିଶନ ଓ ମହାରାଷ୍ଟ୍ର ମହିଳା କମିଶନରେ ମଧ୍ୟ ଅଭିଯୋଗ ହୋଇଛି। ଏହା ପରେ ମୁମ୍ବାଇ ପୋଲିସର ଏକ ଟିମ୍‌ ଖାର୍‌ ଅଞ୍ଚଳରେ ଥିବା ଷ୍ଟୁଡିଓ ସେଟ୍‌ରେ ପହଞ୍ଚି ଛାନଭିନ୍ କରିଛି।

Advertisment

ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ମଧ୍ୟ କହିଛନ୍ତି, ଆମ ସମାଜର ଏକ ନିୟମ ରହିଛି। ତେବେ ବାକ ସ୍ୱାଧୀନତା ନାଁରେ ଏହାକୁ ଉଲ୍ଲଂଘନ କରାଯିବା ଭୁଲ ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

Mumabi Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ