Advertisment

ଏଣିକି କାର୍‌ ପଛ ସିଟ୍‌ରେ ବସିଲେ ବି ପିନ୍ଧିବେ ସିଟ୍‌ ବେଲ୍ଟ, ନ ହେଲେ ଗଣିବେ ଫାଇନ୍‌

ଯେଉଁମାନେ ପଛ ସିଟ୍‌ରେ ବସିଥିବେ ଓ ସିଟ୍‌ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍‌ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
Penalty For Not Wearing Seatbelt

Penalty For Not Wearing Seatbelt

Advertisment

କାର୍‌ରେ ପଛ ସିଟ୍‌ରେ ବସିଲେ ବି ପିନ୍ଧିବାକୁ ପଡିବ ସିଟ୍ ବେଲ୍ଟ।  ନ ହେଲେ ଫାଇନ୍ ଦେବାକୁ ପଡ଼ିବ। ଖୁବ୍‌ଶୀଘ୍ର ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କଠାରୁ ଫାଇନ୍ ଆଦାୟ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀ (Cyrus Mistry)ଙ୍କ ମୃତ୍ୟୁର ୨ ଦିନ ପରେ ମଙ୍ଗଳବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଏହା କହିଛନ୍ତି। 

Advertisment

କାର୍‌ରେ ପଛରେ ବସିଥିବା ଯାତ୍ରୀମାନଙ୍କ ପାଇଁ ସିଟ୍ ବେଲ୍ଟ ବାଧ୍ୟତାମୂଳକ ରହିଛି।  କିନ୍ତୁ ଅନେକ ଲୋକ ଏହାକୁ ପାଳନ କରୁନାହାନ୍ତି। ସାମ୍ନାରେ ବସିଥିବା ଯାତ୍ରୀମାନେ ସିଟ୍ ବେଲ୍ଟ ନ ପିନ୍ଧିଲେ ଯେପରି ସାଇରନ୍ ବାଜୁଛି, ସେପରି ପଛରେ ବସିଥିବା ଯାତ୍ରୀଙ୍କ ପାଇଁ ମଧ୍ୟ ସାଇରନ୍ ବାଜିବ। ଏହି ସାଇରନକୁ ବନ୍ଦ କରିବାକୁ ଥିବା ବ୍ୟବସ୍ଥାକୁ ମଧ୍ୟ ବନ୍ଦ କରାଯିବାକୁ ଯୋଜନା ହେଉଛି। ଯେଉଁମାନେ ପଛ ସିଟ୍‌ରେ ବସିଥିବେ ଓ ସିଟ୍‌ ବେଲ୍ଟ ପିନ୍ଧି ନଥିବେ ସେମାନେ ଫାଇନ୍‌ ଗଣିବେ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି। ଏଥିପାଇଁ ସର୍ବନିମ୍ନ ୧,୦୦୦ ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ। 

ସିଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇପାରିବ ବୋଲି  କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ କହିଛନ୍ତି। ଫାଇନ୍ ଆଦାୟ ନୁହେଁ, ଯାତ୍ରୀମାନଙ୍କୁ ସଚେତନ କରିବା ପାଇଁ  ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ୨୦୨୪ ସୁଦ୍ଧା ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦%କୁ ହ୍ରାସ କରିବାକୁ ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି। ହାଇୱେ ପୋଲିସ୍‌ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ ୫୯,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୦,୦୦୦ ଗୁରୁତର ଆହତ ହୋଇଛନ୍ତି।

Advertisment

'Road accidents in India - 2020' ରିପୋର୍ଟ ଅନୁସାରେ, ସିଟ୍‌ ବେଲ୍ଟ ନପିନ୍ଧିବା ଯୋଗୁ ୧୧%ରୁ ଅଧିକ ମୃତ୍ୟୁ ଓ ଆହତ ହୋଇଥିବା ବେଳେ ୩୦.୧% ମୃତ୍ୟୁ ଓ ୨୬% ଆହତ ହେଲ୍‌ମେଟ୍‌ ନପିନ୍ଧିବା ଯୋଗୁ ହୋଇଛି। ୨୦୨୦ ମସିହାରେ ଏହି ଦୁର୍ଘଟଣା ଘଟିଛି। 

କାର୍‌ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ସଡକ ସୁରକ୍ଷାକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହି ଘଟଣା ପରେ ବର୍ତ୍ତମାନ କେନ୍ଦ୍ର ସରକାର ଗାଡ଼ିରେ ସିଟ୍ ବେଲ୍ଟ ସହ ଜଡିତ ସମସ୍ତ ନିୟମ ଉପରେ ପୁନର୍ବିଚାର କରୁଛନ୍ତି ଏବଂ ଏଥିରେ ବଡ଼ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି । 

Advertisment

ଦୁର୍ଘଟଣାରେ ପ୍ରାଣ ହରାଇଥିବା ସାଇରସ୍ ମିସ୍ତ୍ରୀ ଓ କୋ-ପାସେଞ୍ଜର ଜେହାଙ୍ଗିର ପାଣ୍ଡୋଲେ କେହିବି ସିଟ୍‌ ବେଲ୍ଟ ପିନ୍ଧି ନଥିଲେ। ଗାଡ଼ିର ପଛ ସିଟ୍‌ରେ ସାଇରସ୍‌ ବସିଥିଲେ। ଗତ ରବିବାର ମହାରାଷ୍ଟ୍ର ପାଲଘର ନିକଟ ଚାରୋତି ଅଞ୍ଚଳରେ କାର୍‌ ଦୁର୍ଘଟଣାରେ ସାଇରସ୍‌ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। 

Car Accident Seatbelt In Rear Seat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ