Advertisment

୨ ହଜାର ଟଙ୍କିଆ ନୋଟ୍‌ ବଦଳ ସମୟସୀମାକୁ ନେଇ ଅର୍ଥ ମନ୍ତ୍ରାଳୟର ବଡ଼ ବୟାନ...

୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଓ ଜମା ନେଇ ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଲୋକଙ୍କୁ ପୁରା ୪ ମାସ ସମୟ ଦିଆଯାଇଛି। ଏସବୁ ଭିତରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Rs 2000 Notes Exchange New Rules

Finance ministry big statement on rs 2000 notes exchange deadline

Advertisment

ଚଳିତ ବର୍ଷ ମେ’ ୧୯ରେ ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ୨ ହଜାର ଟଙ୍କିଆ ନୋଟ୍‌ର ସର୍କୁଲେସନ୍‌ ବନ୍ଦ ନେଇ ଘୋଷଣା କରିଥିଲା। ଏହାସହ ୨ ହଜାର ଟଙ୍କିଆ ନୋଟ୍‌ର ବଦଳ ଓ ଜମା ନେଇ ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଲୋକଙ୍କୁ ପୁରା ୪ ମାସ ସମୟ ଦିଆଯାଇଛି। ଏସବୁ ଭିତରେ ୨ ହଜାର ଟଙ୍କିଆ ନୋଟ୍‌ ବଦଳ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ସେପ୍ଟେମ୍ବରରେ ଥିବା ସମୟସୀମାକୁ ଆଉ ଘୁଞ୍ଚାଇବା ଲାଗି ସରକାର କୌଣସି ପ୍ରକାର ଯୋଜନା କରୁନଥିବା ସୋମବାର ଦିନ ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। 

Advertisment

ଅଧିକ ପଢ଼ନ୍ତୁ: ଥରକେ କେତେ ଟଙ୍କାର ୨ ହଜାର ଟଙ୍କିଆ ନୋଟ୍‌ ବଦଳାଇ ପାରିବେ ? ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ କ’ଣ କରିବେ ?

ଏନେଇ ଲୋକସଭାରେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଲିଖିତ ଉତ୍ତର ରଖିଛନ୍ତି। ସେ କହିଛନ୍ତି, ୨ ହଜାର ଟଙ୍କିଆ ନୋଟ୍‌ ବଦଳର ସମୟସୀମାକୁ ଆଉ ଘୁଞ୍ଚାଇବା ଉପରେ ସରକାର କୌଣସି ବିଚାର କରୁନାହାନ୍ତି କି ଏନେଇ କୌଣସି ଯୋଜନା ମଧ୍ୟ ନାହିଁ।

Advertisment

ସେହିପରି ୨ ହଜାର ଟଙ୍କିଆ ନୋଟ୍‌ ଛପାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ? ଏହି ପ୍ରଶ୍ନର ଉତ୍ତରରେ ପଙ୍କଜ ଚୌଧୁରୀ ଜବାବ ରଖି କହିଛନ୍ତି ଯେ, RBI ର ବାର୍ଷିକ ରିପୋର୍ଟ ୨୦୧୬-୧୭ ଅନୁସାରେ, ୨୦୧୭ ମସିହା ଜୁନ୍‌ ଶେଷ ସୁଦ୍ଧା ସିକ୍ୟୁରିଟି ପ୍ରିଣ୍ଟିଂ ଉପରେ ମୋଟ୍‌ ଖର୍ଚ୍ଚ ୭୯୬୫ କୋଟି ଟଙ୍କା। 

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କାହିଁକି ଛପାଗଲା ୨ ହଜାର ଟଙ୍କିଆ ନୋଟ୍‌ ?

୨ ହଜାର ଟଙ୍କିଆ ନୋଟ୍ ୨୦୧୬ ମସିହା ନଭେମ୍ବରରେ ଆରମ୍ଭ ହୋଇଥିଲା। ନଭେମ୍ବର ୮ରେ କେନ୍ଦ୍ର ସରକାର ୫ ଶହ ଓ ହଜାରେ ଟଙ୍କିଆ ନୋଟ୍‌କୁ ଅଚଳ କରିଦେବା ପରେ ନୋଟ୍ ଅଭାବକୁ ପୂରଣ କରିବା ପାଇଁ ଗୋଲାପୀ ରଙ୍ଗର ୨ ହଜାର ଟଙ୍କିଆ ନୋଟ୍ ଆରମ୍ଭ କରାଯାଇଥିଲା। ମାର୍କେଟରେ ପର୍ଯ୍ୟାପ୍ତ ପରିମାଣର ୫ ଶହ ଟଙ୍କିଆ ନୋଟ୍ ଆସିବା ପରେ ଓ କାରବାର ସ୍ୱାଭାବିକ ହେବା ପରେ ୨୦୧୮-୧୯ରେ ନୂଆ ୨ ହଜାର ଟଙ୍କିଆ ନୋଟ୍ ଛପା ବନ୍ଦ କରିଥିଲା ଆର୍‌ବିଆଇ।

Advertisment
Rs 2000 Notes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ