ଆସନ୍ତାକାଲି ୭୫ ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀ କର୍ତ୍ତବ୍ୟପଥ ଉପରେ ରହିବ ସାରା ବିଶ୍ବର ନଜର। ପ୍ରଦର୍ଶିତ ହେବ ଚିତାକର୍ଷକ ଜାତୀୟସ୍ତରୀୟ ପରେଡ୍। ଏହା ପୂର୍ବରୁ କଡ଼ା ସୁରକ୍ଷା ବଳୟରେ ରହିଛି ଦେଶର ରାଜଧାନୀ। ନୂଆଦିଲ୍ଲୀର ବିଭିନ୍ନ ସ୍ଥାନରେ ଚେକିଂ ଓ ବ୍ଲକିଂ ଜୋରଦାର କରାଯାଇଛି । ଗାଡ଼ି ଗୁଡ଼ିକୁ ଅଟକାଇ ତନ୍ନତନ୍ନ ଯାଞ୍ଚ କରୁଛନ୍ତି ସଶସ୍ତ୍ର ସୁରକ୍ଷା କର୍ମୀ । ଦିଲ୍ଲୀରେ ପ୍ରାୟ ୮ହଜାର ଫୋର୍ସ ମୁତୟନ କରାଯାଇଛି ।
Also Read
ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସ: ଓଡ଼ିଶାର ୧୫ ଜଣଙ୍କୁ ସାହସିକତା ପୁରସ୍କାର, ୨ଜଣଙ୍କୁ ରାଷ୍ଟ୍ରପତି ପଦକ
କେବଳ ଦିଲ୍ଲୀ ନୁହେଁ, ଦେଶ ସୀମାରେ ସନ୍ଦିଗ୍ଧ ଗତିବିଧିକୁ ରୋକିବା ପାଇଁ ତୀକ୍ଷ୍ଣ ନଜର ରଖିଛନ୍ତି ଦେଶର ଜାଗ୍ରତ ପ୍ରହରୀ। LOCରେ ସେନା ପକ୍ଷରୁ ପାଟ୍ରୋଲିଂ ଜୋରଦାର କରାଯାଇଛି । ଆଧୁନିକ ଅସ୍ତ୍ରଶସ୍ତ୍ର ସହ ପଇଁତରା ମାରୁଛନ୍ତି ଯବାନ ।
ଚଳିତବର୍ଷ ପ୍ରଥମ ଥର ପାଇଁ ରିପବ୍ଲିକ୍ ଡେ ପରେଡରେ ଭାଗ ନେବେ ଦିଲ୍ଲୀ ପୋଲିସର ମହିଳା ପରେଡ୍ ଓ ବ୍ୟାଣ୍ଡ୍ କଣ୍ଟିଞ୍ଜେଣ୍ଟର । ୩୫୦ ଜଣ ପୋଲିସ ଅଧିକାରୀଙ୍କୁ ନେଇ ଗଠିତ ଏହି ଅଲ୍-ୱିମେନ୍ କଣ୍ଟିଞ୍ଜେଣ୍ଟରର ନେତୃତ୍ବ ନେବେ ଆଇପିଏସ୍ ଶ୍ବେତା କେ. ସୁଗଠନ । ସେ ଏବେ ଦିଲ୍ଲୀ ନର୍ଥରେ ଅତିରିକ୍ତି ଡିସିପି ଅଛନ୍ତି । ଶ୍ବେତା ଗତବର୍ଷ ମଧ୍ୟ ଦିଲ୍ଲୀ ପୋଲିସ କଣ୍ଟିନଜେଣ୍ଟର ନେତୃତ୍ବ ନେଇଥିଲେ । ଏଥିସହ ବ୍ୟାଣ୍ଡରେ ଭାଗ ନେବେ ଜଣେ ୫୭ ବର୍ଷୀୟା ପୋଲିସ ଅଧିକାରୀ କିରଣ ସେଠୀ। ଏହି ମହିଳା କଣ୍ଟିଞ୍ଜେଣ୍ଟ ଫୁଲଡ୍ରେସ୍ ରିହର୍ସାଲ୍ କରିବା ବେଳେ, ସେମାନଙ୍କ ଉପରେ ଦିଲ୍ଲୀ ପୋଲିସ ପକ୍ଷରୁ ପୁଷ୍ପ ବୃଷ୍ଟି କରାଯାଇଥିଲା ।