Advertisment

ହେଲିକପ୍ଟର କ୍ରାସ୍ ପୂର୍ବର ଦୃଶ୍ୟ କ୍ୟାମେରାରେ କଏଦ, ଦେଖନ୍ତୁ ଭିଡିଓ

ଖବର ସରବରାହ ସଂସ୍ଥା ANI ସୂତ୍ରରୁ ମିଳିଥିବା ଏହି ଭିଡିଓରେ ହେଲିକପ୍ଟର ଉଡ଼ୁଥିବା ଓ କିଛି ସମୟ ପରେ ଅଦୃଶ୍ୟ ହୋଇଯାଉଛି।

ଅଦ୍ୟତନ ହୋଇଛି
Helicaptor Crash Viral

Helicaptor Crash Viral

Advertisment

ନୂଆଦିଲ୍ଲୀ: ସିଡିଏସ୍ ବିପିନ୍ ରାଓ୍ୱତଙ୍କ MI 17 V5 ହେଲିକପ୍ଟର କ୍ରାସ୍ ହେବାର କିଛି ସମୟ ପୂର୍ବର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଛି। ଖବର ସରବରାହ ସଂସ୍ଥା ANI ସୂତ୍ରରୁ ମିଳିଥିବା ଏହି ଭିଡିଓରେ ହେଲିକପ୍ଟର ଉଡ଼ୁଥିବା ଓ କିଛି ସମୟ ପରେ ଅଦୃଶ୍ୟ ହୋଇଯାଉଛି।  ଅଳ୍ପ କିଛି ସେକେଣ୍ଡର ଭିଜୁଆଲରେ ହେଲିକପ୍ଟଟର ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ ଏହି ଭିଡିଓ କରିଥିବା ଜଣାପଡ଼ିଛି।

Advertisment

 ତାମିଲନାଡୁରେ ନୀଳଗିରି ହିଲ୍ସରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାୟୁସେନାର ହେଲିକପ୍ଟର Mi-17ର ବ୍ଲାକ୍ ବକ୍ସ ଉଦ୍ଧାର ହୋଇଛି। ଦୁର୍ଘଟଣାସ୍ଥଳରୁ ମିଳିଛି ଏହାର କକ୍ପିଟ ଭଏସ୍ ରେକର୍ଡର ଓ ଫ୍ଲାଇଟ ଡାଟା ରେକର୍ଡର। ସେଠାରୁ Mi-17 ହେଲିକପ୍ଟରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ମଧ୍ୟ ଉଦ୍ଧାର ହୋଇଛି। ଘଟଣାସ୍ଥଳରୁ ଏହି ସବୁ ସାମଗ୍ରୀ ଉଦ୍ଧାର କରିଛନ୍ତି ବାୟୁସେନାର ଅଧିକାରୀ।

Advertisment

 ଏହି ସବୁ ଯନ୍ତ୍ରାଂଶରୁ ଦୁର୍ଘଟଣା ସଂପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ। ଆଜି ସକାଳେ ଦୁର୍ଘଟଣା ହୋଇଥିବା ସ୍ଥାନରେ ଏୟାର ଚିଫ୍ ମାର୍ଶାଲ ଭିଆର୍ ଚୌଧୁରୀ ଓ ତାମିଲନାଡୁର ଡିଜିପି ପହଞ୍ଚି  ଅନୁଧ୍ୟାନ କରିଛନ୍ତି। ସେନା ହେଲିକପ୍ଟରଟି କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହାର ତଦନ୍ତ ଚାଲିଥିବା ବେଳେ ଆଜି ଏୟାର୍‌ ଚିଫ୍‌ ମାର୍ସାଲ୍‌ ଭି.ଆର୍‌. ଚୌଧୁରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

 ସେଠାରେ ତାମିଲନାଡୁ ଫୋରେନ୍ସିକ ସାଇନ୍ସ ଡିପାର୍ଟମେଣ୍ଟର ଏକ ଟିମ୍ ମଧ୍ୟ ପହଞ୍ଚିଛି, ଏହାର ନେତୃତ୍ୱ ନେଉଛନ୍ତି ନିର୍ଦ୍ଦେଶକ ଶ୍ରୀନିବାସନ। ଗତକାଲି ସେନାର Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଦେବାରୁ ଡିସିଏସ୍ ଜେନେରାଲ ବିପିନ ରାଓ୍ୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ହୋଇଛି। ହେଲିକପ୍ଟର୍‌ରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣ ପ୍ରାଣ ହରାଇଥିବା ବେଳେ ଗ୍ରୁପ୍‌ କ୍ୟାପ୍ଟେନ ବରୁଣ ସିଂହ ଏବେ ୱେଲିଂଟନର ମିଲିଟାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଭାରତୀୟ ବାୟୁସେନା ଟ୍ୱିଟ ଯୋଗେ ସୂଚନା ଦେଇଛି।

Advertisment

Bipin Rawat CDS Bipin Rawat Army Chopper Crash CDS Chopper Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ