ଚକିତ କଲା ଭଳି ଦୃଶ୍ୟ: ଘର ଭିତରେ ବାଘ- କୁକୁର ଲଢ଼େଇ; ଦେଖନ୍ତୁ ଭିଡ଼ିଓ...

ପୋଷା କୁକୁର ଓ ବାଘ ମଧ୍ୟରେ ଲଢେଇ । ହାର୍‌ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ ।  

Leopard attack

ଭୟଙ୍କର ଘଟଣା । ଚକିତ କଲା ଭଳି ଦୃଶ୍ୟ । ଘରେ ଭିତରେ ବାଘ । ଅଳ୍ପକେ ବର୍ତ୍ତିଲେ ୩ କୁକୁର । ପୋଷା କୁକୁର ଓ ବାଘ ମଧ୍ୟରେ ଲଢେଇ । ହାର୍‌ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ ।  ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରାଖଣ୍ତର ନୈନିତାଲରେ ନିକଟରେ ଥିବା ଏକ ଘରେ । ରାସ୍ତା କଡରେ ଥିବା ଏକ ଘର ଭିତରକୁ ପଶିଆସିଥିଲା ବାଘ । ପରେ କୁକୁର ଓ ବାଘଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଥିଲା । 

ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ ଚିତାବାଘଟି ଚୁପଚାପ୍ ଘରେ ଭିତରେ ପଶୁଛି । ପରେ ଘରେ ଥିବା ପୋଷା କୁକୁରଙ୍କ ଉପରେ ଆକ୍ରମଣ କରୁଛି । ପ୍ରତିବଦଳରେ ତିନିଟି କୁକୁର ମଧ୍ୟ ତାକୁ ଆକ୍ରମଣ କରୁଛନ୍ତି । ଶେଷରେ ବାଘଟି ପଳାଉଥିବାର ଦେଖିବାକୁ ମିଳୁଛି  । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । 

ତେବେ ଘଟଣାଟି ଉତ୍ତରାଖଣ୍ତର ନୈନିତାଲର କୈଳାଶ କୁମାରଙ୍କ ଘରେ ଘଟିଛି  । କୈଳାଶ କୁମାରଙ୍କ ପରିବାର ନୈନିତାଲର ତାଲିଟାଲର ଧୋବିଘାଟ ଅଞ୍ଚଳରେ ରୁହନ୍ତି । ସେ ତାଙ୍କ ଘରେ ତିନୋଟି ପୋଷା କୁକୁର ରଖିଛନ୍ତି । ମଙ୍ଗଳବାର ରାତି ପ୍ରାୟ ୧୧ ଟା ସମୟରେ ତାଙ୍କ କୁକୁରମାନେ ଜୋରରେ ଭୁକିବା ଆରମ୍ଭ କରିଥିଲେ । ଯାହାପରେ ସେ ଦେଖିଥିଲେ ଘର ଭିତରେ ବାଘ ପଶିଛି । କୁକୁର ବାଘଙ୍କ ମଧ୍ୟରେ କିଛି ସମୟ ଲଢେଇ ଦେଖିବାକୁ ମିଳିଥିଲା । ଶେଷରେ ୩ଟି କୁକୁରଙ୍କ ଆଗରେ ହାର୍‌ ମାନିଥିଲା ବାଘ । ତେବେ ଘଟଣାରେ ଗୋଟିଏ କୁକୁର ଆହତ ହୋଇଥିବା ନେଇ ସୂଚନା ମିଳିଛି ।  

ଏହି ପୁରା ଘଟଣା କୈଳାଶଙ୍କ ପରିବାରକୁ ଅତ୍ୟଧିକ ଭୟଭୀତ କରିଛି । ବାଘକୁ ଧରିବା ପାଇଁ ସେ ଜଙ୍ଗଲ ବିଭାଗ ପାଖରେ ଦାବି କରିଛନ୍ତି । କୈଳାଶ କହିଛନ୍ତି ଯେ ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ବାଘଙ୍କ ଆତଙ୍କ ରହିଛି। ସନ୍ଧ୍ୟା ପାଖେଇ ଆସୁଥିବାରୁ ଚିତାବାଘ ଜନବହୁଳ ଅଞ୍ଚଳରେ ପ୍ରବେଶ କରୁଛି। ଯଦି କୁକୁର ବଦଳରେ ଜଣେ ମଣିଷ ଥାଆନ୍ତା, ତେବେ ବଡ଼ ଅଘଟଣ ଘଟିଥାନ୍ତା ।