Advertisment

କରୋନା ନେଲା ଜୀବନ, ବାପାଙ୍କ ଜୀବନ୍ତ ଷ୍ଟାଚ୍ୟୁ ତିଆରି କଲା ପୁଅ

ପୁଅ ସବୁବେଳେ ଚାହେଁ ବାପା ସବୁ ବେଳେ ଥାଆନ୍ତୁ। ଦୁଃଖ ସୁଖଠାରୁ ଆରମ୍ଭ କରି ଭଲମନ୍ଦରେ ସାଥ୍ ଦିଅନ୍ତୁ। ହେଲେ ମହାରାଷ୍ଟ୍ରର ଜଣେ ଯୁବକ ପରଲୋକ ପରେ ନିଜ ବାପାଙ୍କୁ ଏମିତି ରଖିଛନ୍ତି, ଯାହା ଦେଖିବାକୁ ଜୀବନ୍ତ। ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଜଣେ ପୁଅ ନିଜ ପିତାଙ୍କର ଏକ ସିଲିକନ ଷ୍ଟାଚ୍ୟୁ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି।

ଅଦ୍ୟତନ ହୋଇଛି
Silicon Statue for fathers Memory

Silicon Statue for fathers Memory

Advertisment

ମହାରାଷ୍ଟ୍ର: କରୋନାରେ ଚାଲିଗଲା ଜୀବନ। ହେଲେ ବାପାଙ୍କୁ ସବୁବେଳେ ଦେଖିବାକୁ ଚାହୁଁଥିଲା ପୁଅ। ନିଜର ଇଛାକୁ ପୂରଣ କରିବାକୁ ଯାଇ ତିଆରି କଲା ଷ୍ଟାଚ୍ୟୁ। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଠିକ ଜୀବନ୍ତ ଭଳି ଦେଖାଯାଉଛି ସେହି ଷ୍ଟାଚ୍ୟୁଟି।

Advertisment

ନିଜ ପିତାଙ୍କୁ ସମ୍ମାନ ଦେବାକୁ ସବୁବେଳେ ଚାହେଁ ପୁଅ। ସବୁବେଳେ ନିଜ ପାଖେ ରଖିବା ପାଇଁ ଇଚ୍ଛା କରିଥାଏ। ହେଲେ ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ଜଣେ ପୁଅ ନିଜ ପିତାଙ୍କର ଏକ ସିଲିକନ ଷ୍ଟାଚ୍ୟୁ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। ଷ୍ଟାଚ୍ୟୁଟିକୁ ନିଜ ଘରେ ସୋଫାରେ ବସିଥିବା ପୋଜରେ ତିଆରି କରାଯାଇଛି। ଆପଣ ବି ଏହି ପ୍ରତିମୂର୍ତ୍ତିକୁ ଦେଖିଲେ ଜାଣି ପାରିବେ ନାହିଁ ଏହା ଏକ ଷ୍ଟାଚ୍ୟୁ ବୋଲି। ମୂର୍ତ୍ତିରେ ନଜର ଆସୁଥିବା ରଙ୍ଗ, ରୂପ, ମୁହଁ, ନିଶ, ଆଖି ଓ ଶରୀରର ପ୍ରାୟ ସବୁ ଅଙ୍ଗ ଦେଖିବାକୁ ଜଣେ ଜୀବିତ ଲୋକ ଭଳି।

Advertisment

ମହାରାଷ୍ଟ୍ରରେ ଏହା ପ୍ରଥମ ସିଲିକନ ଷ୍ଟାଚ୍ୟୁ ବୋଲି ଦାବି କରିଛନ୍ତି ଏହାକୁ ତିଆରି କରାଇଥିବା ଅରୁଣ କୋର। ନିଜ ପିତା ସ୍ୱର୍ଗତ ରାଓ ସାହେବ କୋରେଙ୍କ ସ୍ମୃତିରେ ସେ ଏହାକୁ ତିଆରି କରିଛନ୍ତି। ସ୍ୱର୍ଗତ କୋରେ ମହାରାଷ୍ଟ୍ର ସରକାରଙ୍କ ଅବକାରୀ ନିରୀକ୍ଷକ ଥିଲେ। ଡ୍ୟୁଟିରେ ଥିବାବେଳେ ଗତ ବର୍ଷ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦେହାନ୍ତ ପରେ ପରିବାର ଲୋକେ କୋରେଙ୍କୁ ବହୁତ ମନେ ପକାଇଥିଲେ। ଫଳରେ ବାପାଙ୍କର ସିଲିକନ ଷ୍ଟାଚ୍ୟୁ ତିଆରି କରିବା ପାଇଁ ଅରୁଣ ପ୍ରୟାସ କରିଥିଲେ। ବେଙ୍ଗାଲୁରୁର ପ୍ରସିଦ୍ଧ ମୂର୍ତ୍ତି କାରିଗର ଶ୍ରୀଧର ସହାୟତାରେ ସେ ଏହାକୁ ତିଆରି କରିଛନ୍ତି। କୋରେଙ୍କ ଏହି ସିଲିକନ ଷ୍ଟାଚ୍ୟୁ ତିଆରି କରିବାକୁ ଶ୍ରୀଧରଙ୍କୁ ପ୍ରାୟ ୫ ମାସ କଠିନ ପରିଶ୍ରମ କରିଥିଲେ।

ଗୋଟିଏ ସିଲିକନ ଷ୍ଟାଚ୍ୟୁର ଲାଇଫ ପ୍ରାୟ ୩୦ ବର୍ଷ ହୋଇଥାଏ। ଆଉ ପ୍ରତିମୂର୍ତ୍ତିକୁ ପିନ୍ଧାଯାଇଥିବା ପୋଷାକ ସବୁଦିନ ବଦଳା ହୋଇଥାଏ। କୋଲି ସମ୍ପ୍ରଦାୟର ନେତା ଭାବେ ପ୍ରସିଦ୍ଧ ରାଓସାହେବ ଅଞ୍ଚଳର ଦୟାଳୁ ସ୍ୱଭାବର ଲୋକ ଥିଲେ। ସେଥିପାଇଁ ତାଙ୍କର ଏହି ନିଆରା ପ୍ରତିମୂର୍ତ୍ତିକୁ ଦେଖିବାକୁ ଦୂର ଦୂରରୁ ବହୁ ଲୋକ ତାଙ୍କ ବାସଭବନକୁ ଆସୁଛନ୍ତି।

Advertisment
Maharastra Silicon Statue For Fathers Memory
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ