Advertisment

ସଡ଼କ ଦୁର୍ଘଟଣା ନାଁରେ ପୁଣି ଜଣେ ଜଜ୍‌ଙ୍କୁ ହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲେ

ପୁଣି ଜଣେ ବିଚାରପତିଙ୍କୁ ହତ୍ୟା ଉଦ୍ୟମ। ଫତେହପୁର ଜିଲ୍ଲା ଦୌରା ଜଜ୍‌ ଗୁରୁବାର ଏକ ବଡ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଅଦ୍ୟତନ ହୋଇଛି
ସଡ଼କ ଦୁର୍ଘଟଣା ନାଁରେ ପୁଣି ଜଣେ ଜଜ୍‌ଙ୍କୁ ହତ୍ୟା ଉଦ୍ୟମ, ଅଳ୍ପକେ ବର୍ତ୍ତିଗଲେ

fatehpur adj gunner injured in road accident

Advertisment

କୌଶମ୍ବୀ:ଫତେହପୁର ଜିଲ୍ଲା ଦୌରା ଜଜ୍‌ (ପୋସ୍କୋ ଆକ୍ଟ) ମୋ. ଅହମ୍ମଦ ଖାନ ଗୁରୁବାର ଏକ ବଡ ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କୌଶମ୍ବୀର କୋଖରାଜ ଅଞ୍ଚଳର ଚାକବନ ଗାଁ ନିକଟରେ ତାଙ୍କର ଗାଡ଼କୁ ଏକ ଇନୋଭା କାର ଜୋରରେ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଜଙ୍କ କାରରେ ବସିଥିବା ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ଏଥସିହତ ଏଡିଜେଙ୍କ କାର୍‌ କ୍ଷତିଗ୍ରସ୍ତ ହୋଇଛି। ଏ ନେଇ ସେ କୋଖରାଜ ଥାନାରେ ହତ୍ୟା ଉଦ୍ୟମ ଅଭିଯୋଗ ଆଣିଛନ୍ତି। ତାଙ୍କର କହିବା ଅନୁଯାୟୀ, ସଡକ ଦୁର୍ଘଟଣା ଜରିଆରେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରାଯାଉଥିଲା। ସେ ଆହୁରି କହିଛନ୍ତି, ସେ କାର୍‌ର ଯେଉଁ ପଟେ ବସିଥିଲେ, ଇନୋଭାଟି ସେହିପଟକୁ ବାରମ୍ବାର ଧକ୍କା ଦେଇଥିଲା ।

Advertisment

.ଏଡିଜେ ମୋ.ଅହମ୍ମଦ ଖାନ୍‌ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି, ବରେଲିରେ ଡିସେମ୍ବର ୨୦୨୦ରେ ଏକ ମୁସଲ୍‌ମାନ ଯୁବକଙ୍କ ଜାମିନ ମଞ୍ଜୁର କରିବା ସମୟରେ ତାଙ୍କୁ ହତ୍ୟା ଧମକ ଦିଆଯାଇଥିଲା। ଏହି ଯୁବକ ଜଣକ କୌଶମ୍ବୀର ବାସିନ୍ଦା।  ତେବେ ପୋଲିସ ଏଡିଜେଙ୍କ ଗାଡିକୁ ଧକ୍କା ଦେଇଥିବା ଇନୋଭାଙ୍କୁ ଜବତ କରିବା ସହ ଡ୍ରାଇଭରଙ୍କ ଧରିଛନ୍ତି। ଡ୍ରାଇଭରକୁ ଜେରା ଚାଲିଛି। 

ସୂଚନାଥାଉ କି, ଏଡିଜେ କୌଣସି କାମରେ ପ୍ରୟାଗରାଜ ଆସିଥିଲେ। ସେଠାରୁ କାର୍‌ରେ ଫତେହପୁର ଫେରୁଥିଲେ। ବାଟରେ କୋଖରାଜ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏଡିଜେ ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଇନୋଭା ଗାଡ଼ି ଯେଉଁପରି ଭାବେ ତାଙ୍କ କାରକୁ ଧକ୍କା ଦେଉଥିଲା ତାହା ଉଦ୍ଦେଶ୍ୟମୂଳକ ଥିବା ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ସ୍ପଷ୍ଟ ଜଣା ପଡ଼ୁଥିଲା। କିଛି ବର୍ଷ ପୂର୍ବରୁ ସେ ଆଲହାବାଦ୍‌ ଜିଲ୍ଲା ନ୍ୟାୟାଳୟରେ ଏସିଜେଏମ୍‌ ଥିଲେ। ଏହି ଘଟଣାରେ ତାଙ୍କ ପରିବାର ଲୋକେ ଭୟଭୀତ ହୋଇ ଯାଇଛନ୍ତି। କୋଖରାଜ ପୋଲିସ ଘଟଣାର ତଦନ୍ତ କରୁଛି। 

Advertisment

ଏଠି କହିରଖିବୁ, ଗତ ବୁଧବାର ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ଝାରଖଣ୍ଡ ରାଜ୍ୟ ଧାନବାଦର ଅତିରିକ୍ତ ଜିଲ୍ଲା ଓ ଦୌରାଜଜଙ୍କୁ ଉତ୍ତମ ଆନନ୍ଦଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ ଅଟୋ ଚଢାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା।  ଘଟଣାକୁ ଗୁରୁତ୍ୱର ସହ ନେଇ ଝାରଖଣ୍ଡ ହାଇକୋର୍ଟ ନିଜ ତରଫରୁ ସହରର ପୋଲିସ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଥିଲେ। ଏହା ଦୁର୍ଘଟଣା ନୁହେଁ,  ବିଚାରପତି ଉତ୍ତମ ଆନନ୍ଦଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।   ପୋଲିସ ଏହି ମାମଲାରେ ହତ୍ୟା ମାମଲା ରୁଜୁ କରି ଡ୍ରାଇଭରକୁ ଗିରଫ କରିଥିଲା।

Advertisment
Road Accident Dhanbad Judge Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ