FASTag KYC
ଆପଣ ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଛନ୍ତି କି ? ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣ ଫାଷ୍ଟଟ୍ୟାଗ୍ର KYC କରିନାହାନ୍ତି ତେବେ ଖୁବଶୀଘ୍ର ସାରିଦିଅନ୍ତୁ ଏହି କାମ। ନଚେତ୍ ଜାନୁଆରୀ ୩୧ ପରେ ଏହା ନିଷ୍କ୍ରିୟ ହୋଇଯିବ। ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ (NHAI) ପକ୍ଷରୁ ସୋମବାର କୁହାଯାଇଛି ଯେ, ୱାନ ଭେଇକିଲ୍ ୱାନ୍ ଫାଷ୍ଟଟ୍ୟାଗ୍ ଅଭିଯାନ ଅଧୀନରେ ଫାଷ୍ଟଟ୍ୟାଗର ଉନ୍ନତ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। NHAI ପକ୍ଷରୁ ଆହୁରି କହୁଯାଇଛି କି ଯେଉଁ ଫାଷ୍ଟଟ୍ୟାଗର KYC ଜାନୁୟାରୀ ୩୧ ସୁଦ୍ଧା ସମ୍ପୂର୍ଣ୍ଣ ହୋଇନାହିଁ, ସେମାନଙ୍କୁ ବ୍ଲାକଲିଷ୍ଟ୍ କରାଯିବ କିମ୍ବା ନିଷ୍କ୍ରିୟ କରାଯିବ।
NHAI ଆହୁରି ମଧ୍ୟ କହିଛି ଯେ ଏକ ନିର୍ଦ୍ଦିଷ୍ଟ ଯାନ ପାଇଁ ଏକାଧିକ ଫାଷ୍ଟଟ୍ୟାଗ୍ ଜାରି ହେବାର ଖବର ପରେ ଏହି ପଦକ୍ଷେପ ନିଆଯାଇଛି। ଅଧିକନ୍ତୁ, NHAI ଏହା ମଧ୍ୟ କହିଛି ଯେ FASTag ଗୁଡିକ ବେଳେବେଳେ ଜାଣିଶୁଣି ଗାଡିର ୱିଣ୍ଡସ୍କ୍ରିନ୍ ଉପରେ ଲଗାଯାଇ ନ ଥାଏ, ଫଳସ୍ୱରୂପ ଟୋଲ୍ ପ୍ଲାଜାରେ ଅନାବଶ୍ୟକ ବିଳମ୍ବ ହେବା ସହ ଅନେକ ବ୍ୟବହାରକାରୀଙ୍କ ପାଇଁ ଅସୁବିଧା ମଧ୍ୟ ହୋଇଥାଏ।
ଅନ୍ୟପକ୍ଷରେ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ଯେ ଫାଷ୍ଟଟ୍ୟାଗ୍ ଦେଶରେ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହରେ ପରିବର୍ତ୍ତନ ଆଣିଛି। ଦେଶରେ ଆଠ କୋଟିରୁ ଅଧିକ ଚାଳକ ଫାଷ୍ଟଟ୍ୟାଗ୍ ବ୍ୟବହାର କରୁଛନ୍ତି। ଯାହା ମୋଟ ଗାଡ଼ିର ୯୮ ପ୍ରତିଶତ ଅଟେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/FASTag_KYC_1705409808.jpg)