Advertisment

କେନ୍ଦ୍ର ପ୍ରସ୍ତାବରେ ସହମତ କୃଷକ, ଆନ୍ଦୋଳନରୁ ଓହରିବେ ଚାଷୀ !

ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ୩ଟି ନୂଆ ଆଇନ ବିରୋଧରେ ତେଜିଥିଲା ପ୍ରତିବାଦ । ବିରୋଧୀଙ୍କ ହୋହାଲ୍ଲା ଭିତରେ ଉକ୍ତ ୩ଟି ଯାକ କୃଷି ବିଲ୍ ପାର୍ଲାମେଣ୍ଟରେ ପାସ୍ ହୋଇଥିଲା ।

farmer Protest

farmer Protest

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରସ୍ତାବରେ ସହମତ ଚାଷୀ। ଆନ୍ଦୋଳନରୁ ଓହରିବାକୁ ଆସନ୍ତାକାଲି ହୋଇପାରେ ଔପଚାରିକ ଘୋଷଣା। କେନ୍ଦ୍ର ସରକାର ୩ ନୂଆ କୃଷି ଆଇନ୍ ପ୍ରତ୍ୟାହାର କରିନେବା ପରେ ବି ସିଂଘୁ ସୀମାରେ ଆନ୍ଦୋଳନରେ ବସିଥିବା ସଂଯୁକ୍ତ କିଶାନ ମୋର୍ଚ୍ଚାର ଆସନ୍ତାକାଲି ଦିନ ପ୍ରାୟ ୧୨ଟାରେ ବୈଠକ ବସିବ। ଆଇନ୍ ପ୍ରତ୍ୟାହାର ସହ କୃଷକଙ୍କ ଦାବି ପୂରଣ ନେଇ ସରକାରଙ୍କ ଦସ୍ତଖତ ପତ୍ର ପହଁଚିବା ପରେ ଆନ୍ଦୋଳନ ସମାପ୍ତ ନେଇ କୃଷକ ସଂଗଠନ ଘୋଷଣା କରିବା ସମ୍ଭାବନା ରହିଛି।

Advertisment

କେନ୍ଦ୍ର ସରକାରଙ୍କ ଠାରୁ ଏମଏସପି ଉପରେ ସ୍ୱତନ୍ତ୍ର ଆଇନ୍ ଚାହୁଁଛନ୍ତି କୃଷକ ସଂଗଠନ। ଏଥିସହ ଆନ୍ଦୋଳନ ବେଳେ ହରିୟାଣା, ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଚାଷୀଙ୍କ ଉପରେ କରାଯାଇଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବାକୁ ଦାବି ହେଉଛି। ସେହିପରି ଦିଲ୍ଲୀ ଲାଲକିଲ୍ଲା ହିଂସାରେ ପ୍ରଦର୍ଶନକାରୀଙ୍କ ବିରୋଧରେ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ବି ଦାବି କରୁଛି କୃଷକ ସଂଗଠନ।

କୃଷକଙ୍କ କଲ୍ୟାଣ ପାଇଁ ୩ଟି ନୂଆ କୃଷି ଆଇନ ଅଣାଯାଇଥିବା ବୁଝାଇବା ସତ୍ତ୍ୱେ କିଛି ଗୋଷ୍ଠୀ ଏହାକୁ ବିରୋଧ କରୁଥିଲେ। ବିରୋଧକୁ ଦୃଷ୍ଟିରେ ରଖି ନୂଆ କୃଷି ଆଇନ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଯାହା ବି କରୁଛୁ ଦେଶର କଲ୍ୟାଣ ପାଇଁ କରୁଛି ବୋଲି ସେ କହିଛନ୍ତି। ଏଥିସହ ଚାଷୀଙ୍କ କଲ୍ୟାଣ କେନ୍ଦ୍ର ସରକାରଙ୍କ ମୁଖ୍ୟ ଲକ୍ଷ୍ୟ। ଚାଷୀଙ୍କ ସମସ୍ୟା, ଅସୁବିଧାକୁ ଅତି ନିକଟରୁ ଦେଖନ୍ତି। ତେଣୁ କୃଷି କଲ୍ୟାଣକୁ ଅଧିକ ପ୍ରାଥମିକତା ଦିଆଯାଉଛି।  

Advertisment

ସୂଚନା ଅନୁସାରେ, କେନ୍ଦ୍ର ସରକାରଙ୍କ ଏହି ୩ଟି ନୂଆ ଆଇନ ବିରୋଧରେ ତେଜିଥିଲା ପ୍ରତିବାଦ । ବିରୋଧୀଙ୍କ ହୋହାଲ୍ଲା ଭିତରେ ଉକ୍ତ ୩ଟି ଯାକ କୃଷି ବିଲ୍ ପାର୍ଲାମେଣ୍ଟରେ ପାସ୍ ହୋଇଥିଲା । ୨୦ ସେପ୍ଟେମ୍ବର ୨୦୨୦ରେ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିଥିଲା । ଶେଷରେ କୃଷି ବିଲ୍ ଆଇନ୍‌ରେ ପରିଣତ ହୋଇଥିଲା । ହେଲେ ମଣ୍ଡି ବାହାରେ କୃଷି ଉତ୍ପାଦ ବିକ୍ରି ଓ ଏମ୍ଏସ୍‌ପି ପ୍ରସଙ୍ଗକୁ ନେଇ ଚାଷୀମାନେ ଜୋରଦାର ବିରୋଧ କରିଥିଲେ ।

Farmer Protest Farm Laws
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ