Advertisment

Farmers Protest: ଡ୍ରୋନ୍‌କୁ ଖସାଇଲା ୧୦ ଟଙ୍କାର ଗୁଡ଼ି, ଭାଇରାଲ ହେଲା ଭିଡିଓ

କିନ୍ତୁ ପୋଲିସ୍‌ର ଏହି ଡ୍ରୋନ୍‌କୁ ଖସାଇବାରେ ସଫଳ ହୋଇଛନ୍ତି କୃଷକ। ଗୁଡ଼ି ସାହାଯ୍ୟରେ ଡ୍ରୋନ୍‌ଗୁଡ଼ିକୁ ଚାଷୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ।

ଅଦ୍ୟତନ ହୋଇଛି
Farmer Protest

Farmer Protest

Advertisment

ଏମ୍‌ଏସ୍‌ପି ବୃଦ୍ଧି ସମେତ ୭ ପ୍ରମୁଖ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକ ସଂଗଠନ। କୃଷକମାନେ ତାଙ୍କ ଦାବି ପୂରଣ ପାଇଁ ଦିଲ୍ଲୀ ଚାଲୋ ଡାକରା ଦେଇଛନ୍ତି। କିନ୍ତୁ ଆନ୍ଦୋଳନରତ କୃଷକମାନଙ୍କୁ ରାଜଧାନୀ ଦିଲ୍ଲୀରେ ପୂରାଇ ନଦେବାକୁ ଯଥାସମ୍ଭବ ଚେଷ୍ଟା କରୁଛି ପୋଲିସ୍‌। ଦିଲ୍ଲୀ ପୋଲିସ୍‌ ରାଜଧାନୀର ସବୁ ବର୍ଡରକୁ ସିଲ୍‌ କରିଦେଇଛି। ଏମିତିକି ଟିକ୍ରି ସୀମାରେ ପୋଲିସ୍‌ ରାତାରାତି ୧୦ ଫୁଟ୍‌ର ପାଚେରୀ ମଧ୍ୟ ନିର୍ମାଣ କରିଛି। ଏହା ବ୍ୟତୀତ ଆକାଶମାର୍ଗରୁ ଚାଷୀଙ୍କ ଉପରେ ନଜର ରଖିବା ପାଇଁ ଡ୍ରୋନ୍‌ର ବ୍ୟବହାର କରୁଛି। ମଙ୍ଗଳବାର ପୋଲିସ୍‌ ଆନ୍ଦୋଳନରତ ଚାଷୀଙ୍କ ଉପରେ ଲୁହ ବୁହା ଗ୍ୟାସ୍‌ ପ୍ରୟୋଗ କରିବା ପାଇଁ ଡ୍ରୋନ୍‌ର ବ୍ୟବହାର କରିଥିଲା। କିନ୍ତୁ ପୋଲିସ୍‌ର ଏହି ଚାଲ୍‌କୁ କୃଷକମାନେ ସଫଳ କରାଇ ଦେଇନଥିଲେ। କୃଷମାନେ ୧୦ ଟଙ୍କା ମୂଲ୍ୟର ଗୁଡ଼ି ବ୍ୟବହାର କରି ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଡ୍ରୋନ୍‌ ଖସାଇବାରେ ସଫଳ ହୋଇଥିଲେ।

Advertisment

୧୫ ଫେବ୍ରୁଆରୀ ଅର୍ଥାତ୍ ଗୁରୁବାର ହେଉଛି କୃଷକ ଆନ୍ଦୋଳନର ତୃତୀୟ ଦିନ। ମଙ୍ଗଳବାର ଦିନ କୃଷକମାନେ 'ଦିଲ୍ଲୀ ଚାଲୋ’ ଡାକିଥିଲେ । ସେପଟେ ଆନ୍ଦୋଳନରତ ଚାଷୀଙ୍କୁ ଅଟକାଇବା ପାଇଁ ଦିଲ୍ଲୀ ପୋଲିସ ବ୍ୟାପକ ବ୍ୟବସ୍ଥା ଆପଣାଇଥିଲା। ଏମିତି କି ଆକାଶମାର୍ଗରୁ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ୍‌ ପକାଇବା ପାଇଁ ଡ୍ରୋନ୍‌ର ବ୍ୟବହାର କରିଥିଲା। କିନ୍ତୁ ପୋଲିସ୍‌ର ଏହି ଡ୍ରୋନ୍‌କୁ ଖସାଇବାରେ ସଫଳ ହୋଇଛନ୍ତି କୃଷକ। ଗୁଡ଼ି ସାହାଯ୍ୟରେ ଡ୍ରୋନ୍‌ଗୁଡ଼ିକୁ ଚାଷୀମାନେ ତଳକୁ ଖସାଇବାକୁ ଚେଷ୍ଟା କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ସେପଟେ ହରିୟାଣାର ସୁରକ୍ଷା ବାହିନୀ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ ବ୍ୟବହାର କରି ଅଟକାଇବାକୁ ଚେଷ୍ଟା କରିଛନ୍ତି । ଏଭଳି ସ୍ଥିତିରେ ହରିୟାଣା ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ପଞ୍ଜାବ ସୀମାବର୍ତ୍ତୀ ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି । ସକାଳ ୬ ଟାରୁ ୪ ଟା ପର୍ଯ୍ୟନ୍ତ ଭାରତବନ୍ଦ ଚାଲୁ ରହିବ ବୋଲି କୁହାଯାଇଛି ।

ସେହିପରି ଭାରତୀୟ କୃଷକ ସଂଗଠନ ନେତା ଯୋଗୀନ୍ଦର ସିଂହ ଫେବ୍ରୁଆରୀ ୧୬ରେ ଭାରତ ବନ୍ଦ ଡାକରା ଦେଇଛନ୍ତି । ସେ କୃଷକ ସଂଗଠନ ଏବଂ ବ୍ୟବସାୟୀମାନଙ୍କୁ ସଫଳ କରିବାକୁ ନିବେଦନ କରିଛନ୍ତି ।

Advertisment
Farmer Protest Delhi Drone Kite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ