Advertisment

Bharat Bandh: ଆଜି ଭାରତ ବନ୍ଦ; ୧୦ କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଧର୍ମଘଟ ଡାକରା…

ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଂଗଠନ ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ଦ୍ୱାରା ଭାରତ ବନ୍ଦ ପାଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

ଅଦ୍ୟତନ ହୋଇଛି
Farmers and Workers Join Hands with Trade Unions in All-India Strike

Farmers and Workers Join Hands with Trade Unions in All-India Strike

Advertisment

ଆଜି ଭାରତ ବନ୍ଦ ଚାଷୀ ଏବଂ ଗ୍ରାମୀଣ ଶ୍ରମିକ ସଂଗଠନ ସହ ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନର ମିଳିତ ମଞ୍ଚ ଦ୍ୱାରା ଭାରତ ବନ୍ଦ ପାଳନ କରାଯାଉଛିକେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଟ୍ରେଡ ୟୁନିଅନ ମିଳିତ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି

Advertisment

ଆନ୍ଦୋଳନରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଶ୍ରମିକମାନେ ସାମିଲ ହୋଇଛନ୍ତି ଭାରତ ବନ୍ଦକୁ ସମର୍ଥନ କରୁଥିବା ଟ୍ରେଡ ୟୁନିୟନ ଗୁଡିକ ହେଉଛି, ଭାରତୀୟ ରାଷ୍ଟ୍ରୀୟ ଟ୍ରେଡ ୟୁନିଅନ କଂଗ୍ରେସ , ଅଖିଳ ଭାରତୀୟ ଟ୍ରେଡ ୟୁନିଅନ କଂଗ୍ରେସ, ହିନ୍ଦ ମଜଦୁର ସଭା, ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିଅନ, ଅଖିଳ ଭାରତୀୟ ସଂଯୁକ୍ତ ଟ୍ରେଡ ୟୁନିଅନ ସେଣ୍ଟର, ଟ୍ରେଡ ୟୁନିଅନ ସମନ୍ବୟ କେନ୍ଦ୍ର, ସ୍ୱ ନିୟୋଜିତ ମହିଳା ସଂଘ, ଅଖିଳ ଭାରତୀୟ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ପରିଷଦ, ଶ୍ରମ ପ୍ରଗତିଶୀଳ ମହାସଂଘ ଏବଂ ସଂଯୁକ୍ତ ଟ୍ରେଡ ଯୁନିଅନ କଂଗ୍ରେସ ପ୍ରମୁଖ

 ଆଜିର ଭାରତ ବନ୍ଦ ଡାକରା ଯୋଗୁଁ ବ୍ୟାଙ୍କିଙ୍ଗ୍ ସେବା, ଡାକ ସେବା, କୋଇଲା ଖନନ ଓ କାରଖାନା, ରାଜ୍ୟ ପରିବହନ ସେବା, ପବ୍ଲିକ ସେକ୍ଟର ୟୁନିଟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି

Advertisment

ବଲାଙ୍ଗିର ଜିଲ୍ଲାରେ ଆଜି ଦ୍ବିତୀୟ ଦିନରେ ବି ବସ୍ ଚଳାଚଳ ଠପ ଆଜି ଟ୍ରେଡ୍ ୟୁନିୟନର ଭାରତ ବନ୍ଦ ଡାକରା ସହିତ, ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ଗଡ଼ୁନି ବସ ଦୁଇଦିନ ହେଲା ବସ ଟରମିନାଲରେ ହଇରାଣ ହରକତ ହେଉଛନ୍ତି ଯାତ୍ରୀ ଭାରତ ବନ୍ଦର ସେତେଟା ପ୍ରଭାବ ପଡ଼ିନଥିଲେ ମଧ୍ୟ, ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ବସ ସହିତ ଛୋଟ ଛୋଟ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଛି

ଅଧିକ ପଢନ୍ତୁ: ଭୁଶୁଡିଲା ବ୍ରିଜ୍; ଆଖି ସାମନାରେ ତାସ ଘର ପରି ମଡ଼ ମଡ଼ ହୋଇ ଭାଙ୍ଗିଗଲା…

Advertisment
 
Nationwide Strike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ