• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲରେ ଫସିଥିବା ୪୦ ଶ୍ରମିକଙ୍କୁ ଉଦ୍ଧାର ଲାଗି ଚାଲିଛି ଅବିଶ୍ରାନ୍ତ ଉଦ୍ୟମ । ଆମେରିକାନ ଅଗର ଡ୍ରିଲ ସାହାଯ୍ୟରେ ମାଟି ଖୋଳା ଚାଲିଥିବା ବେଳେ ୩ ଫୁଟ ପାଇପକୁ ଭିତରକୁ ପୁରାଇ ସେଇ ବାଟରେ ଶ୍ରମିକଙ୍କୁ ବାହାରକୁ ଆଣିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ସେପଟେ ଶ୍ରମିକଙ୍କ ମନୋବଳ ବଜାୟ ରଖିବା ଲାଗି ସେମାନଙ୍କ ସହ ନିୟମିତ ଯୋଗାଯୋଗ କରାଯାଉଛି । ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀ ଘଟଣାସ୍ଥଳକୁ ଯାଇ ଓଡ଼ିଆ ଶ୍ରମିକଙ୍କ ସହ କଥା ହେବା ସହ ସେମାନଙ୍କୁ ଉଦ୍ଧାର ଲାଗି ସବୁ ବ୍ୟବସ୍ଥା କରାଯାଉଥିବା ଆଶ୍ୱାସନା ଦେଇଛନ୍ତି ।

ଅନ୍ଧାରୀ ସୁଡଙ୍ଗରେ ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଓଡ଼ିଶାରୁ ଯାଇଥିବା ଶ୍ରମ ଅଧିକାରୀଙ୍କ ଆଶ୍ୱାସନା । ସମ୍ପର୍କ ସ୍ଥାପନର ଏକ ମାତ୍ର ମାଧ୍ୟମ । ଏକ ସରୁ ପାଇପ୍ ବାଟେ କଥା ହେବା ସହ ଧୈର୍ଯ୍ୟର ସହ ଅପକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି ଶ୍ରମ ଅଧିକାରୀ । ମୟୁରଭଞ୍ଜର ବିଶେଶ୍ୱର ନାୟକଙ୍କ ସହ ଶ୍ରମ ଅଧିକାରୀ କଥା ହୋଇଥିବା ବେଳେ ଅନ୍ୟମାନଙ୍କ ସଂପର୍କରେ ପଚାରି ବୁଝିଛନ୍ତି । ସମସ୍ତ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର ଲାଗି ବ୍ୟବସ୍ଥା କରାଯାଉଥିବା ସେ ଜଣାଇଛନ୍ତି ।

ଏପଟେ ୬ ଦିନ କାଳ ଅପେକ୍ଷା କରି ନିରାଶ ହେବା ପରେ ଭାଙ୍ଗିବାକୁ ବସିଲାଣି ପରିବାର ଲୋକଙ୍କ ଧୈର୍ଯ୍ୟର ବନ୍ଧ । ସମସ୍ତେ ସୁରକ୍ଷିତ ଉଦ୍ଧାର ହେବା ନେଇ ସେମାନଙ୍କ ଆଶା ରହିଛି, ହେଲେ ଦିନ ଗଡିବା ହ ମନରେ ଆଶଙ୍କା ବି ବଢୁଛି । ଏଭଳି ଘଡିସଦ୍ଧି ମୁହୂର୍ତ୍ତରେ ଇଶ୍ୱରଙ୍କ ଶରଣାପର୍ଣ୍ଣ ହେବାକୁ ଶ୍ରେୟସ୍କର ମଣିଛନ୍ତି ଶ୍ରମିକଙ୍କ ପରିବାର । ବାବା ଝାଡେଶ୍ୱରଙ୍କ ମନ୍ଦିର ଯାଇ ଦେବ ଦେବଙ୍କ ଅଭିଷେକ କରିଛନ୍ତି ବିଶ୍ୱେଶ୍ୱରଙ୍କ ପତ୍ନୀ ସୁକାନ୍ତି ।

ତେଣେ ନାନା ବାଧା ବିଘ୍ନ ସତ୍ତ୍ୱେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ସମସ୍ତ ଉଦ୍ୟମ କରୁଛି ରେସ୍କ୍ୟୁ ଟିମ୍ । ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ୬୦ ମିଟର ଖୋଳିବା ଆବଶ୍ୟକ । ଦିଲ୍ଲୀରୁ ଅଣାଯାଇଥିବା ଆମେରିକାନ ଅଗର ଡ୍ରିଲ୍ ସାହାଯ୍ୟରେ ଏଯାଏଁ ୨୪ ମିଟର ଡ୍ରିଲ କରାଯାଇଥିବା ବେଳେ ଏକ ମେଟାଲ ପ୍ଲେଟରେ ମାଡ ହେବାରୁ ଖୋଳାକାମ ବନ୍ଦ ରହିଛି । ଅଧିକ ଖନନ ପାଇଁ ଇନ୍ଦୋରରୁ ଆଉ ଏକ ମେସିନ ଏୟାର ଲି଼ଫଟିଂ କରାଯାଇଛି ।

ଅନ୍ୟପକ୍ଷରେ ଭୁଶୁଡି ଥିବା ଅଂଶରେ ଏକ ୩ ଫୁଟ ଗୋଲେଇର ପାଇପ ପୁରାଇ ତା ସାହାଯ୍ୟରେ ଶ୍ରମିକଙ୍କୁ ଉଦ୍ଧାର ଲାଗି ଯୋଜନା ପ୍ରସ୍ତୁତ ହୋଇଛି । ଟନେଲରେ ଫସିଥିବା ସମସ୍ତ ୪୦ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି । ପାଇପ ସାହାଯ୍ୟରେ ସେମାନଙ୍କୁ ଖାଦ୍ୟ, ପାନୀୟ ଓ ଆକ୍ସେଜେନ ଯୋଗାଇ ଦିଆଯାଇଛି।

  • Reported by:
  • MANIK Lal PANI