Blast reported 12 km from PM Narendra Modi’s rally venue in Jammu
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଓ କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ତା’ ପୂର୍ବରୁ ବିସ୍ଫୋରଣ ଘଟିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି ଭେନ୍ୟୁର ୧୨ କି.ମି. ଦୂର ଲାଲିଆନା ଗାଁରେ ଏହି ବିସ୍ଫୋରଣ ହୋଇଛି। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି।
ବିସ୍ଫୋରଣର କାରଣ ଜଣାପଡ଼ି ନ ଥିବାବେଳେ ବଜ୍ରପାତ ଯୋଗୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି। କିନ୍ତୁ ଏହା ଆତଙ୍କବାଦୀ କାର୍ଯ୍ୟକଳାପ ନୁହେଁ ବୋଲି ପୋଲିସ୍ ସୂଚନା ଦେଇଛି।
ସୂଚନାଥାଉ କି, ନିକଟରେ ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରକୁ ଆତଙ୍କବାଦୀ ହମ୍ଲା ହୋଇଥିଲା। ଶୁକ୍ରବାର ଦିନ ଆତଙ୍କବାଦୀମାନେ CISF ଯବାନଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ। ଏହି ସମୟରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ବେଳେ ଜଣେ ଯବାନ ସହିଦ ହୋଇଥିଲେ। ଏହାସହ ସୁରକ୍ଷାକର୍ମୀ ୨ ଜଣ ଜ୍ରଶ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650775930.jpg)