EPFO ପକ୍ଷରୁ ପେନ୍ସନ୍ଧାରୀଙ୍କ ପାଇଁ ଜାରି କରାଯାଇଥିଲା ନୂଆ ଗାଇଡ୍ଲାଇନ୍ । ଯେଉଁମାନେ ଉଚ୍ଚ ପେନ୍ସନ୍ ପାଇବା ପାଇଁ ହକ୍ଦାର ସେମାନେ ତୁରନ୍ତ ଆବେଦନ କରନ୍ତୁ । ଏହି ନିର୍ଦ୍ଦେଶ ପରେ ଅନେକ EPFO ସଦସ୍ୟ ଉଚ୍ଚ ପେନ୍ସନ୍ ପାଇଁ ଆବେଦନ କରିଛନ୍ତି । କିନ୍ତୁ ଏବେ ବି ଅନେକ ସଦସ୍ୟ ଏଥିପାଇଁ ଆବେଦନ କରିନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆବେଦନର ଶେଷ ତାରିଖ ହେଉଛି ୨୦୨୩ ମାର୍ଚ୍ଚ ୩ ।
Also Read
ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଉଚ୍ଚ ପେନ୍ସନ୍ ପାଇବାକୁ ହେଲେ ଉଭୟ ଏମ୍ପ୍ଲୋୟର ଏବଂ ଏମ୍ପ୍ଲୋଇ ମିଳିତ ଭାବେ ଆବେଦନ କରିବାକୁ ହେବ । ପାରା ୧୧ (୩) ଏବଂ ପାରା ୧୧ (୪) ଫର୍ମ ଦାଖଲ କରିବାକୁ ହେବ । ତେବେ ସୁପ୍ରିମ୍କୋର୍ଟଙ୍କ ଏହି ରାୟ ପରେ ଏକ ସିଂହ ଭାଗ ଲୋକ ଉପକୃତ ହେବେ ବୋଲି କୁହାଯାଇଥିଲା । ୨୦୧୪ ପୂର୍ବରୁ ଲାଗୁହୋଇଥିବା ନିୟମକୁ ପୁଣି ଲାଗୁକରିଥିଲେ । ଅର୍ଥାତ୍ ପେନ୍ସନ୍ ସ୍କିମ୍କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଥିଲେ ସୁପ୍ରିମ୍କୋର୍ଟ ।
୨୦୧୪ ପୂର୍ବରୁ ୧୫ ହଜାର ଟଙ୍କାରୁ କମ୍ ଦରମା ପାଉଥିବା କର୍ମଚାରୀ ବି ପେନ୍ସନ୍ ସ୍ମିମ୍ରେ ସାମିଲ ହେଉଥିଲେ । ଯାହାକୁ ୨୦୧୪ ପରେ ରଦ୍ଦ କରାଯାଇଥିଲା । କିନ୍ତୁ ପୁଣି ସେହି ନିୟମକୁ ବୈଧ ବୋଲି କହିଥିଲେ ସୁପ୍ରିମ୍କୋର୍ଟ । ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ ।
୧୫ ହଜାର ଟଙ୍କାରୁ କମ୍ ଅର୍ଥାତ୍ ଅନ୍ୟୁନ ୬୫୦୦ ଟଙ୍କା ବେତନ ପାଉଥିବା କର୍ମଚାରୀ ବି ପେନ୍ସନ୍ ସ୍କିମ୍ରେ ସାମିଲ ହୋଇପାରିବେ । ତେବେ ଏହି ସ୍କିମ୍ରେ ସାମିଲ ହେବା ପାଇଁ ଯେଉଁ କର୍ମଚାରୀମାନେ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିପାରି ନାହାନ୍ତି, ସେମାନଙ୍କୁ ସାମିଲ ହେବା ପାଇଁ ୬ ମାସ ସମୟ ଦେବାକୁ କହିଥିଲେ ସୁପ୍ରିମ୍କୋର୍ଟ । ଏବେ ସେହି ଆବେଦନ କରିବାର ଶେଷ ତାରିଖ ହେଉଛି ଆଗାମୀ ମାର୍ଚ୍ଚ ୩ ତାରିଖ ।
ତେବେ ଏହି ଆବେଦନ ପାଇଁ ଏବେ ଅନ୍ଲାଇନ୍ର ସୁବିଧା ମଧ୍ୟ ରହିଛି । EPFO ସଦସ୍ୟ ଚାହିଁଲେ ଉଚ୍ଚ ପେନ୍ସନ୍ ପାଇଁ ଅନ୍ଲାଇନ୍ ଜାରିଆରେ ମଧ୍ୟ ଆବେଦନ କରିପାରିବେ । ଯଦି ଏହି ନୂଆ ଗାଇଡ୍ଲାଇନ୍ ପାଳନ କରାନଯାଏ ତେବେ ଉଚ୍ଚ ପେନ୍ସନ୍ ପାଇବାକୁ ଯୋଗ୍ୟ କର୍ମଚାରୀ ମଧ୍ୟ କମ୍ ପେନ୍ସନ୍ ପାଇବାର ସମ୍ଭାବନା ରହିଛି ।
ଉଚ୍ଚ ପେନ୍ସନ୍ ପାଇଁ କେମିତି କରିବେ ଆବେଦନ
- ଇପିଏଫ୍ଓ ପକ୍ଷରୁ କୁହାଯାଇଛି ଯେ, ଏଥିପାଇଁ ଏକ ସୁବିଧା ପ୍ରଦାନ କରାଯିବ, ଯେଉଁଥିପାଇଁ ଏକ URLକୁ ସୂଚିତ କରାଯିବ ।
- ସବୁ ଆବେଦନ ରେଜିଷ୍ଟର ହେବ । ଡିଜିଟାଲ ମାଧ୍ୟମରେ ଏହାକୁ ଲଗ୍ଇନ୍ କରାଯବ ଏବଂ ଆବେଦନକାରୀଙ୍କୁ ରସିଦ୍ ସଂଖ୍ୟା ମଧ୍ୟ ପ୍ରଦାନ କରାଯିବ ।
- ଉକ୍ତ ସଂସ୍ଥାର ଅଧିକାରୀ ପ୍ରତ୍ୟେକ ଆବେଦନକୁ ଯାଞ୍ଚ କରିବେ । ଏହାପରେ ଆବେଦନକାରୀଙ୍କୁ ଇମେଲ୍ କିମ୍ବା ଚିଠି ଏବଂ ପରେ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚିତ କରିବେ ।
- ଆବେଦନକାରୀ ଯଦି କୌଣସି ଅଭିଯୋଗ ଦାଖଲ କରିବାକୁ ଚାହେଁ ତେବେ ଅଭିଯୋଗ ପୋର୍ଟାଲକୁ ଯାଇ ସେ ଦାଖଲ କରିପାରିବେ ।
- ସମସ୍ତ ଦସ୍ତାବିଜ୍ ଏବଂ ଘୋଷଣା ପତ୍ର ସହ ଏହି ଆବେଦନ କରିବାକୁ ହେବ ।