Advertisment

Ex-CJI Chandrachud responds SC letter: ସୁପ୍ରିମକୋର୍ଟଙ୍କ ଚିଠି ପରେ ଚନ୍ଦ୍ରଚୂଡ଼ଙ୍କ ସ୍ପଷ୍ଟୀକରଣ, କହିଲେ ସରକାରୀ ବଙ୍ଗଳା ଖାଲି କରୁନଥିବା ପଛର କାରଣ

କାହିଁକି ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ସୁପ୍ରିମକୋର୍ଟ ପୂର୍ବତନ ମୁଖ୍ୟ ବିଚାରପତି ? କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚିଠି ପରେ ଚନ୍ଦ୍ରଚୂଡ଼ ରଖିଲେ ସ୍ପଷ୍ଟୀକରଣ । ଘରକୁ ନେଇ ରହିଥିବା ସମସ୍ୟା ବିଷୟରେ ଗୋଟି ଗୋଟି କରି କହିଲେ ।

ଅଦ୍ୟତନ ହୋଇଛି
ex-CJI Chandrachud

ex-CJI Chandrachud

Advertisment

ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ସରକାରୀ ବଙ୍ଗଳା ଖାଲି କରୁନଥିବା ପ୍ରସଙ୍ଗ । ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ଚନ୍ଦ୍ରଚୂଡ଼। ଏହି ବଙ୍ଗଳା ବର୍ତ୍ତମାନ ଆବଶ୍ୟକ ଥିବା କହିଛନ୍ତି ପୂର୍ବତନ CJI । ଅବସରର ୮ ମାସ ପରେ ବି ସରକାରୀ ବଙ୍ଗଳା ଖାଲି କରିନାହାନ୍ତି । ତେଣୁ ତୁରନ୍ତ ଖାଲି କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏନେଇ କେନ୍ଦ୍ର ସହର ବିକାଶ ମନ୍ତ୍ରାଳୟକୁ ଚିଠି ଲେଖିଥିଲେ ସର୍ବୋଚ୍ଚ ଅଦାଲତ । 

Advertisment

ଅନ୍ୟପଟେ ଏହି ଚିଠି ପରେ ଉତ୍ତର ରଖିଛନ୍ତି ଚନ୍ଦ୍ରଚୂଡ଼ । ଦୁଇ ଝିଅଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ଦିଲ୍ଲୀ ଏମ୍ସରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା କହିଛନ୍ତି । ଚନ୍ଦ୍ରଚୂଡ଼ କହିଛନ୍ତି, ମୁଁ ଦେଶର ସର୍ବୋଚ୍ଚ ନ୍ୟାୟିକ ପଦବୀରେ କାମ କରିଛି । ମୋର ଦାୟିତ୍ୱବୋଧ ବିଷୟରେ ମୁଁ ଭଲଭାବେ ଅବଗତ । ହେଲେ ଏସବୁ ସମସ୍ୟା କାରଣରୁ ସିଫ୍ଟ କରିପାରୁ ନାହିଁ । କାରଣ ମୋତେ ଘର ଭିତରେ ICU ସେଟ୍‌ ଅପ୍‌ ନିହାତି ଦରକାର । ଆଉ ଯେତେ ଖୋଜିଲେ ବି ଉପଯୁକ୍ତ ଘରଟିଏ ମିଳୁନାହିଁ । 

ଚନ୍ଦ୍ରଚୂଡ଼ କହିଛନ୍ତି, "ମୋ ଦୁଇ ଝିଅଙ୍କୁ ଏମିତି ଏକ ଘର ଆବଶ୍ୟକ ଯେଉଁଠି ହସ୍ପିଟାଲ ପରି ଚିକିତ୍ସା ସୁବିଧା ବ୍ୟବସ୍ଥିତ ଢଙ୍ଗରେ ଥିବ । କାରଣ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି । ଏହି ବଙ୍ଗଳାରେ ମୁଁ ସବୁ ପ୍ରକାର ବ୍ୟବସ୍ଥା କରିଥିଲି । ତେଣୁ ମୋ ପରେ ହୋଇଥିବା CJI ଜଷ୍ଟିସ ଖାନ୍ନାଙ୍କଠାରୁ ମୁଁ ଏପ୍ରିଲ ଯାଏଁ ରହିବା ନେଇ ଅନୁମତି ବି ନେଇଥିଲି ।  ପରେ ବର୍ତ୍ତମାନର CJI ଜଷ୍ଟିସ ବି ଆର ଗଭାଇଙ୍କଠାରୁ ଜୁନ୍ ଯାଏଁ ଅନୁମତି ଲୋଡିଥିଲି । "

Advertisment

ସୂଚନାଯୋଗ୍ୟ, ନଭେମ୍ବର ୨୦୨୨ରୁ ନଭେମ୍ବର ୨୦୨୪ ଯାଏଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ ଡି ୱାଇ ଚନ୍ଦ୍ରଚୂଡ । ୧୦ ନଭେମ୍ବର ୨୦୨୪ରେ ସେ ଅବସର ନେଇଥିଲେ । ହେଲେ ଅବସରକୁ ୮ ମାସ ହୋଇଥିଲେ ବି ଏଯାଏଁ ସରକାରୀ ବଙ୍ଗଳା ଖାଲି କରିପାରିନାହାନ୍ତି ସେ । ସରକାରୀ ନିୟମ ଅନୁସାରେ, କୌଣସି CJI ଅବସରର ୬ ମାସ ଯାଏଁ ସରକାରୀ ବଙ୍ଗଳାରେ ରହିପାରିବେ । ହେଲେ ଚନ୍ଦ୍ରଚୂଡ଼ ବଙ୍ଗଳା ଖାଲି କରିନଥିବାରୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅଧିକ ପଢନ୍ତୁ: ସରକାରୀ ବଙ୍ଗଳା ଖାଲି କରୁନାହାନ୍ତି ପୂର୍ବତନ CJI ଜଷ୍ଟିସ୍ ଚନ୍ଦ୍ରଚୂଡ, କେନ୍ଦ୍ରକୁ ଚିଠି ଲେଖିଲା ସୁପ୍ରିମକୋର୍ଟ

Advertisment
CJI Supreme Court Dy Chandrachud
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: