Advertisment

ଅତ୍ୟାଧୁନିକ ଥିଲା CDSଙ୍କ ଏହି ହେଲିକପ୍ଟର, ଜାଣନ୍ତୁ ଏହା କେଉଁଠୁ ଆସିଥିଲା କ’ଣ ରହିଛି ବିଶେଷତ୍ୱ

ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ସବୁଠୁ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ଏହି ହେଲିକପ୍ଟରକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର କରାଯାଇଥାଏ । କାରଣି ଏଥିରେ ଯାତ୍ରା କରିବା ଅନ୍ୟ ହେଲିକପ୍ଟର ଅପେକ୍ଷା ଅଧିକ ସୁରକ୍ଷିତ ।

undefined

Helicoptor

Advertisment

ସିଡିଏସ୍‌ ବିପିନ୍‌ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପରେ ଏବେ ସାରା ବିଶ୍ୱରେ ଏହାକୁ ନେଇ ଚର୍ଚ୍ଚା । ଯିଏ ସାରା ଦେଶକୁ ସୁରକ୍ଷା ଦେଉଛି ସେ କିଭଳି ବିପଦରେ ପଡ଼ୁଛି ? କେମିତି ଘଟିଲା ଏହି ଦୁର୍ଘଟଣା ? ଏହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନ । ଆଉ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଆସିବା ବି ସ୍ୱାଭାବିକ୍‌ । କାରଣ ସିଡିଏସ୍‌ଙ୍କ ଏହି ହେଲିକପ୍ଟର କୌଣସି ସାଧାରଣ ହେଲିକପ୍ଟର ନଥିଲା ।

Advertisment

ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ହେଲିକପ୍ଟର ସବୁଠୁ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ଏହି ହେଲିକପ୍ଟରକୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବ୍ୟବହାର କରାଯାଇଥାଏ । କାରଣ ଏଥିରେ ଯାତ୍ରା କରିବା ଅନ୍ୟ ହେଲିକପ୍ଟର ଅପେକ୍ଷା ଅଧିକ ସୁରକ୍ଷିତ । ଏହା ପାଗ ଯେମିତି ବି ହୋଇଥାଉ ଏଥିରେ ସୁରକ୍ଷିତ ଯାତ୍ରା କରିହେବ ।

ତେବେ ଆସନ୍ତୁ ଜାଣିବା ଏହି ହେଲିକପ୍ଟର ବିଷୟରେ । ଦୁର୍ଘଟଣାଗ୍ରସ୍ତ Mi-17V5 ହେଲିକପ୍ଟର ବାୟୁସେନାର ସବୁଠାରୁ ଅତ୍ୟାଧୁନିକ ଓ ସୁରକ୍ଷିତ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ୨୦୧୨ ମସିହା ଫେବୃଆରୀ ୧୭ ପରଠାରୁ ଏହା ବାୟୁସେନାରେ ସେବା ଯୋଗାଇ ଆସୁଛି । ରୁଷ ଦ୍ୱାରା ନିର୍ମିତ ଏହି ହେଲିକପ୍ଟର ଆଜି ଯାଏ ଦୁର୍ଘଟଣାଗ୍ରସ୍ତ ହୋଇ ନଥିଲା । ୨୦୧୯ ଭାରତର ଏୟାରଷ୍ଟ୍ରାଇକ ପରେ Mi ସିରିଜ୍‌ର ଏହି ହେଲିକପ୍ଟର କେବଳ ମିସାଇଲ ମାଡ଼ରେ ଖସି ପଡ଼ିଥିଲା । ଏହି ଘଟଣାକୁ ଛାଡ଼ିଦେଲେ ଏହି ହେଲିକପ୍ଟରରେ କେବେ ବି ଅଘଟଣ ଘଟିନଥିଲା । କିନ୍ତୁ ଆଜି ସିଡିଏସ୍‌ଙ୍କୁ ନେଇ କୋଏମ୍ବାଟୁରର ୱେଲିଂଟନ ଏୟାରବେସ୍‌କୁ ଯାଉଥିବା ବେଳେ ଏହା କ୍ରାସ୍ ହୋଇଛି । ଏବେ ସୁଦ୍ଧା ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ।

Advertisment

ଏଥିରେ ମୋଟ ୧୪ ଜଣ ଯାତ୍ରା କରୁଥିଲେ । ୧୪ ଜଣଙ୍କ ମଧ୍ୟରେ ହେଲିକପ୍ଟରରେ ସିଡିଏସ୍ ଜେନେରାଲ ବିପିନ୍ ରାୱତ୍‌ଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ୍‌, ବ୍ରିଗେଡିୟର ଏଲ.ଏସ୍‌ ଲିଡର, ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱକ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍ ଯାତ୍ରା କରୁଥିଲେ ।

ସିଡିଏସ୍‌ ବିପିନ ରାୱତ ହେଉଛନ୍ତି ବିଚକ୍ଷଣ ବୁଦ୍ଧି ରଖୁଥିବା ଏବଂ ଶତ୍ରୁର ପ୍ରତ୍ୟେକ ଚାଲ୍‌କୁ ଆଗୁଆ ବୁଝି ପାରୁଥିବା ଭଳି ବ୍ୟକ୍ତି । ନେତୃତ୍ୱ ନେବା ଭଳି ଶକ୍ତି ତାଙ୍କ ପାଖରେ ରହିଛି । ତାଙ୍କର ଏଭଳି ବିଚକ୍ଷଣ ଦକ୍ଷତା ପାଇଁ ତାଙ୍କୁ ତିନି ସେନା (ଜଳ-ସ୍ଥଳ-ବାୟୁ)ର ମୁଖ୍ୟ ବା ସିଡିଏସ୍‌ ପଦବୀ ଦିଆଯାଇଛି । ସେ ଭାରତର ପ୍ରଥମ ବ୍ୟକ୍ତି ଭାବେ ଏହି ପଦବୀରେ ଅବସ୍ଥାନ ହୋଇଛନ୍ତି । ତାଙ୍କର ପରିବାରର ପିଢ଼ି ପରେ ପିଢ଼ି ଭାରତୀୟ ସେନା ସହ ଜଡ଼ିତ ।

Advertisment

Mi-17V5 ର ବିଶେଷତ୍ୱ

୧- Mi-17V5 ହେଉଛି ଗୋଟିଏ ଅତ୍ୟାଧୁନିକ ପରିବହନ ହେଲିକପ୍ଟର ।

୨-ଏଥିରେ ମଣିଷ, କାର୍ଗୋ ଓ ସାମଗ୍ରୀ ପରିବହନ କରାଯାଇ ପାରିବ । ଏଥିରେ ସ୍ୱତନ୍ତ୍ର କାର୍ଗୋ କ୍ୟାବିନ ମଧ୍ୟ ରହିଛି । ଏହି ହେଲିକପ୍ଟର ଦ୍ୱାରା ଟାଟିକାଲ ଏୟାର ଆସଲ୍ଟ ଫୋର୍ସଙ୍କୁ ଡ୍ରପ୍‌ ମଧ୍ୟ କରାଯାଇ ପାରିବ।

୩- Mi-17V5 ହେଲିକପ୍ଟରର ସ୍ୱତନ୍ତ୍ରତା ହେଲା, ଏହା ସ୍ଥାନୀୟ ପାଣିପାଗ ଅନୁସାରେ କାର୍ଯ୍ୟ କରିବାର କ୍ଷମତା ରଖିଛି । ପାଗ ଯେତେ ଖରାପ ହେଲେ ମଧ୍ୟ ଏହାଦ୍ୱାରା ବାୟୁସେନା ଅପରେସନ କରିପାରିବ । ଦିନ ଓ ରାତିରେ Mi-17V5 ହେଲିକପ୍ଟର ଉଡ଼ାଣ କରିବାକୁ ସକ୍ଷମ ।

CDS Bipin Rawat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ