Advertisment

କମିଲା ଇପିଏଫ୍ ସୁଧ ହାର

୨୦୨୦-୨୧ରେ ଇପିଏଫ ସୁଧହାର ୮ ଦଶମିକ ୫ ପ୍ରତିଶତ ରହିଥିଲା।

undefined

EPFO

Advertisment

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଇପିଏଫ୍ ସୁଧ ହାରରେ ହ୍ରାସ। ୨୦୨୧-୨୨ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ସରକାର ଇପିଏଫ୍ ସୁଧ ହାର ୮ ଦଶମିକ ୫ ପ୍ରତିଶତରୁ ୮ ଦଶମିକ ୧ ପ୍ରତିଶତକୁ ହ୍ରାସ କରିଛନ୍ତି। ଗୌହ୍ୱାଟିରେ ବସିଥିବା ଇପିଏଫଓର କେନ୍ଦ୍ରୀୟ ବୋର୍ଡ ଅଫ୍ ଟ୍ରଷ୍ଟି ବୈଠକରେ ସୁଧ ହାର ହ୍ରାସ ନିଷ୍ପତ୍ତି ନିଆଯାଇଛି। ଆନ୍ତର୍ଜାତିକ ପରିସ୍ଥିତି ଓ ବଜାର ସ୍ଥିତିକୁ ଦେଇ ଇପିଏଫ୍ ସୁଧରେ ଏଭଳି ହ୍ରାସ କରାଯାଇଥିବା କେନ୍ଦ୍ର ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି।

Advertisment

୨୦୨୦-୨୧ରେ ଇପିଏଫ ସୁଧହାର ୮ ଦଶମିକ ୫ ପ୍ରତିଶତ ରହିଥିଲା। ଏବେ ସୁଧହାର ୮.୧ ପ୍ରତିଶତକୁ ଖସିବା ଫଳରେ ୧୯୭୭-୭୮ ପରେ ଇପିଏଫ୍ ସୁଧ ହାରରେ ଏହା ସର୍ବାଧିକ ହ୍ରାସ ବୋଲି କୁହାଯାଉଛି ଯାହାକି ଗତ ୪୩ ବର୍ଷ ଭିତରେ ସବୁଠୁ କମ୍।

EPF Interest Rate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ