Advertisment

ଘରେ ଥିଏଟର୍‌, ଦାମୀ କାର୍‌ ଓ କୋଟି କୋଟି ଟଙ୍କାର ସମ୍ପତ୍ତି : ଆରଟିଓ ଅଫିସରଙ୍କ ସମ୍ପତ୍ତି ଦେଖି ଜଳକା EOW

ଆରଟିଓଙ୍କ ଘର ନୁହେଁ ତ ରାଜପ୍ରାସାଦ । ଘରେ ସବୁ ସୁବିଧା ।

author-image
Prangyan Parimita
ଅଦ୍ୟତନ ହୋଇଛି
Special story

Special story

କୁବେର ଆରଟିଓ ଅଫିସର୍‌ । ଘରେ ଅଚଳାଚଳ ସମ୍ପତ୍ତି । ମଧ୍ୟପ୍ରଦେଶର ଜବଲପୁରରେ ଆରଟିଓଙ୍କ ରାଜପ୍ରାସାଦ ଦେଖି  EOWର ଆଖି ଖୋସି ହୋଇଯାଉଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଜବଲପୁର ଆରଟିଓ ସନ୍ତୋଷ ପାଲ ସିଂଙ୍କ ଘରେ ଚଢ଼ାଉ କରାଯାଇଛି । ତେବେ ରେଡ୍‌ ସମୟରେ ତାଙ୍କ ପାଖରେ ଏକାଧିକ ଘର, ଫାର୍ମହାଉସ୍‌, ବିଳାସପୂର୍ଣ୍ଣ କାର ଥିବା ଜଣାପଡ଼ିଛି । ଆରଟିଓଙ୍କ ଘରୁ ତାଙ୍କ ଆୟ ଠାରୁ ୬୫୦ ଗୁଣ ଅଧିକ ସମ୍ପତ୍ତି ମିଳିଛି ।

Advertisment

ଆରଟିଓ ସନ୍ତୋଷ ପାଲ ସିଂ ନୁହେଁ ତ ଜଣେ ରାଜା ମହାରାଜାଙ୍କ ପରି ତାଙ୍କ ଜୀବନ । ତାଙ୍କର ଡ୍ରଇଂ ରୁମରୁ ବାଥରୁମ ପର୍ଯ୍ୟନ୍ତ ଚାରିଆଡ଼ ଚକାଚକ୍‌ । ହୋଟେଲ ପରି ସୁଇଚ୍‌ ଟିପିଲେ ସବୁ କିଛି ମିଳିଯାଉଛି । ବାବୁ କଳା ଟଙ୍କାରେ ଘରେ ନିଜର ଏକ ଥିଏଟର ମଧ୍ୟ ନିର୍ମାଣ କରିଛନ୍ତି । ଥିଏଟରରେ ସାଜସଜ୍ଜା କୌଣସି ସିନେମା ହଲ୍‌ ଠାରୁ କମ୍‌ ନୁହେଁ । ଆରଟିଓ ସନ୍ତୋଷ ପାଲ ସିଂଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି, ଏକାଧିକ ଘର, ୧୦ରୁ ଅଧିକ ଗାଡି ଏବଂ ଅନ୍ୟାନ୍ୟ ଦଲିଲ ଥିବା କହିଛନ୍ତି EOW ଅଧିକାରୀ ।

EOWର ଟିମ୍ ବୁଧବାର ରାତିରେ ଆଞ୍ଚଳିକ ପରିବହନ ଅଧିକାରୀ ( ଆରଟିଓ) ସନ୍ତୋଷ ପାଲ ସିଂଙ୍କର ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଚଢ଼ଉ କରିଛି । ତାଙ୍କ ଘରୁ ୧୬ ଲକ୍ଷ ନଗଦ ଟଙ୍କା ସହିତ ଅଚଳାଚଳ ସମ୍ପତ୍ତିର ଡକ୍ୟୁମେଣ୍ଟ ଜବତ କରାଯାଇଛି । ପ୍ରାଥମିକ ଯାଞ୍ଚ ଅନୁସାରେ ଆରଟିଓ ବାବୁ ଯେତିକି ରୋଜଗାର କରନ୍ତି, ତା’ ତୁଳନାରେ ୬୫୦ ପ୍ରତିଶତ ଅଧିକ ଟଙ୍କାର ସମ୍ପତ୍ତି ରଖିଛନ୍ତି ।

Advertisment

EOW ଯାଞ୍ଚ ସମୟରେ ଆରଟିଓଙ୍କର ପିପି କଲୋନୀ ଗ୍ୱାରିଘାଟରେ ୧୨୪୭ ବର୍ଗଫୁଟ ଘରର ଡକ୍ୟୁମେଣ୍ଟ ମିଳିଛି । ସେହିଭଳି ଶଙ୍କର ଶାହା ୱାର୍ଡରେ ୧୧୫୦ ବର୍ଗଫୁଟ, ଶତାଦ୍ଦୀପୁରମ୍ ରେ ୧୦ ହଜାର ବର୍ଗଫୁଟର ଦୁଇଟି ଆବାସିକ ଅଟ୍ଟାଳିକା, କସ୍ତୁରବା ଗାନ୍ଧୀ ୱାର୍ଡରେ ୫୭୦ ବର୍ଗଫୁଟ ଏବଂ ଗଢ଼ାଫାଟକରେ ୭୭୧ ବର୍ଗଫୁଟ ଘର, ଚରଗୱା ରୋଡର ୧.୪ ଏକର ଜମି ବ୍ୟତୀତ ଏକବଡ଼ ଫାର୍ମ ଥିବା ଜଣାପଡ଼ିଛି । ସେହିପରି ଆରଟିଓଙ୍କ ପାଖରେ ଅଛି ଏକ ଆଇI-20 କାର , ପଲସର ବାଇକ୍ , ବୁଲେଟ ଗାଡ଼ି  ।

EOW Raid
Advertisment
Advertisment