Advertisment

ରେଳ ମନ୍ତ୍ରାଳୟରୁ ହଟିବ VVIP ସଂସ୍କୃତି: ଅଫିସରଙ୍କ ଟେବୁଲ୍‌ରେ ଆଉ ରହିବନି କଲିଂବେଲ୍

ରେଳ ମନ୍ତ୍ରାଳୟରୁ ହଟିବାକୁ ଯାଉଛି ଭିଭିଆଇପି ସଂସ୍କୃତି। ବିଭାଗର କୌଣସି ଅଧିକାରୀଙ୍କ ଅଫିସ ଟେବୁଲ୍‌ ଉପରେ ଆଉ କଲିଂବେଲ୍ ବା ଘଣ୍ଟି ରହିବନି।

ଅଦ୍ୟତନ ହୋଇଛି
Indian Railway VVIP Culture

End of VVIP culture, Ashwini Vaishnaw orders removal of bell used to call peons in offices

Advertisment

ଗମନାଗମନ କ୍ଷେତ୍ରରେ ସାଧାରଣ ଲୋକଙ୍କ ଲାଇଫ୍‌ଲାଇନ ସାଜିଥିବା ରେଳ ଚଳାଚଳ ଦାୟିତ୍ୱରେ ଥିବା ରେଳ ମନ୍ତ୍ରାଳୟରୁ ହଟିବାକୁ ଯାଉଛି ଭିଭିଆଇପି ସଂସ୍କୃତି। ଏହି କ୍ରମରେ ମନ୍ତ୍ରାଳୟ ଅଭିନବ ପନ୍ଥା ଆପଣାଇଛି। ବିଭାଗର କୌଣସି ଅଧିକାରୀଙ୍କ ଅଫିସ ଟେବୁଲ୍‌ ଉପରେ ଆଉ କଲିଂବେଲ୍ ବା ଘଣ୍ଟି ରହିବନି।

Advertisment

ଅଧିକ ପଢ଼ନ୍ତୁ: ରେଳରେ ମିଳିବ ଭୂରି ଭୋଜନ, ହ୍ୱାଟ୍ସଆପ୍‌ରେ ଖାଦ୍ୟ ଅର୍ଡର କରିପାରିବେ ଯାତ୍ରୀ...ଜାଣନ୍ତୁ ନମ୍ବର

ଏପରିକି ମନ୍ତ୍ରୀଙ୍କ ଟେବୁଲ ଉପରେ ବି କଲିଂବେଲ୍ ରହିବନି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜ ପ୍ରକୋଷ୍ଠରୁ କଲିଂବେଲ୍‌କୁ ହଟାଇ ଦେଇଛନ୍ତି। ଏଭଳି ସ୍ଥିତିରେ ଯଦି କୌଣସି ଅଧସ୍ତନ କର୍ମଚାରୀଙ୍କ ଆବଶ୍ୟକତା ପଡେ, ତା’ହେଲେ ଅଧିକାରୀ ନିଜେ ନିଜ ଆସନରୁ ଉଠିକି ଯାଇ ଡାକି ଆଣିବେ।

Advertisment

ଯଦି କାର୍ଯ୍ୟବ୍ୟସ୍ତତା ଯୋଗୁ ଉଠିକି ଯାଇପାରୁ ନାହାନ୍ତି ତା’ହେଲେ ଫୋନ୍‌ କରି ଡାକିପାରିବେ ବୋଲି ରେଳ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଆବଶ୍ୟକସ୍ଥଳେ ଜୁନିୟର କର୍ମଚାରୀଙ୍କ ସହାୟତା ମଧ୍ୟ ନେଇପାରିବେ ବୋଲି ବିଭାଗୀୟ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Indian Railways Railway Ministry Aswini Vaishnaw
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ