Advertisment

ସୁରକ୍ଷାକର୍ମୀଙ୍କ ଗୁଳିରେ ଟପ୍‌ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ

ଛତିଶଗଡ଼ର ମାଓ ପ୍ରଭାବିତ ସୁକ୍‌ମା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ମାଓବାଦୀ। ଗୁଳି ବିନିମୟରେ ଟପ୍ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।

Naxal killed

Naxal killed

Advertisment

 ରାୟପୁର: ଛତିଶଗଡ଼ର ମାଓ ପ୍ରଭାବିତ ସୁକ୍‌ମା ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ-ମାଓବାଦୀ।  ଗୁଳି ବିନିମୟରେ ଟପ୍ କମାଣ୍ଡରଙ୍କ ସହ ୨ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।  ସୁକ୍‌ମା ଜିଲ୍ଲା କୋଣ୍ଟା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ଜଣାପଡିଛି।  ସୁକମା ଏସ୍‌ପିଙ୍କ ସୁଚନା ଅନୁସାରେ, ଛତିଶଗଡ ପୋଲିସର ଡିଷ୍ଟ୍ରି ରିଜର୍ଭ ଗାର୍ଡ, ସିଆରପିଏଫ୍ ଏବଂ କୋବ୍ର ବାଟାଲିୟନର ମିଳିତ ଟିମ୍ ଗୋମ୍ପାଡ ଏବଂ କହ୍ନାଇଗୁଡା ଗାଁ ନିକଟ ଜଙ୍ଗଲରେ ନକ୍ସଲ ବିରୋଧୀ ଅଭିଯାନ ଚଳାଇଥିଲେ । ତେବେ ଆଜି ସକାଳ ୫ଟାରେ ଘଞ୍ଚ ଜଙ୍ଗଲରେ ମାଓବାଦୀଙ୍କ ସହ ସେମାନେ ମୁହାଁମୁହିଁ ହୋଇଥିଲେ।

Advertisment

 ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ବେଳେ  ମାଓବାଦୀଙ୍କ ମୃତଦେହ ମିଳିଥିଲା। ସେମାନଙ୍କ ପରିଚୟ ସ୍ପଷ୍ଟ ହୋଇ ନ ଥିଲେ ହେଁ  ସେମାନଙ୍କ ମଧ୍ୟରୁ ଜଣେ କୋଣ୍ଟା ଏରିଆ କମାଣ୍ଡର କଓ୍ୱାସି ହୁଙ୍ଗା ହୋଇଥିବା ଅନୁମାନ କରାଯାଉଛି  । ଘଟଣାସ୍ଥଳରୁ ବିପୁଳ ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ  । ଏବେ ବି ସେଠାରେ ସର୍ଚ୍ଚ ଅପରେସନ୍ ଚାଲିଥିବା ସୁକମା ଏସ୍‌ପି ସୁନୀଲ ଶର୍ମା ସୂଚନା ଦେଇଛନ୍ତି ।

Advertisment

ଅଗଷ୍ଟ ୧୬ ତାରିଖରେ ଛତିଶଗଡ଼ ବିଜାପୁର ଜିଲ୍ଲାରେ ନକ୍ସଲି କମାଣ୍ଡର କୁଞ୍ଜମ ଆତ୍ମସମର୍ପଣ କରିଥିଲେ। ଏହି ଘଟଣା ପରେ ଆଜି ୨ ମାଓବାଦୀଙ୍କ ମୃତ୍ୟୁ ଆଉ ଏକ ଝଟକା ଲାଗିଛି। ଅନ୍ୟପକ୍ଷେ ଗତ ସପ୍ତାହରେ ନାରାୟଣ ପୁର ଜିଲ୍ଲାରେ ମାଓବାଦୀ ଆକ୍ରମଣରେ ଆଇଟିବିପିର ୨ ଜଣ ଯବାନ ସହିଦ ହୋଇଥିଲେ। ମାଓବାଦୀମାନେ କଡେମଟା ଶିବିରଠାରୁ ୬୦୦ ମିଟର ଦୂରରୁ ଜବାନଙ୍କ ଉପରକୁ ଆକ୍ରମଣ କରିଥିଲେ। ଏଥସିହତ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଏକ-୪୭ ରାଇଫଲ, ଦୁଇଟି ବୁଲେଟପ୍ରୁଫ୍‌ ଜାକେଟ ଏବଂ ୱାକିଟକି ଲୁଟି ନେଇ ଫରାର  ହୋଇ ଯାଇଥିଲେ।

କିଛି ଦିନ ତଳେ ନକ୍ସଲ ପ୍ରଭାବିତ ଦନ୍ତେୱାଡା ଜିଲ୍ଲାରେ ସୁରକ୍ଷାକର୍ମୀମାନେ ୩ ଜଣ ନକ୍ସଲଙ୍କୁ ଗିରଫ କରିଥିଲେ। ଦେଖିବାକୁ ଗଲେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛନ୍ତି।  

Advertisment
Naxal Violence Encounter Sukma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ